ଶ୍ରୀ ଲିଙ୍ଗରାଜ ମନ୍ଦିର ପୂର୍ବଦିଗ ଉଚ୍ଛେଦ ଜାରି

ପୁରୁଣା ଭୁବନେଶ୍ୱର,୨୯ା୧୨(ଡି.ଏନ.ଏ)- ଶ୍ରୀଲିଙ୍ଗରାଜ ମନ୍ଦିର ପାର୍ଶ୍ୱରେ ଉଚ୍ଛେଦ ପ୍ରକ୍ରିୟା ସୁରୁଖୁରୁରେ ଜାରି ରହିଛି। ଶୁକ୍ରବାର ବ୍ୟାଖ୍ୟାନ କେନ୍ଦ୍ର ଉଚ୍ଛେଦ ଶେଷ ହୋଇଥିବାବେଳେ ଶନିବାର ମନ୍ଦିରର ପୂର୍ବଦିଗରୁ ଉଚ୍ଛେଦ କାର୍ଯ୍ୟ ଚାଲିଛି। ଅନ୍ୟପଟେ ମନ୍ଦିର ସମ୍ମୁଖ ଦେବୀପାଦହରା ନିକଟ ସରକାରୀ ଓ ବେସରକାରୀ ନିର୍ମାଣ ଉଚ୍ଛେଦ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। କେବଳ ଭଜନ ମଣ୍ଡପ ଉଚ୍ଛେଦ କରାଗଲେ ଦେବୀପାଦହରା ଚତୁଃପାର୍ଶ୍ୱ ଉଚ୍ଛେଦ ସମ୍ପୂର୍ଣ୍ଣ ହେବ। ସେହିପରି ଦକ୍ଷିଣ ପୂର୍ବ ଦିଗ ମହାକାଳୀ ମନ୍ଦିର ନିକଟରୁ ଶ୍ରୀ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟବୋର୍ଡ କାର୍ଯ୍ୟାଳୟ ସମେତ କେତେକ ଘରୋଇ ବ୍ୟବସାୟ ପ୍ରତିଷ୍ଠାନ ଓ ଘର ଭଙ୍ଗାଯିବାର ଯୋଜନା ମିଳିତ ଉଚ୍ଛେଦ ଟିମ୍‌ ପ୍ରସ୍ତୁତ କରିଛନ୍ତି। ପୁରୁଣା ଭୁବନେଶ୍ୱର ସାପ୍ତାହିକ ହାଟ ପଛପଟ ସରକାରୀ ଓ ଦେବୋତ୍ତ୍ୱର ଜମି ସହ କେତେକ ସରକାରୀ କ୍ୱାଟର ଅବୈଧ ନିର୍ମାଣ ହଟାଯାଇ ବୃହତ ପାର୍କିଂ ପରିସର ନିର୍ମାଣ କରାଯିବା ଯୋଜନା ହୋଇଛି । ଗୋଟିଏ ପଟେ ଉଚ୍ଛେଦ ପ୍ରକ୍ରିୟାକୁ ଜନସାଧାରଣ ସହମତି ପ୍ରକାଶ କରୁଥିବାବେଳେ ଅନ୍ୟପଟେ ରାଜ୍ୟ ସରକାର ଶ୍ରୀଲିଙ୍ଗରାଜ ମନ୍ଦିରର ବିକାଶ ନିମନ୍ତେ ୫କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି।

ସିଂହଦ୍ୱାର ନିକଟ ବରଗଛକୁ କଟାଗଲା- ପୂର୍ବ ଦିଗର ମନ୍ଦିର ସିଂହଦ୍ୱାରଠାରେ ଥିବା ବରଗଛଟିକୁ ଶନିବାର ଉଚ୍ଛେଦରେ ଡାଳଗୁଡ଼ିକୁ କଟାଯାଇଛି। ଉଚ୍ଛେଦ ଟିମ୍‌ର ନିର୍ଦ୍ଦେଶକ୍ରମେ ଓଡ଼ିଶା ଫରେଷ୍ଟ ଡେଭଲେପମେଣ୍ଟ କର୍ପୋରେସନର ଫିଲ୍ଡି ଆସିସଷ୍ଟାଣ୍ଟ ମହେନ୍ଦ୍ର କୁମାର ନାୟକଙ୍କ ତତ୍ତ୍ୱାବଧାନରେ ୧୫ଜଣିଆ କର୍ମଚାରୀ ଏହି ଗଛକଟାରେ ନିୟୋଜିତ ଥିଲେ । ଗଛଟି ବହୁ ପୁରୁଣାକାଳରୁ ହୋଇଥିବାରୁ ଅନେକ ପକ୍ଷୀ ବାସ କରୁଥିବାବେଳେ ପଥିକ, ପର୍ଯ୍ୟଟକମାନେ ଛାଇରେ ରହୁଥିଲେ। ତେବେ ଏହି ବିରାଟ ଗଛକୁ ନ କାଟି ଆଧୁନିକ ଉପାୟରେ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ପାଇଁ ପରିବେଶବିତ ଦାବି କରୁଥିବାର ଦେଖାଯାଇଥିଲା।

ବେଆଇନ ଦଖଲ ଦେବୋତ୍ତର ଭୂସମ୍ପତ୍ତି ବିକ୍ରି ଯୋଜନା: ଉଚ୍ଛେଦରେ ଅବୈଧ ନିର୍ମାଣ ସହ ସରକାରୀ ନିର୍ମାଣ ମଧ୍ୟ ବାଦ୍‌ ନ ପଡ଼ିବା ଦେଖି ବେଆଇନ ଦଖଲକାରୀଙ୍କ ମନରେ ଭୟ ପଶିଲାଣି। କେତେକ ସେବାୟତ ଭୀମଟାଙ୍ଗୀ, ସାମନ୍ତରାପୁର, ଶିବନଗର, ଶ୍ରୀରାମ ନଗର, ଆନିହାରସ ଛକ, ସାନିଟୋରିଅମ୍‌ ଛକ ଆଦି ଅଞ୍ଚଳରେ ବିଭିନ୍ନ ଟ୍ରଷ୍ଟ ଓ ବ୍ୟକ୍ତିଗତ ଜରିଆରେ ଜବରଦଖଲ କରି ରଖିଥିବା ଦେବୋତ୍ତର ସମ୍ପତ୍ତିକୁ ବିଭିନ୍ନ ଉପାୟରେ ବିକ୍ରି ପାଇଁ ଯୋଜନା କରିଲେଣି। ସାମନ୍ତରାପୁର ନିକଟରେ ଥିବା ନିର୍ଦ୍ଦିଷ୍ଟ ସ୍ଥାନଗୁଡ଼ିକରେ ମନ୍ଦିର ଟ୍ରଷ୍ଟ ବୋର୍ଡ କାର୍ଯ୍ୟାଳୟ ପକ୍ଷରୁ ମାପଚୁପ ହୋଇଛି। ଏଥିପାଇଁ ଦଖଲକାରୀମାନେ ଜବରଦଖଲ ରଖିଥିବା ସ୍ଥାନଗୁଡ଼ିକୁ ପ୍ଲଟିଂ ମାଧ୍ୟମରେ ବିକ୍ରି କରିବା ଆରମ୍ଭ କଲେଣି। ଏଣୁ ପ୍ରଶାସନ ଏହି ସମ୍ପତ୍ତି ଶ୍ରୀ ଲିଙ୍ଗରାଜଙ୍କ ତହବିଲକୁ ଫେରାଇ ଆଣିବା ନେଇ ସାଧାରଣରେ ଦାବି କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ଗୁଲୁଆଙ୍କ ଗୁମର ଖୋଲିଦେଲେ ସ୍ତ୍ରୀ: ନୂଆ ନୂଆ ଝିଅଙ୍କୁ ଧରି….

ଭୁବନେଶ୍ୱର,୨୫।୧୨: ଓଡ଼ିଆ କମେଡିଆନ୍‌ ଗୁଲୁଆଙ୍କ ସାଂସାରିକ ଜୀବନରେ ଆସିଛି ଝଡ଼। ଜୀବନ ପ୍ରତି ବିପଦ ଥିବା ଗୁଲୁଆ ଅଭିଯୋଗ କରିବା ପରେ ତାଙ୍କ ସ୍ତ୍ରୀ ତଥା...

କମେଡିଆନ୍ ଗୁଲୁଆଙ୍କୁ ହତ୍ୟା ଧମକ, ଭିଡିଓ କରି କହିଲେ ଜୀବନ ପ୍ରତି ବିପଦ…

ଭୁବନେଶ୍ବର, ୨୫।୧୨: କମେଡିଆନ୍‌ ଗୁଲୁଆଙ୍କୁ ହତ୍ୟା ଧମକ । ସେ ନିଜେ ଏଭଳି ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି । ଏନେଇ ସେ ଆଜି ସୋସିଆଲ ମିଡିଆରେ...

ବିଜେଡି ପ୍ରତିଷ୍ଠା ଦିବସ ପୂର୍ବରୁ ଭୂପିନ୍ଦରଙ୍କ ବଡ଼ ବୟାନ, କିଛି ନୂଆ ଲୋକଙ୍କୁ ଅଣାଗଲେ ବିଜେଡ଼ି…

ଭୁବନେଶ୍ବର,୨୫।୧୨: ବିଭିନ୍ନ ସ୍ଥାନରେ ମେଳି କରି ଲୋକଙ୍କୁ ଏକଜୁଟ କରିଆସୁଛି ବିଜୁ ଜନତା ଦଳ । ଆସନ୍ତା ୨୬ରେ ବିଜେଡି ପ୍ରତିଷ୍ଠା ଦିବସରେ ଦଳର ନବକଳେବର...

କେମିତି ପାଇବେ ପ୍ରଦୂଷଣ ସାର୍ଟିଫିକେଟ? ଜାଣନ୍ତୁ ଷ୍ଟେପ ବାଏ ଷ୍ଟେପ…

ଜୋରଦାର ହେବ ଟ୍ରାଫିକ ଧରପଗଡ଼ । ଗାଡ଼ିରେ ଯଦି ଆପଣ ସବୁଜ ଷ୍ଟିକର ଲଗାଇ ନ ଥିବେ, ତେବେ ମୋଟା ଅଙ୍କର ଫାଇନ ଦେବାକୁ ପଡ଼ିବ...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ଦକ୍ଷ ଅଫିସର ପାଇବେ ବଡ଼ ବିଭାଗ, ଆହୁଜାଙ୍କୁ ନୂଆ ଦାୟିତ୍ୱ ମିଳିବ ନା ନାହିଁ ଚର୍ଚ୍ଚାରେ

ଭୁବନେଶ୍ୱର, ୨୫।୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଉନ୍ନୟନ କମିଶନର ତଥା ୧୯୯୧ ବ୍ୟାଚ୍‌ ଆଇଏଏସ୍‌ ଅଫିସର୍‌ ଅନୁ ଗର୍ଗଙ୍କୁ ବୁଧବାର ଓଡ଼ିଶାର  ନୂଆ ମୁଖ୍ୟ ଶାସନ...

ଆଜିଠୁ ବଢ଼ିବ ଶୀତ, ଘନ କୁହୁଡ଼ି

ଭୁବନେଶ୍ୱର, ୨୫ା୧୨(ବନ୍ଦନା ସେଠୀ): ରାଜ୍ୟରେ ସର୍ୱନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି ଜନଜୀବନକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri