ଶ୍ରୀମନ୍ଦିର ସଂସ୍କାର ମାମଲାର ରାୟ ଶୁକ୍ରବାର

ନୂଆଦିଲ୍ଲୀ,୨୩-୧୦(ସ୍ବ.ପ୍ର.):ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଉତ୍ତମ ବ୍ୟବସ୍ଥା ନିମନ୍ତେ ସୁପ୍ରିମ୍‌କୋର୍ଟରେ ଚାଲିଥିବା ସଂସ୍କାର ମାମଲାର ଏକ ରାୟ ଆସନ୍ତା ଶୁକ୍ରବାର ପ୍ରକାଶ ପାଇବ। ଶ୍ରୀମନ୍ଦିରରେ ଭକ୍ତଙ୍କୁ ହଇରାଣ କରାଯାଉଥିବା ନେଇ ଏକ ପିଟିଶନ ସୁପ୍ରିମ୍‌କୋର୍ଟରେ ଦାଏର ହୋଇଛି। ଜଷ୍ଟିସ ଅରୁଣ ମିଶ୍ର, ଏମ୍‌.ଆର. ଶାହ ଏବଂ ଏସ୍‌. ରବୀନ୍ଦ୍ର ଭଟ୍ଟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରି କହିଛନ୍ତି, ଅଭିଯୋଗଗୁଡ଼ିକର ଅନୁଧ୍ୟାନ କରାଯାଇଛି। ମନ୍ଦିରରେ ଶ୍ରଦ୍ଧାଳୁଙ୍କ ବାଧାମୁକ୍ତ ଦର୍ଶନ ପାଇଁ ଉପଯୁକ୍ତ ସଂସ୍କାର ଅଣାଯିବା ନିମନ୍ତେ ନିର୍ଦ୍ଦେଶ ଦିଆଯିବ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି। ଖଣ୍ଡପୀଠ ଦର୍ଶାଇଛନ୍ତି ଯେ, ବୈଷ୍ଣୋଦେବୀ କିମ୍ବା ତିରୁପତି ମନ୍ଦିରରେ ଧକ୍କା କିମ୍ବା ଠେଲାପଲା ପରିସ୍ଥିତି ଦେଖିବାକୁ ମିଳେନି। କିନ୍ତୁ ଆଶ୍ଚର୍ଯ୍ୟ ଯେ, ଶ୍ରୀମନ୍ଦିରରେ ସେବାୟତ ଭକ୍ତଙ୍କୁ ପର୍ସର ଯତ୍ନ ନେବାକୁ କହୁଛନ୍ତି। କେହି ନିଜର ଫର୍ସ ଜାବୁଡ଼ି ଧରିବ ନା ଠାକୁରଙ୍କୁ ଦର୍ଶନ କରିବ? ସେହିପରି କେହି କେହି ଟଙ୍କା ଦାବି କରୁଛନ୍ତି। ଏହା ଉପରେ କାହାରି ନିୟନ୍ତ୍ରଣ କି କଟକଣା ନାହିଁିଁ ବୋଲି ଖଣ୍ଡପୀଠ ଚିନ୍ତାବ୍ୟକ୍ତ କରିଛନ୍ତି। ମାମଲାରେ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍‌ କ୍ୟୁରି ରଞ୍ଜିତ କୁମାର ପୂର୍ବରୁ ପୁରୀ ଗସ୍ତ କରି ସଂସ୍କାର ସମ୍ପର୍କରେ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ, ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସମେତ ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରିଥିଲେ। ଏ ସମ୍ପର୍କରେ ସେ ଶୁଣାଣି ବେଳେ ସୁପ୍ରିମ୍‌କୋର୍ଟଙ୍କୁ ଅବଗତ କରାଇଛନ୍ତି। ସେହିପରି ଶ୍ରୀମନ୍ଦିରରେ ସଂସ୍କାର ପାଇଁ କ’ଣ କରାଯାଇପାରିବ ଏବଂ ଜିଲା ଜଜ୍‌ଙ୍କ ସୁପାରିସକୁ କାର୍ଯ୍ୟକାରୀ କରିବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଏକ ରିପୋର୍ଟ ପ୍ରସ୍ତୁତ କରି ସୁପ୍ରିମ୍‌କୋର୍ଟରେ ଦାଖଲ କରିଛନ୍ତି। ଆମିକସ୍‌ କ୍ୟୁରିଙ୍କ ରିପୋର୍ଟ ଉପରେ ମନ୍ଦିର ପ୍ରଶାସନର ପ୍ରତିକ୍ରିୟା ସମ୍ପର୍କିତ ରିପୋର୍ଟ ମଧ୍ୟ ଓକିଲଙ୍କ ଜରିଆରେ ଦାଖଲ କରାଯାଇଛି। ଖଣ୍ଡପୀଠ ଆଗକୁ ରୀତିନୀତିରେ ହସ୍ତକ୍ଷେପ କରିବାକୁ ଚାହୁଁନାହାନ୍ତି। କାରଣ ଏହା ଆଭ୍ୟନ୍ତରୀଣ ମାମଲା। ମନ୍ଦିର ପ୍ରଶାସନ ଏହାର ଯତ୍ନ ନେବ। କିନ୍ତୁ ଜିଲା ଜଜ୍‌ଙ୍କ ସୁପାରିସ କାର୍ଯ୍ୟକାରିତାକୁ ତଦାରଖ ପାଇଁ ଏକ କମିଟି ଗଠନ କରାଯିବାକୁ ଚିନ୍ତା କରାଯାଉଛି। ଏ ଦିଗରେ ମନ୍ଦିର ପ୍ରଶାସନର ମତାମତ ମଧ୍ୟ ନିଆଯିବ।
ଅନ୍ୟପକ୍ଷରେ ପୁରୀ ସହରର ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ଚଳାଇଥିବା ଉଚ୍ଛେଦ ଅଭିଯାନ, ପ୍ରଭାବିତ ଲୋକଙ୍କ ଥଇଥାନ ଏବଂ ପୁନଃବସତି ସମ୍ପର୍କରେ ଏକ ଷ୍ଟାଟସ୍‌ ରିପୋର୍ଟ ମଧ୍ୟ କୋର୍ଟରେ ଦାଖଲ କରାଯାଇଛି। ରାଜ୍ୟ ସରକାରଙ୍କ ଏହି ଉଚ୍ଛେଦ ଅଭିଯାନକୁ ଆବେଦନକାରୀ ଦେବାଶିଷ ମଶ୍ର କୋର୍ଟରେ ଚ୍ୟାଲେଞ୍ଜ କରିଥିବାବେଳେ ଆଉ କେତେଜଣ ଆବେଦନକାରୀ ସରକାରଙ୍କ ପଦକ୍ଷେପରେ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଦେବାଶିଷ ମିଶ୍ର ଖଣ୍ଡପୀଠଙ୍କୁ ଅନୁରୋଧ କରିଛନ୍ତି ଯେ, ଅବସରପ୍ରାପ୍ତ ବିଚାରପତି ଜି.ବି. ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇ ପୁରୀରେ ସରକାରଙ୍କ ଦ୍ୱାରା ଚାଲିଥିବା ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ତଦାରଖ କରାଯାଉ। ଏହି କାର୍ଯ୍ୟ ପ୍ରାୟ ୩ ବର୍ଷ ଧରି ଚାଲିବ ବୋଲି ମିଶ୍ର ଦର୍ଶାଇଛନ୍ତି। ହେଲେ ଅବସରପ୍ରାପ୍ତ ବିଚାରପତି ପଟ୍ଟନାୟକ ଓ ଅନ୍ୟମାନେ କମିଟିରେ ରହିବାକୁ ଇଚ୍ଛୁକ କି ନାହିଁ ସେମାନଙ୍କ ମତ ଦେବାକୁ ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ପଦ୍ମ ଧରିଲେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା ଓ ୬ ସମିତି ସଭ୍ୟ; ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ଲାଞ୍ଜିଗଡ଼,୧୯। ୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା  ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ସହିତ ୬ ଜଣ ସମିତି ସଭ୍ୟ ଗୁରୁବାର ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ବରଗଡ଼ ସହରରେ ଚାଲିଲା ପେଟ୍ରୋଲିଂ, ସୁରକ୍ଷା ବ୍ୟବସ୍ଥା କଡାକଡି କଲା ପୋଲିସ୍

ବରଗଡ଼,୧୯।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଜିଲା ପୋଲିସକୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି। ତେବେ ଗୁରୁବାର ସନ୍ଧ୍ୟାରୁ ବରଗଡ଼ ପୋଲିସ ସହରରେ…

ସାନଖେମୁଣ୍ଡି ବ୍ଲକ ବିବାଦୀୟ ଏପିଓଙ୍କୁ ବଦଳି, ତୁରନ୍ତ ରିଲିଭ୍ କରାଯିବାକୁ…        

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁଙ୍କୁ ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ୍ ଛତ୍ରପୁର…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ଧରିତ୍ରୀ ପ୍ରଭାବ: କେସିଙ୍ଗା ବ୍ଲକର ୮୦୧୯ ଚାଷୀଙ୍କଠାରୁ ଉଠିଲା ୩ ଲକ୍ଷ କୁଇଣ୍ଟାଲ ଧାନ

କେସିଙ୍ଗା, ୧୯ା୨ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବିଭିନ୍ନ ମଣ୍ଡିରୁ ଧାନ ଉଠୁ ନ ଥିବା ନେଇ ଗତ ୮ତାରିଖରେ  ଧରିତ୍ରୀରେ ଖବର ପ୍ରକାଶ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri