Categories: ଜାତୀୟ

ଶ୍ରୀରାମଙ୍କ ନାମରେ ପର୍ଯ୍ୟଟନ ବିସ୍ତାର ଯୋଜନା: ୪୪୦ କୋଟିରେ ୬୧ ହେକ୍ଟର ଜମି କିଣିବେ ଯୋଗୀ ସରକାର

ନୂଆଦିଲ୍ଲୀ,୨।୧୧: ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ନାମରେ ପର୍ଯ୍ୟଟନ ବିସ୍ତାର ପାଇଁ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀ ସରକାର ଯୋଜନା କରିଛନ୍ତି। ଏନେଇ ଶ୍ରୀରାମଙ୍କ ଉପରେ ଆଧାରିତ ଏକ ଡିଜିଟାଲ ଲାଇବ୍ରେରୀ, ୨୨୧ ମିଟର ଉଚ୍ଚା କାଂସ୍ୟ ପ୍ରତିମା ସ୍ଥାପନ, ପାର୍କ ଏବଂ ପାର୍କିିଂ ପାଇଁ ଯୋଜନା କରାଯାଇଛି। ତେଣୁ ମୀରପୁର୍‌ ଗାଁରେ ୬୧.୩୮୦୭ ହେକ୍ଟର ଜମି ଯୋଗୀ ସରକାର କିଣିବେ ବୋଲି କ୍ୟାବିନେଟ୍‌ ବୈଠକରେ ସ୍ଥରି କରିଛନ୍ତି। ଏଥିଲାଗି ୪୪୦.୪୬ କୋଟି ଟଙ୍କା ଖର୍ଚ୍ଚ ହେବ। ପ୍ରସ୍ତାବିତ ଶ୍ରୀରାମଙ୍କ ପ୍ରତିମାର ଉଚ୍ଚତା ୧୫୧ ମିଟର ରହିବ। ଏହା ଉପରେ ୨୦ ମିଟର ଉଚ୍ଚା ଛତ୍ରୀ ଏବଂ ପ୍ରତିମାର ଆଧାରର ଉଚ୍ଚତା ୫୦ ମିଟର ହେବ। ଆଧାର ମଧ୍ୟରେ ଅତ୍ୟାଧୁନିକ ସଂଗ୍ରହାଳୟ ନିର୍ମାଣ କରାଯିବ ବୋଲି କୁହାଯାଉଛି।

Share