ସଚିବଙ୍କ ସଚିବ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ
ଭାରତ ସରକାରଙ୍କ ଊର୍ଦ୍ଧ୍ୱତମ ଅଧିକାରୀଙ୍କ କଥା ଉଠିଲେ କ୍ୟାବିନେଟ ସଚିବଙ୍କ ପଦବୀ ଆଖି ଆଗକୁ ଆସିଥାଏ। ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌)ରୁ ଆସିଥିବା ଏହି ଅଫିସର ପ୍ରଧାନମନ୍ତ୍ରୀଙ୍କ ସହ ସିଧାସଳଖ ଯୋଗାଯୋଗରେ ଥିବାରୁ ତାଙ୍କ କ୍ଷମତାକୁ ନେଇ ଚର୍ଚ୍ଚା ହୋଇଥାଏ। ସିଭିଲ ସର୍ଭିସ ବୋର୍ଡ ଓ କମିଟି ଅଫ୍‌ ସେକ୍ରେଟାରିଜ୍‌ ଅନ୍‌ ଆଡ୍‌ମିନିଷ୍ଟ୍ରେଶନର ଅଧ୍ୟକ୍ଷଠାରୁ ଆରମ୍ଭ କରି ରାଜ୍ୟଗୁଡ଼ିକର ମୁଖ୍ୟ ଶାସନ ସଚିବଙ୍କ ସମ୍ମିଳନୀରେ କ୍ୟାବିନେଟ ସଚିବ ଭାବେ ସେ ପୌରୋହିତ୍ୟ କରିଥାଆନ୍ତି। ପ୍ରଧାନମନ୍ତ୍ରୀଙ୍କ ବରିଷ୍ଠ ଉପଦେଷ୍ଟା ରହିବା ସହ କ୍ୟାବିନେଟ ବୈଠକ ବେଳେ କାର୍ଯ୍ୟସୂଚୀ ପ୍ରସ୍ତୁତ କରିବା ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ ଥିବାରୁ ଏହି ପଦବୀ ସର୍ବାଧିକ ଗୁରୁତ୍ୱ ରଖିଥାଏ। ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତ ହେଉଥିବା ଆଶାୟୀଙ୍କ ସକାଶେ କ୍ୟାବିନେଟ ସଚିବ ପଦ ସର୍ବଦା ଏକ ପ୍ରେରଣା ଭାବେ ରହିଆସିଥିବାରୁ ଏଥିରେ ଅବସ୍ଥାପିତ ବ୍ୟକ୍ତି ବିଶେଷଙ୍କ ବିଷୟରେ ଜାଣିବା ପାଇଁ ସେମାନଙ୍କ ଆଗ୍ରହ ରହିଥାଏ। ସ୍ବରାଷ୍ଟ୍ର ସଚିବ ଥିବା ରାଜୀବ ଗୌବା ୩୦ ଅଗଷ୍ଟରେ କ୍ୟାବିନେଟ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରି ଦୁଇ ବର୍ଷ ଲାଗି ଏହି ପଦବୀରେ ରହିବେ। ନିକଟରେ ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ କମିଟି (ଏସିସି) ତାଙ୍କ ନାମ ଅନୁମୋଦନ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଏବେ ପି.କେ. ସିହ୍ନା କ୍ୟାବିନେଟ ସଚିବ ଅଛନ୍ତି।
ରାଜୀବ ୧୫ ଅଗଷ୍ଟ ୧୯୫୯ରେ ପଞ୍ଜାବରେ ଜନ୍ମଗ୍ରହଣ କରିଥିଲେ। ସେ ପାଟନା ବିଶ୍ୱବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକ ଡିଗ୍ରୀ ଅର୍ଜନ କରିଥିଲେ। ପଦାର୍ଥ ବିଜ୍ଞାନରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା ରାଜୀବ ସିଭିଲ ସର୍ଭିସ ପ୍ରତି ମନ ବଳାଇଥିଲେ। ୧୯୮୨ ବ୍ୟାଚର ବିହାର (ଏବେ ଝାଡ଼ଖଣ୍ଡ) କ୍ୟାଡରର ଏହି ସର୍ବଭାରତୀୟ ଅଧିକାରୀ ଏବେ ସ୍ବରାଷ୍ଟ୍ର ସଚିବ ଅଛନ୍ତି। ଲୋକ ସେବା କ୍ଷେତ୍ରରେ ନିୟୋଜିତ ରାଜୀବଙ୍କ କ୍ୟାରିୟର ଦେଖିଲେ ସେ ଉଭୟ ଝାଡ଼ଖଣ୍ଡ ଓ କେନ୍ଦ୍ର ସରକାରଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଆସିଛନ୍ତି। ବିହାର ବିଭାଜନ ହେବ ପୂର୍ବରୁ ସେ ଗୟା, ନାଳନ୍ଦା ଓ ମୁଜାଫରପୁର ଜିଲାର ମାଜିଷ୍ଟ୍ରେଟ ରହିଥିଲେ। ୨୦ ଜାନୁୟାରୀ ୨୦୧୫ରେ ରାଜୀବ ଝାଡ଼ଖଣ୍ଡର ମୁଖ୍ୟ ଶାସନ ସଚିବ ହୋଇଥିଲେ। ସେଠାରେ କାର୍ଯ୍ୟ କଲା ବେଳେ ଶ୍ରମ ସଂସ୍କାର ଏବଂ ବାମପନ୍ଥୀ ଉଗ୍ରବାଦ କମାଇବାରେ ତାଙ୍କ ଭୂମିକା ଅତ୍ୟନ୍ତ ପ୍ରଶଂସନୀୟ ରହିଥିଲା। କେନ୍ଦ୍ର ସରକାରଙ୍କ ସଚିବ ଭାବେ ନିଯୁକ୍ତି ମିଳିବା ପରେ ତାଙ୍କ କାର୍ଯ୍ୟ ଦକ୍ଷତା ବରିଷ୍ଠଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ପ୍ରତିରକ୍ଷା ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ, ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ଅତିରିକ୍ତ ସଚିବ, ସ୍ବରାଷ୍ଟ୍ର ବ୍ୟାପାର ଅତିରିକ୍ତ ସଚିବ, ସହରାଞ୍ଚଳ ବିକାଶ ସଚିବ ରହିବା ପରେ ୨୨ ଜୁନ୍‌ ୨୦୧୭ରୁ ରାଜୀବ ସ୍ବରାଷ୍ଟ୍ର ସଚିବ ଭାବେ କାର୍ଯ୍ୟ କରିଆସୁଛନ୍ତି। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌)ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ଉପଦେଷ୍ଟା ଭାବେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି।
ସମ୍ବିଧାନରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ଦିଗରେ ସ୍ବରାଷ୍ଟ୍ର ସଚିବ ଭାବେ ରାଜୀବ ଅନେକ ପଦକ୍ଷେପ ନେଇଛନ୍ତି। ୩୦ ଅଗଷ୍ଟରେ କ୍ୟାବିନେଟ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ତାଙ୍କୁ ସରକାରଙ୍କ ସହ ଉତ୍ତମ ସମନ୍ବୟ ଆଣି କାର୍ଯ୍ୟ କରିବାକୁ ପଡ଼ିବ। ସଚିବଙ୍କ ସଚିବ କୁହାଯାଉଥିବା ଏହି ପଦବୀରେ ଥାଇ ସେ ଆଗକୁ ଅଭିନବ ପଦକ୍ଷେପ ନେବେ ବୋଲି ଆଶା ରହିବା ସ୍ବାଭାବିକ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

ନେପାଳରେ ଯୁବ ନେତୃତ୍ୱ

ଜୁନ୍‌ ୧, ୨୦୦୧ ଯେଉଁଦିନ ନେପାଳ ରାଜା ବୀରେନ୍ଦ୍ରଙ୍କୁ ତାଙ୍କ ପୁଅ ଦୀପେନ୍ଦ୍ର ଗୁଳିକରି ମା’ଙ୍କ ସମେତ ସମଗ୍ର ପରିବାରବର୍ଗଙ୍କୁ ହତ୍ୟା କରିଥିଲେ, ସେବେଠାରୁ ନେପାଳରେ ରାଜନୈତିକ…

ଅନ୍ଧବିଶ୍ୱାସ ରାସ୍ତାରେ ଏଆଇର ସ୍ବପ୍ନ

ଗାଲଗୋଟିଆ ବିଶ୍ବବିଦ୍ୟାଳୟର ଚାଇନା ରୋବୋ କୁକୁରକୁ ନେଇ ଧୂର୍ତ୍ତାମି ଓ ସମ୍ମିଳନୀ ଅବସରରେ ଯୁବ କଂଗ୍ରେସ କର୍ମୀଙ୍କର ଅର୍ଦ୍ଧନଗ୍ନ ପ୍ରତିବାଦକୁ ନେଇ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬’ର…

ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି

ସ୍ବାଧୀନତାର ଦୀର୍ଘ ଦଶନ୍ଧି ପରେ ଭାରତ ତଥା ବିଶ୍ୱରେ ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି ନାହିଁ ତାହାର ସମୀକ୍ଷା ଆବଶ୍ୟକ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଅନୁଯାୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri