ଶ୍ରୀଲିଙ୍ଗରାଜ ମନ୍ଦିରରେ ପଶିଲା କୁକୁର: ନୀତି ବିଳମ୍ବ ନେଇ ନିଜକୁ ଦାୟୀ କଲା ଏଏସ୍‌ଆଇ

ପୁରୁଣା ଭୁବନେଶ୍ୱର, ୨୮।୯(ଡି.ଏନ.ଏ.): ଶୁକ୍ରବାର ଶ୍ରୀଲିଙ୍ଗରାଜ ମନ୍ଦିରକୁ କୁକୁର ପଶି ଆସିବା ନେଇ ଠାକୁରଙ୍କ ନୀତିରେ ବିଳମ୍ବ ହୋଇଥିଲା। ଏହି ଘଟଣାରେ ଏଏସ୍‌ଆଇ ନିଜକୁ ଦାୟୀ କରିଛି।
ଖବର ମୁତାବକ, ଦିନ ୧୦ଟା ୧୦ରେ ଶ୍ରୀଜୀଉଙ୍କ ମାଘସ୍ନାନ ପାଇଁ ପ୍ରସ୍ତୁତି ଚାଲିଥିଲା। ଉତ୍ତର ଦ୍ୱାର ଦେଇ ଏକ କୁକୁର ମା’ ଭୁବନେଶ୍ୱରୀ ମନ୍ଦିରକୁ ପଶିଥିଲା। ଏହା ଦେଖି ସେବାୟତମାନେ କୁକୁରକୁ ଘଉଡ଼ାଇଥିଲେ। ମାତ୍ର ଠାକୁରଙ୍କ ନୀତିକାନ୍ତିରେ ମାରା ଯୋଗୁ ବିଳମ୍ବ ହୋଇଥିଲା। ପରେ ମନ୍ଦିରର ବଡ ଧୋକାଳ ନୀତି ଆରମ୍ଭ ହୋଇଥିଲା। ମହାସୁଆର ସେବାୟତଙ୍କର ଯେତେକ ଭୋଗ, ଦିଅଁଙ୍କ କୋଠଭୋଗ ସହ ସମସ୍ତ ବରାଦୀ ଭୋଗକୁ ଅମୁଣିହା କୂଅରେ ପକାଯାଇଥିଲା। ପରେ ମନ୍ଦିର ବେଢାରେ ଚୂନପାଣି ପକାଯାଇ ସମସ୍ତ ଦେବଦେବୀଙ୍କୁ ପଞ୍ଚାମୃତରେ ମାଘସ୍ନାନ କରାଯାଇ ଶୁଦ୍ଧ କରାଯାଇଥିଲା। ପରେ ରୋଷ ଯୋଗାଡ କରାଯାଇଥିଲା। ଏହାପରେ ବଡ ଧୋକାଳ କରାଯାଇ ପୁନର୍ବାର ରୋଷ ହୋମ ସମ୍ପନ୍ନ ହୋଇଥିଲା। ପର୍ଯ୍ୟାୟ କ୍ରମେ ଶ୍ରୀଜୀଉଙ୍କ ସମସ୍ତ ନୀତି ଆରମ୍ଭ ହୋଇଥିଲା। ସୂଚନା ଥାଉ କି ସକାଳ ଧୂପ ଦିନ ୧୨ଟାରେ ସମାପନ ହେବାକୁ ଥିବାବେଳେ ଅପରାହ୍ନ ସାଢେ ୪ଟାରେ ଏହି ଧୂପ ହୋଇଥିଲା। ଏ ନେଇ ଶ୍ରୀଲିଙ୍ଗରାଜ ଟ୍ରଷ୍ଟବୋର୍ଡ ଅଧିକାରୀ ପ୍ରଦୀପ କୁମାର ସାହୁ କୁହନ୍ତି, ଉତ୍ତର ଦ୍ୱାରରେ ଏଏସ୍‌ଆଇର କର୍ମଚାରୀ କାମ କରୁଥିବା ବେଳେ ଦ୍ୱାର ଖୋଲା ରଖିଥିବା ଯୋଗୁ କୁକୁରଟି ପଶି ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀଙ୍କୁ ଅଧ୍ୟାପକଙ୍କ ପ୍ରେମ ନିବେଦନ, ଅଡିଓ ଭାଇରାଲ୍‌ ପରେ ଚହଳ, ଥାନାରେ…

ଠାକୁରମୁଣ୍ଡା,୨୦ା୨(ତାରାକାନ୍ତ ପଟ୍ଟନାୟକ)- ଠାକୁରମୁଣ୍ଡା ଥାନା ଅଧୀନ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ନାବାଳିକା ଛାତ୍ରୀଙ୍କୁ ଜଣେ ଅଧ୍ୟାପକ ପ୍ରେମ ନିବେଦନ ସହ ଶାରୀରିକ ସମ୍ପର୍କ ପାଇଁ…

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri