Posted inଜାତୀୟ

ସଙ୍କଟରେ ଶାନ୍ତ ରୁହନ୍ତି ମୋଦି: ବିଅର ଗ୍ରିଲ୍ସ

ନୂଆଦିଲ୍ଲୀ,୧୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଡିସ୍‌କଭରି ଚ୍ୟାନେଲର ‘ମ୍ୟାନ ଭର୍ସେସ ଓ୍ବାଇଲ୍ଡ’ କାର୍ଯ୍ୟକ୍ରମରେ ନଜର ଆସିବେ। ଆସନ୍ତା ୧୨ ତାରିଖରେ ଏହା ପ୍ରସାରଣ ହେବାକୁ ଥିବା ବେଳେ ଏହି କାର୍ଯ୍ୟକ୍ରମର ଉପସ୍ଥାପକ ବିଅର ଗ୍ରିଲ୍ସ ମୋଦିଙ୍କୁ ନେଇ କିଛି କମେଣ୍ଟସ୍‌ ଦେଇଛନ୍ତି। ମୋଦି ଖୁବ୍‌ ଉଲ୍ଲାସ ଆନନ୍ଦରେ ରହୁଥିବା ବ୍ୟକ୍ତି ଓ ସେ ଖୁବ୍‌ ଶାନ୍ତ ସ୍ବଭାବର। ମୋଦି ବିଶ୍ୱର ଜଣେ ପରିଚିତ ନେତା ହୋଇଥିବା ବେଳେ ସେ ସଙ୍କଟ ସମୟରେ ମଧ୍ୟ ଶାନ୍ତ ରହି ପାରନ୍ତି। ପ୍ରତିକୂଳ ପରିସ୍ଥିତିରେ ବି ମୋଦି ସାହସର ସହ ମୁକାବିଲା କରନ୍ତି ବୋଲି ବିଅର କହିଛନ୍ତି। ଯାହା ସେ ଉତ୍ତରାଖଣ୍ଡର ଜିମ୍‌ କାର୍ବେଟ ନ୍ୟାସନାଲ ପାର୍କରେ ଦେଖିବାକୁ ପାଇଛନ୍ତି। ମୋଦି ଜଣେ ସାକାହାରୀ ହୋଇଥିବା ବେଳେ ସେ ଜଙ୍ଗଲ ମଧ୍ୟରେ କୌଣସି ଆମିଷ ଜାତୀୟ ଦ୍ରବ୍ୟ ଯେମିତିକି କଙ୍କଡା, ମାଛ ଏସବୁ ଖାଇ ନ ଥିଲେ। ତେଣୁ ଜଙ୍ଗଲ ମଧ୍ୟରେ ତାଙ୍କୁ ବହୁ କଷ୍ଟ ସହିବାକୁ ପଡିବ ବୋଲି ବିଅର ଅନୁମାନ କରିଥିଲେ। ହେଲେ ଶାନ୍ତ ଭାବେ ମୋଦି କହିଥିଲେ ଫଳ ଫୁଲ, ଗଛର ଚେର ବି ଖିଆଯାଇପାରେ। ଯାହା ସେ ବର୍ଷ ବର୍ଷ ଧରି ଖାଇ ଆସିଛନ୍ତି। ବିଅର ଟୁଇଟରରେ ଏହି କାର୍ଯ୍ୟକ୍ରମର ଏକ ପ୍ରମୋ ଅପଲୋଡ କରିଥିବା ବେଳେ ଏହା ଇଣ୍ଟରନେଟରେ ରେକର୍ଡ କରିଛି ବୋଲି ସେ କହିଛନ୍ତି। ତେବେ ମୋଦିଙ୍କ ସହ ତାଙ୍କର ଏହି ଏପିସୋଡଟି ସବୁଠାରୁ ଭଲ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

RCBରୁ ଆସିଲା ବଡ଼ ଖବର: ବାକି ଆଇପିଏଲ ମ୍ୟାଚ ଖେଳିବେନି କୋହଲି!

ନୂଆଦିଲ୍ଲୀ,୧୩।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ସମୟରେ ପୂର୍ବତନ ଅଧିନାୟକ ବିରାଟ କୋହଲି ଆଘାତ ପାଇଥିଲେ। ଏହା IPLର ୨୦ତମ…

ବେଲଗୁଣ୍ଠାରେ ଜିଲାସ୍ତରୀୟ ଅଭିଯୋଗ ଶୁଣାଣି, ୪ ଜଣଙ୍କୁ ୨୫ ହଜାର ଟଙ୍କା ସହାୟତା ପ୍ରଦାନ

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲ୍ଲା ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ…

କାଳୀମେଘା ହତ୍ୟାକାଣ୍ଡ ଘଟଣା; ସ୍ତ୍ରୀ ରଚିଥିଲା ଷଡଯନ୍ତ୍ର, ପତ୍ନୀ ସମେତ ୫ ଗିରଫ

କଳିଙ୍ଗନଗର,୧୩।୪(ଶୁଭାଶିଷ ରାଉତ ): ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ କାଳୀମେଘା ସ୍ଥିତ ଗେଷ୍ଟହାଉସ ସମ୍ମୁଖରେ ଗୁଳି ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟଣାର ଫର୍ଦ୍ଧାଫାଶ କରିଛି…

ହଜମ କ୍ରିୟାକୁ ସକ୍ରିୟ କରେ ଖଜୁରି

ଖଜୁରିରେ ଫାଇବର୍‌, କ୍ୟାଲ୍‌ସିୟମ୍‌ ଏବଂ ମ୍ୟାଗ୍ନେସିୟମ୍‌ ଆଦି ପ୍ରଚୁର ପରିମାଣରେ ଭରି ରହିଛି। ଖଜୁରିକୁ ଆମେ ସବୁ ସମୟରେ ଖାଇପାରିବା, କିନ୍ତୁ ମୁଖ୍ୟତଃ ଏହାକୁ ସକାଳ ଜଳଖିଆ…

ବଲାଙ୍ଗୀର ତହସିଲ୍ ଅଫିସ ପରିସରରେ ଜଳିଗଲା ବୁଲେଟ୍, କେମିତି ଲାଗିଲା ନିଆଁ?

ବଲାଙ୍ଗୀର,୧୩।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତହସିଲ୍ ଅଫିସ ପରିସରରେ ଅଭାବନୀୟ ଘଟଣା । ଜଣେ ଓକିଲ ତାଙ୍କ ବୁଲେଟ୍ ରଖି ରେକର୍ଡ ରୁମକୁ ଯାଇଥିବା ବେଳେ ହଠାତ୍…

ମହିଳାଙ୍କୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଅପେକ୍ଷାର ଅନ୍ତ ହେବାକୁ…

ନୂଆଦିଲ୍ଲୀ,୧୩।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ନାରୀ ଶକ୍ତି ବନ୍ଦନ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଦେଶର ବିକାଶ ଯାତ୍ରାର ଏହି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ…

ଅପମାନିତ ପରେ ମନ ବୁଝିଲାନି, ପୁଣି ଥରେ ଆମେରିକା-ଇରାନ ମଧ୍ୟରେ ଆଲୋଚନା ପାଇଁ ପାକିସ୍ତାନ…

ଇସଲାମାବାଦ,୧୩ା୪: ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ବିଫଳ ହେବା ପରେ, ପାକିସ୍ତାନ ଦୁଇ ଦେଶକୁ ଆଲୋଚନା ଟେବୁଲକୁ ଫେରାଇ ଆଣିବା ପାଇଁ…

ବନ୍ଧାହେଲେ କୁବେର ଗୁଡାରି ରେଞ୍ଜର

ଗୁଡାରି,୧୩।୪(ପ୍ରମୋଦ କୁମାର ପତି): ଗୁଡାରି ରେଞ୍ଜର ସୁକୁମାର ଦୁଖୁ ରବିବାର ରାତିରେ ଓଡିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଗୁଡାରି ରେଞ୍ଜର ନିଜ ଅଫିସ ଗାଡ଼ି (ବୋଲେରୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri