ସଂଶୋଧିତ ଏନ୍‌ପିଏ ସର୍କୁଲାର ଜାରି

ମୁମ୍ବାଇ,୮-୬: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଶୁକ୍ରବାର ସଂଶୋଧିତ ଏନ୍‌ପିଏ ସର୍କୁଲାର ଜାରି କରିଛି। ୨୦୦୦ କୋଟି ଅଥବା ଏହାଠାରୁ ଊର୍ଦ୍ଧ୍ୱ ଟଙ୍କାର ବକେୟା ଋଣ ଫେରସ୍ତ ଦେବାରେ ଋଣଗ୍ରହିତା ବିଫଳ(ଡିଫଲ୍ଟ)ହେବାର ୩୦ ଦିନ ଭିତରେ ସମ୍ପୃକ୍ତ ବ୍ୟାଙ୍କ ତାଙ୍କ ଆକାଉଣ୍ଟର ସମୀକ୍ଷା କରିପାରିବେ ଏବଂ ରିଜଲ୍ୟୁଶନ ପ୍ଲାନ୍‌ ଆରମ୍ଭ କରିପାରିବେ ବୋଲି ଏଥିରେ କ୍ଷମତା ଦିଆଯାଇଛି। ବ୍ୟାଙ୍କ ନିଜ ବୋର୍ଡ ଦ୍ୱାରା ସ୍ବୀକୃତ ନୀତିକୁ ପାଳନ କରିବାକୁ ହେବ ବୋଲି ଆର୍‌ବିଆଇ କହିଛି। ପୁରୁଣା ସର୍କୁଲାରରେ ଡିଫଲ୍ଟ ହେବାର ଦିନକ ପରେ ହିଁ ବ୍ୟାଙ୍କ ସମୀକ୍ଷା କରିବା ଆରମ୍ଭ କରିଦେଉଥିଲା। ନୂଆ ସର୍କୁଲାର ଅନୁଯାୟୀ, ସମୀକ୍ଷା ଅବଧି ଭିତରେ ଋଣପ୍ରଦାନକାରୀ ବ୍ୟାଙ୍କ ବା ଆର୍ଥିକ ସଂସ୍ଥା ରିଜଲ୍ୟୁଶନ ପ୍ଲାନ ବା ସମାଧାନ ଯୋଜନା ରଣନୀତି ନିର୍ଦ୍ଧାରଣ କରିପାରିବେ। ଯୋଜନା ଲାଗୁ ହେବା ପରେ ସମସ୍ତ ଋଣପ୍ରଦାନକାରୀଙ୍କୁ ଇଣ୍ଟର କ୍ରେଡିଟର ଏଗ୍ରିମେଣ୍ଟ(ଆଇସିଏ)ରେ ସ୍ବାକ୍ଷର କରିବାକୁ ହେବ।
ତଦନୁଯାୟୀ ନିୟମ ଧାର୍ଯ୍ୟ କରାଯାଇପାରିବ। ଋଣପ୍ରଦାନକାରୀ ବ୍ୟାଙ୍କ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ। ନୂଆ ସର୍କୁଲାର ତୁରନ୍ତ କାର୍ଯ୍ୟକାରୀ ହେବ। ନୂଆ ସର୍କୁଲାର ଅନୁସାରେ, ଏବେ ରିଜଲ୍ୟୁଶନ ପ୍ରକ୍ରିୟା ଆରମ୍ଭ କରିବା ଲାଗି ୭୫% ଋଣପ୍ରଦାନକାରୀଙ୍କ ଅନୁମତି ନେବା ଜରୁରୀ ହେବ। ପୂର୍ବରୁ ସମସ୍ତ ବା ୧୦୦ ପ୍ରତିଶତ ଋଣପ୍ରଦାନକାରୀଙ୍କ ଅନୁମତି ନେବାକୁ ପଡ଼ୁଥିଲା। ଏଥିସହିତ ରିଜଲ୍ୟୁଶନ ପ୍ଲାନ୍‌ କିପରି ହେବ, କିଭଳି ଏହାକୁ ଲାଗୁ କରାଯିବ, ଏହା ନିର୍ଦ୍ଧାରଣ କରିବାର ଅଧିକାର ସମ୍ପୃକ୍ତ ଋଣପ୍ରଦାନକାରୀ(ବ୍ୟାଙ୍କ, ଅଣ ବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥା)ଙ୍କୁ ଦିଆଯାଇଛି। ସମୀକ୍ଷା ଅବଧିର ୧୮୦ ଦିନ ଭିତରେ ରିଜଲ୍ୟୁଶନ ପ୍ଲାନ୍‌ ଲାଗୁ ନ ହେଲେ ଆର୍‌ବିଆଇ ବ୍ୟାଙ୍କଠାରୁ ୨୦% ଅତିରିକ୍ତ ପ୍ରୋଭିଜନିଂ କରିବାକୁ କହିବ। ୩୬୫ ଦିନରେ ରିଜଲ୍ୟୁଶନ ପ୍ଲାନ୍‌ ଲାଗୁ ନ ହେଲେ ୩୫% ଦେବାକୁ ହେବ।
ଆର୍‌ବିଆଇ ତାଙ୍କ ସର୍କୁଲାରରେ କହିଛନ୍ତି ଯେ, ଋଣପ୍ରଦାନକାରୀଙ୍କୁ ଋଣ ଫଶିଯିବାର ଆଶଙ୍କା ତୁରନ୍ତ ଚିହ୍ନଟ କରିବା ଉଚିତ୍‌। ଏହା ଜଣାପଡିବା ମାତ୍ରେ ସଙ୍ଗେ ସଙ୍ଗେ ଏହାକୁ ସୂଚିତ କରିବା ଆବଶ୍ୟକ। ଏଥିସହିତ ୫ କୋଟି ଟଙ୍କା ଅଥବା ଏହାଠାରୁ ଅଧିକର ଡିଫଲ୍ଟ ହେବା ମାତ୍ରେ ସାପ୍ତାହିକ ଭିତ୍ତିରେ ବ୍ୟାଙ୍କଗୁଡ଼ିକ ପ୍ରତି ଶୁକ୍ରବାର ଏ ସମ୍ପର୍କରେ ସୂଚନା ପ୍ରଦାନ କରିବେ। ଏହି ଦିନ ଛୁଟି ପଡ଼ିଲେ ଏହାର ଦିନକ ପୂର୍ବରୁ ସୂଚନା ଦେବାକୁ ହେବ। ସୂଚନାଯୋଗ୍ୟ ଯେ, ଆର୍‌ବିଆଇର ୨୦୧୮ ଫେବୃୟାରୀ ୧୨ ସର୍କୁଲାର ଅନୁଯାୟୀ ୨୦୦୦ କୋଟି ଅଥବା ତଦୂର୍ଦ୍ଧ୍ୱ ଟଙ୍କାର ଋଣ ଗୋଟିଏ ଦିନ ଡିଫଲ୍ଟ ହେଲେ ଏହାକୁ ଏନ୍‌ପିଏ ଘୋଷଣା କରାଯାଇ ତଦନୁଯାୟୀ ରିଜଲ୍ୟୁଶନ ପ୍ରକ୍ରିୟା ଆରମ୍ଭ କରିବାକୁ ବାଧ୍ୟତାମୂଳକ କରାଯାଇଥିଲା। ଏଭଳି ଋଣର ସମାଧାନ ୧୮୦ ଦିନ ଭିତରେ ନ ହେଲେ ଏହାକୁ ଦେବାଳିଆ ପ୍ରକ୍ରିୟା ଲାଗି ପଠାଇବାକୁ ପଡୁଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍‌

ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...

ନୂଆବର୍ଷ ଗୋଟିଏ ଦିନ ପୂର୍ୱରୁ ସରକାରୀ କର୍ମଚାରୀଙ୍କୁ ଝଟ୍‌କା! ଏମାନଙ୍କୁ ମିଳିବନି ଗ୍ରାଚ୍ୟୁଇଟି

ନୂଆଦିଲ୍ଲୀ,୩୧।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (DoPPW) ଗ୍ରାଚ୍ୟୁଇଟି ସମ୍ୱନ୍ଧୀୟ...

ଚାଇନାକୁ ପଛରେ ପକାଇ ବିଶ୍ୱର ଶୀର୍ଷ ଧାନ ଉତ୍ପାଦନକାରୀ ଦେଶ ହେଲା ଭାରତ, ରହିଛି ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା

ନୂଆଦିଲ୍ଲୀ, ୩୧ା୧୨: କୃଷି କ୍ଷେତ୍ରରେ ଭାରତ ଏକ ଐତିହାସିକ ସଫଳତା ହାସଲ କରିଛି। ବର୍ଷ ବର୍ଷ ଧରି ଧାନ ଉତ୍ପାଦନରେ ଚାଇନାର ରହିଥିବା ଆଧିପତ୍ୟକୁ ଶେଷ...

ଅନଲାଇନରେ ଅର୍ଡର କରୁଛନ୍ତି? ଆଜି ଆସିବନି ପାର୍ସଲ, ଡେଲିଭେରୀ ଏଜେଣ୍ଟଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୩୧।୧୨: ଯଦି ଆପଣ ଆଜି ପାର୍ଟି କରିବାକୁ ମନସ୍ଥ କରିଛନ୍ତି ଏବଂ ଅନଲାଇନରେ ଖାଦ୍ୟ ଏବଂ ପାନୀୟ ଅର୍ଡର କରିବାକୁ ଯୋଜନା କରୁଛନ୍ତି, ତେବେ ଏହା...

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

Bank Holiday: ଜାନୁଆରୀରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ, ଚେକ୍ କରନ୍ତୁ ଲିଷ୍ଟ

ନୂଆଦିଲ୍ଲୀ,୩୦।୧୨: ଯଦି ଆପଣଙ୍କର ନୂତନ ବର୍ଷରେ ବ୍ୟାଙ୍କିଂ କାମ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri