ଶ୍ରୀଲୋକନାଥ ପୀଠ: ରାତି ୩ରେ ଉଠିବ ମହାଦୀପ

ପୁରୀ ଅଫିସ,୧୭ା୨: ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ଶୈବପୀଠ ଲୋକନାଥ ମନ୍ଦିରରେ ଆସନ୍ତା ୧୯ ତାରିଖ ପଙ୍କୋଦ୍ଧାର ଏକାଦଶୀ ଏବଂ ୨୧ ତାରିଖ ଜାଗର ଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବା ଲାଗି ଶନିବାର ସର୍କିଟ ହାଉସ ପରିସରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପଙ୍କୋଦ୍ଧାର ଏକାଦଶୀ ପାଇଁ ପୂର୍ବରାତି ୨ଟାରେ ମନ୍ଦିର ପହୁଡ଼ ଫିଟାଯିବ। ରାତି ୩ଟା ସୁଦ୍ଧା ମଙ୍ଗଳ ଆଳତି ଏବଂ ଅବକାଶ ନୀତି ଶେଷ ହେବ। ଭୋର ୪ଟାରୁ ସକାଳ ୬ଟା ମଧ୍ୟରେ ସକାଳ ଧୂପ ଏବଂ ସକାଳ ୮ଟା ମଧ୍ୟରେ ମଧ୍ୟାହ୍ନ ଧୂପ ସରିବ। ସକାଳ ୮ଟାରୁ ପୂର୍ବାହ୍ନ ୧୧ ପର୍ଯ୍ୟନ୍ତ ପଙ୍କୋଦ୍ଧାର ଓ ମହାସ୍ନାନ ନୀତି ଅନୁଷ୍ଠିତ ହେବ। ପୂର୍ବାହ୍ନ ୧୧ଟାଠାରୁ ପଙ୍କୋଦ୍ଧାର ଏକାଦଶୀ ଦର୍ଶନ ଆରମ୍ଭ ହୋଇ ରାତି ୧୦ଟା ପର୍ଯ୍ୟନ୍ତ ଚାଲିବ। ସେହିପରି ଜାଗର ଯାତ୍ରା ପାଇଁ ୨୦ ତାରିଖ ରାତି ସାଢେ ୧୨ଟାରେ ଦ୍ୱାର ଫିଟି ଅନ୍ୟାନ୍ୟ ନୀତି ସମ୍ପନ୍ନ କରାଯିବ। ରାତି ୨ଟାଠାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ। ଭକ୍ତଙ୍କ ଦର୍ଶନ ୨୧ ତାରିଖ ରାତି ୧୨ଟା ପର୍ଯ୍ୟନ୍ତ ଚାଲିବ। ଏହାପରେ ଅନ୍ୟାନ୍ୟ ନୀତି ସମ୍ପନ୍ନ ହୋଇ ରାତି ୩ଟାରେ ମହାଦୀପ ଉଠିବା ଲାଗି ସ୍ଥିର କରାଯାଇଛି।
ଚଳିତବର୍ଷ ପଙ୍କୋଦ୍ଧାର ଏକାଦଶୀ ପାଇଁ ୨୦୦୦ ଏବଂ ଜାଗର ଯାତ୍ରା ପାଇଁ ୪୦୦୦ ଦର୍ଶନ ଟିକେଟ କରାଯିବ। ଗୋଟିଏ ଟିକେଟ୍‌ର ଦାମ ୧୦୦ ଟଙ୍କା ରହିବ। ଏଥିରୁ ମନ୍ଦିର ୪୫ ଟଙ୍କା ଏବଂ ପାଳିଆ ସେବାୟତ ୫୫ ଟଙ୍କା ପାଇବେ। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଠାକୁରଙ୍କୁ ଦର୍ଶନ କରିପାରିବେ ତାହା ଉପରେ ବିଶେଷ ଆଲୋଚନା ହୋଇଥିଲା। ଦର୍ଶନ ଟିକେଟଧାରୀ ଏବଂ ଭିଆଇପି ବୃଷଭ ଦ୍ୱାର ଦେଇ ଏବଂ ଅନ୍ୟମାନେ ସିଂହଦ୍ୱାର ଲକ୍ଷ୍ମୀ ଦ୍ୱାର ଦେଇ ଠାକୁରଙ୍କୁ ଦର୍ଶନ କରିବେ। କିନ୍ତୁ ସମସ୍ତେ ବଉଳଗଛ ଦ୍ୱାର ଦେଇ ପ୍ରସ୍ଥାନ କରିବେ। ସେହିପରି ଶାନ୍ତିଶୃଙ୍ଖଳା ଏବଂ ଟ୍ରାଫିକ ରକ୍ଷା ଲାଗି ପୋଲିସକୁ ଦାୟିତ୍ୱ ଦିଆଯାଇଛି। ଆଲୋକୀକରଣ, ପାନୀୟଜଳ, ଶୌଚାଳୟ ଆଦି ବ୍ୟବସ୍ଥା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପଙ୍କୋଦ୍ଧାର ଏକାଦଶୀ ଏବଂ ଜାଗରଯାତ୍ରା ଦିନ ୨ଟି ଆମ୍ବୁଲାନ୍ସ ରହିବା ସହିତ ପ୍ରାଥମିକ ଚିକିତ୍ସା ସେବା ଯୋଗାଇ ଦିଆଯିବ। ଗତବର୍ଷ ଭଳି ଏ ବର୍ଷ ମଧ୍ୟ ଜାଗର ପଡ଼ିଆ, ଦୀପ, ଧୂପ ଓ ଫୁଲ ଦୋକାନ, ଚପଲ ଷ୍ଟାଣ୍ଡ, ବଗାୟତ ଟେଣ୍ଡର ଦିଆଯାଇଥିଲା। ଶନିବାର ଟେଣ୍ଡର ଖୋଲାଯାଇ ଏ ସବୁକୁ ନିଲାମ ଦିଆଯାଇଛି। ପାଦ ଧୋଇବା ବେଳେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନ ଘଟେ ସେଥିପାଇଁ ପାର୍ବତୀ ସାଗରରେ ରେଲିଂ ତିଆରି କାମ ମଧ୍ୟ ଆରମ୍ଭ ହୋଇଥିବା ବୈଠକରେ ସୂଚନା ଦିଆଯାଇଥିଲା। ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉପଜିଲାପାଳ ଭବତାରଣ ସାହୁ ଏବଂ ସମସ୍ତ ବିଭାଗୀୟ ଅଧିକାରୀ, ପାଳିଆ ସେବାୟତ ପ୍ରମୁଖ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri