ସଙ୍ଗରୋଧ କେନ୍ଦ୍ରରୁ ଚୋରି ଘଟଣା:୨ ଅଟକ, ଚୋରି ସାମଗ୍ରୀ ଜବତ

ଭଦ୍ରକ ଅଫିସ/ପଦ୍ମପୁର,୧୬।୬(ଡି.ଏନ୍‌.ଏ.): ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ଗୋରାମାଟି ପଞ୍ଚାୟତର ତୋରଣପଦା ସଙ୍ଗରୋଧ କେନ୍ଦ୍ରରୁ ଗତ ୫ ତାରିଖରେ ଚୋରି ହୋଇଥିଲା। ଏହି ଘଟଣାରେ ମଙ୍ଗଳବାର ଗ୍ରାମାଞ୍ଚଳ ଥାନା ଅଧିକାରୀ ଓ ସାବରଙ୍ଗ ଫାଣ୍ଡି ଅଧିକାରୀ ସମ୍ପକ୍ତ ୨ ଜଣଙ୍କୁ ଅଟକ ରଖିବା ସହ ସେମାନଙ୍କଠାରୁ ଚୋରି ସାମଗ୍ରୀ ଜବତ କରିଛନ୍ତି ।
ପ୍ରକାଶ ଯେ, ଗତ ୫ ତାରିଖରେ ଦୁର୍ବୃତ୍ତମାନେ ମୁଖ୍ୟ କବାଟ ଭାଙ୍ଗି ସଙ୍ଗରୋଧ କେନ୍ଦ୍ରରେ ଥିବା ଇନ୍‌ଭଟର, ବ୍ୟାଟେରୀ, ଆକ୍ବାଗାର୍ଡ ଆଦି ଚୋରି କରି ନେଇଥିଲେ। ଏ ନେଇ ଅଭିଯୋଗ ହେବାପରେ ପୋଲିସ କେସ୍‌ ନଂ. ୩୨/୨୦ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା।