ସଙ୍ଗରୋଧ କେନ୍ଦ୍ରରୁ ଫେରିଲେ ବାହାର ରାଜ୍ୟର ୪୭ ଅଟକ ବ୍ୟକ୍ତି

 

ରାୟଗଡ଼ା ଅଫିସ,୩ା୫: ରାୟଗଡ଼ା ବ୍ଲକ୍‌ ଅଧୀନ ଆନ୍ଧ୍ର-ଓଡ଼ିଶା ସୀମାନ୍ତ କେରେଡ଼ା ଗାଁ ସଙ୍ଗରୋଧ କେନ୍ଦ୍ରରେ ଥିବା ୪୭ ଅଟକ ବ୍ୟକ୍ତିଙ୍କୁ ରବିବାର ନିଜ ଅଞ୍ଚଳଙ୍କୁ ପଠାଇ ଦିଆଯାଇଛି। ଏମାନଙ୍କ ମଧ୍ୟରୁ ୩୭ ଜଣଙ୍କ ଘର ରାଜସ୍ଥାନ ଏବଂ ଅନ୍ୟ ୧୦ ଜଣ ଛତିଶଗଡ଼ର ବୋଲି ଜଣାପଡ଼ିଛି। ଏମାନେ ବିଭିନ୍ନ କାମରେ ଏଠାକୁ ଆସିଥିଲେ। ହେଲେ ଲକ୍‌ଡାଉନ୍‌ ଯୋଗୁ ଆଉ ଫେରିପାରି ନ ଥିଲେ। ପ୍ରଶାସନ ପକ୍ଷରୁ ଏମାନଙ୍କୁ କେରେଡ଼ା ହାଇସ୍କୁଲଠାରେ ଥିବା ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିଲା। ରବିବାର ପ୍ରଶାସନ ପକ୍ଷରୁ ଏମାନଙ୍କୁ ଗୋଟିଏ ବସ୍‌ ଏବଂ ୨ଟି ବୋଲେରୋ ଯୋଗେ ସେମାନଙ୍କ ଘରକୁ ପଠାଯାଇଥିବା ଜଣାପଡ଼ିଛି।