Categories: ଖେଳ

ସଚିନ କ୍ରିକେଟ୍‌ରୁ ସନ୍ୟାସ ନେବା ଦିନ କାନ୍ଦି ପକାଇଥିଲେ ଏହି ଦୁଇ ଓ୍ବେଷ୍ଟଇଣ୍ଡିଜ୍‌ ଖେଳାଳି

ସଚିନ ତେନ୍ଦୁଲକର କ୍ରିକେଟରୁ ସନ୍ୟାସ ନେବା ସମଗ୍ର ବିଶ୍ୱ ଖେଳ ଜଗତକୁ ଚକିତ କରିଥିଲା। ଏହି ଦିନ ସଚିନ୍‌ଙ୍କ କଥା ଶୁଣି କାନ୍ଦି ପକାଇଥିଲେ ଓ୍ବେଷ୍ଟଇଣ୍ଡିଜ୍‌ ଖେଳାଳୀ କିର୍କ ଏଡଓ୍ବାର୍ଡସ୍‌ ଓ କ୍ରିସ୍‌ ଗେଲ୍‌। ନିକଟରେ କିର୍କ ଇନ୍‌ଷ୍ଟା ଲାଇଭ୍‌ରେ ଏହା ସ୍ପଷ୍ଟ କରିଛନ୍ତି।

୨୦୧୩ରେ ବମ୍ବେର ଓ୍ବାଙ୍ଖଡେ ଷ୍ଟାଡିୟମ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଶେଷ ମ୍ୟାଚ୍‌ ଖେଳିଥିଲେ ସଚିନ। ୨୦୦ତମ ଟେଷ୍ଟ ଖେଳିବାକୁ କିର୍କ ସେଠାରେ ଥିଲେ। ସେ ଦୃଷ୍ଟିରୁ ତାଙ୍କ ପାଇଁ ମଧ୍ୟ ଭାବୁକ କ୍ଷଣ ଥିଲା। ଚଷମା ପିନ୍ଧିଥିଲେ ସେ। ଗେଲ୍‌ଙ୍କ ପାଖରେ ବସିଥିଲେ। ମ୍ୟାଚ୍‌ ଶେଷ ହେବା ପରେ ସଚିନ ସ୍ପିଚ୍‌ ଦେଇଥିଲେ। ସଚିନଙ୍କ କଥା ଶୁଣି ଉଭୟଙ୍କ ଆଖିରେ ଲୁହ ଥିଲା। କାନ୍ଦିବେନାହିଁ ବୋଲି ଭାବିଥିଲେ ବି ଶେଷରେ କାନ୍ଦି ପକାଇଥିଲେ। କାରଣ ସଚିନଙ୍କୁ ଆଉ ପଡ଼ିଆରେ ଦେଖିବାକୁ ମିଳିବ ନାହିଁ ଭାବିବା ସମୟରେ ଦୁଃଖ ଲାଗୁଥିଲା ବୋଲି ସେ କହିଛନ୍ତି। ଏଡ୍‌ଓ୍ବାର୍ଡ ଟିମ୍‌ରେ ସାମିଲ ଥିଲେ। ହେଲେ ମ୍ୟାଚ୍‌ ଖେଳି ନ ଥିଲେ।

ସଚିନଙ୍କୁ କ୍ରିକେଟର ଭଗବାନ ବୋଲି କୁହାଯାଏ। ସେ ନିଜ କ୍ୟାରିଅର ସମୟରେ ଏକଦିନିକିଆରେ ୧୫,୯୨୧ ଏବଂ ଟେଷ୍ଟରେ ୧୮,୪୨୬ ରନ୍‌ କରିଥିଲେ। ସଚିନ୍‌ ୧୦୦ରୁ ଅଧିକ ଶତକ କରିଥିଲେ। ୧୪ ଟେଷ୍ଟ ଓ ୬୨ ଏକଦିନିକିଆରେ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ସେ ହୋଇଥିଲେ। ନିଜର ଶେଷ ମ୍ୟାଚ୍‌ରେ ସଚିନ ୭୪ ରନ୍‌ କରିଥିଲେ। ସେତେବେଳେ ଭାରତ ଓ୍ବେଷ୍ଟଇଣ୍ଡିଜ୍‌କୁ ୧୨୬ରନ୍‌ରେ ହରାଇଥିଲା।

Share