ଶ୍ରୀଲିଙ୍ଗରାଜଙ୍କ ଜମି ବିକ୍ରୟ ମସୁଧା : ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲା ପୂଜାପଣ୍ଡା ନିଯୋଗ

ପୁରୁଣା ଭୁବନେଶ୍ୱର,୨।୮(ଡି.ଏନ.ଏ.) : ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଅନେକ ଜମି ଜବରଦଖଲକାରୀଙ୍କ କବ୍‌ଜାରେ। ସେଗୁଡ଼ିକ ଜବରଦଖଲମୁକ୍ତ କରିବାକୁ ମନ୍ଦିର ପ୍ରଶାସନ ବହୁ ବିଳମ୍ବରେ ଅଣ୍ଟା ଭିଡ଼ିଛି। ହେଲେ ଏଥିରେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ହସ୍ତକ୍ଷେପ ଯୋଗୁ ସେତେଟା ସଫଳତା ମିଳିପାରୁନାହିଁ। ନିକଟରେ ନୂଆଗଁା ମୌଜା ଗଙ୍ଗୁଆ ବ୍ରିଜ୍‌କୁ ଲାଗି ରହିଥିବା ଶ୍ରୀଲିଙ୍ଗରାଜଙ୍କ ଏ.୨.୬୩୦ ଡିିସିମିଲର ଏକ ବେ-ବନ୍ଦୋବସ୍ତ ଚକ ଜମିରେ ଜଣେ ବ୍ୟକ୍ତି ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରୁଥିବା ଦେଖାଦେଇଥିଲା। ଘଟଣା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ମନ୍ଦିର ପ୍ରଶାସନର ନିଦ ଭାଙ୍ଗିଥିଲା। ତତ୍‌କାଳ ପ୍ରଶାସନ ପକ୍ଷରୁ ଏକ କ୍ରିମିନାଲ ମିସ୍‌ କେସ୍‌ ନଂ.୧୧୬୨/୧୯ ସିଆରପିସି ଧାରା ୧୪୪ରେ ବେଆଇନ ନିର୍ମାଣ ଉପରେ ରହିତାଦେଶ ଜାରି ହୋଇଥିଲା। ମାତ୍ର ଏହି ଘଟଣା ନେଇ କେତେଜଣ ବ୍ୟକ୍ତି ବିଶେଷ ଠାକୁରଙ୍କ କୋଟି କୋଟି ଟଙ୍କାର ଜମିକୁ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ବିକ୍ରୟ କରିବା ନେଇ ମସୁଧା ଚଳାଉଥିବା ଖବର ମିଳିଥିଲା। ଗୁରୁବାର ଏହି ଘଟଣାରେ ଜନପ୍ରତିନିଧିମାନଙ୍କର ମଧ୍ୟ ମଧ୍ୟସ୍ଥତା ରହିଥିଲା। ଠାକୁରଙ୍କ ଏଭଳି ବହୁମୂଲ୍ୟ ସମ୍ପତ୍ତିକୁ ଶାଗ ମାଛ ଦରରେ ବିକ୍ରି ନ କରି ତାହାକୁ ଠାକୁରଙ୍କ ତହବିଲକୁ ଫେରାଇ ଆଣିବାକୁ ପୂଜାପଣ୍ଡା ନିଯୋଗ ପକ୍ଷରୁ ଦାବି କରାଯାଇଛି। ଏହି ମର୍ମରେ ଗୁରୁବାର ପୃଥକ ପୃଥକ ଭାବେ ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କେ. ପାଣ୍ଡିଆନଙ୍କ ଉଦ୍ଦେଶ୍ୟରେ ଚିଠି ପଠାଯାଇଛି। ସେହିଭଳି ଭବିଷ୍ୟତରେ ଠାକୁରଙ୍କ ନୀତି ବିଭ୍ରାଟ ପାଇଁ ନିଯୋଗ ଦାୟୀ ରହିବା ନାହିଁ ବୋଲି ସ୍ବତନ୍ତ୍ର ପତ୍ର ମନ୍ଦିର ପ୍ରଶାସନ, ଦେବୋତ୍ତ୍ୱର କମିଶନର ଏବଂ ଏଡିଏମ୍‌ଙ୍କ ନିକଟକୁ ପ୍ରେରଣ କରାଯାଇଥିବା ପୂଜାପଣ୍ଡା ନିଯୋଗ ସମ୍ପାଦକ ସଚ୍ଚିକାନ୍ତ ପୂଜାପଣ୍ଡା କହିଛନ୍ତି। ଏ ନେଇ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ପଚାରିବାରେ ସେ କହିଲେ, ମାମଲାଟି ସମ୍ପୂର୍ଣ୍ଣ କୋର୍ଟଙ୍କ ବିଚାରାଧୀନ ଅଛି। ତେଣୁ ଏଥିରେ କୌଣସି ପ୍ରତିକ୍ରିୟା ଦିଆଯାଇପାରିବ ନାହିଁ। ସୂଚନାଥାଉ କି ଜମି ଉପରେ ୬୦ ଦିନ ଲାଗି ୧୪୪ ଧାରାରେ ରହିତାଦେଶ ବଳବତ୍ତର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

କଟକରେ ଫୁଟିଲା ଗୁଳି, ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ

କଟକ,୧୮।୨(କାର୍ତ୍ତିକ ସାହୁ): ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ । ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ । କଟକ ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍‌ କଲୋନୀରେ ଫାୟାରିଂ ହୋଇଥିବା…

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri