ଶ୍ରୀମନ୍ଦିର ଇତିହାସରେ ନୂଆ ଅଧ୍ୟାୟ: ରଥ ପଥରେ, ବିନା ଭକ୍ତରେ

ପୁରୀ ଅଫିସ,୨୪ା୬: ମହାମାରୀ କରୋନା ପାଇଁ ଶ୍ରୀମନ୍ଦିର ଇତିହାସରେ ଯୋଡ଼ିହୋଇଛି ଏକ ନୂଆ ଅଧ୍ୟାୟ। ଶେଷ ମୁହୂର୍ତ୍ତରେ ଲୀଳାମୟ ଦେଖାଇଲେ ତାଙ୍କ ଅପୂର୍ବ ଲୀଳା। ବଡ଼ଦାଣ୍ଡକୁ ଓହ୍ଲାଇ ଆସିଲେ ଭାବବିନୋଦିଆ। ସେ ବିଶ୍ୱନିୟନ୍ତା, ଜଗତଠାକୁର। ତାଙ୍କୁ ବା ଅଟକାଇବ କିଏ? ଏହା ପ୍ରମାଣିତ କରି ଜନ୍ମବେଦୀକୁ ନବଦିନାତ୍ମକ ଯାତ୍ରା କରିଛନ୍ତି ମହାପ୍ରଭୁ। ହେଲେ ରଥାରୂଢ଼ ଠାକୁରଙ୍କୁ ପ୍ରତ୍ୟକ୍ଷ ଦର୍ଶନ କରିପାରିଲେନି ଭକ୍ତ। ବିନା ଭକ୍ତରେ ବଡ଼ଦାଣ୍ଡରେ ଗଡ଼ିଲା ତିନିରଥ। ବଡ଼ଦାଣ୍ଡରେ ରଥ ଗଡ଼ିଲା, ଭାଉଣୀଭାଇଙ୍କୁ ସାଥିରେ ଧରି ଆଡ଼ପମଣ୍ଡପ ଅଭିମୁଖେ ଯାତ୍ରା କରିଛନ୍ତି ମହାବାହୁ। ହେଲେ ଭକ୍ତ-ଭଗବାନଙ୍କ ମହାମିଳନ ହୋଇପାରିଲାନି। ସୁପ୍ରିମ୍‌କୋର୍ଟଙ୍କ କଟକଣା ଏବଂ ନିର୍ଘଣ୍ଟ ଅନୁଯାୟୀ ନୀତିକାନ୍ତି ଯୋଗୁ ସଞ୍ଜ ନଇଁବା ପୂର୍ବରୁ ଶରଧାବାଲିରେ ପହଞ୍ଚତ୍ ଯାଇଛନ୍ତି ଚତୁର୍ଦ୍ଧାବିଗ୍ରହ। ବୁଧବାର ଆଡ଼ପମଣ୍ଡପ ତଥା ଜନ୍ମବେଦୀକୁ ବିଜେ କରିବେ ମହାବାହୁ।
ମହାମାରୀ କରୋନା ପାଇଁ ଏଥର ପୁରୀରେ ରଥଯାତ୍ରା ହେବ ନା ହେବନି ଏହାକୁ ନେଇ ଲାଗିରହିଥିଲା ଦ୍ୱନ୍ଦ୍ୱ। ଶେଷ ମୁହୂର୍ତ୍ତରେ ସୁପ୍ରିମକୋର୍ଟ କେବଳ ପୁରୀରେ ସର୍ତ୍ତମୂଳକ ରଥଯାତ୍ରାକୁ ଅନୁମତି ଦେଲେ। ବିନା ଭକ୍ତରେ ରଥଯାତ୍ରା କରିବା ଲାଗି ଆରମ୍ଭ ହୋଇଥିଲା ପ୍ରଶାସନିକ ପ୍ରସ୍ତୁତି। ଜିଲାକୁ ଶଟ୍‌ଡାଉନ ଏବଂ ପୁରୀ ସହରରେ କର୍ଫ୍ୟୁ ଘୋଷଣା ହେଲା। ଠିକଣା ସମୟକୁ ସବୁକିଛି ପ୍ରସ୍ତୁତ ହୋଇଗଲା। ଶେଷରେ ସବୁ ପ୍ରତୀକ୍ଷାର ଅନ୍ତ ଘଟିଲା। ନିର୍ଦ୍ଧାରିତ ସମୟଠାରୁ ୨୫ମିନିଟ ବିଳମ୍ବରେ ଆରମ୍ଭ ହୋଇଥିଲା ଚତୁର୍ଦ୍ଧାବିଗ୍ରହଙ୍କ ପହଣ୍ଡି। ପ୍ରାତଃ ୪ଟା ୨୫ରେ ଠାକୁରଙ୍କ ମଙ୍ଗଳ ଆଳତି ହୋଇ ଅନ୍ୟାନ୍ୟ ନୀତି ବଢିଥିଲା। ସକାଳ ୬ଟା ୪୫ରେ ସକାଳ ଧୂପ ବଢିଥିଲା। ଏହାପରେ ଦେଉଳ ପୁରୋହିତ ତିନିରଥ ପ୍ରତିଷ୍ଠା କରିଥିଲେ। ସକାଳ ୭ଟା ୧୫ରେ ମଙ୍ଗଳାର୍ପଣ ପରେ ପୁଷ୍ପାଞ୍ଜଳି ସରିଥିଲା। ଏହାର ଠିକ୍‌ ୧୦ମିନିଟ୍‌ ପରେ ବାଜିଉଠିଥିଲା ବିଜେ କାହାଳୀ। ସକାଳ ୭ଟା ୨୫ରେ ଆରମ୍ଭ ହୋଇଥିଲା ମହାପ୍ରଭୁଙ୍କ ପହଣ୍ଡି। ଭକ୍ତ ନ ଥିବାରୁ ଶୁଣିବାକୁ ମିଳି ନ ଥିଲା ହରିବୋଲ କି ହୁଳହୁଳି ଧ୍ୱନି। କିନ୍ତୁ ଘଣ୍ଟନାଦରେ ପ୍ରକମ୍ପିତ ହୋଇଥିଲା ଶ୍ରୀମନ୍ଦିର ପରିସର। ପରମ୍ପରା ଅନୁଯାୟୀ ପ୍ରଥମେ ସୁଦର୍ଶନ, ତା’ ପରେ ବଡ଼ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଧାଡ଼ି ପହଣ୍ଡିରେ ଆସି ରଥାରୂଢ ହୋଇଥଲେ। ଧାର୍ଯ୍ୟ ସମୟର ୫୦ ମିନିଟ୍‌ ପୂର୍ବରୁ ଶେଷ ହୋଇଥିଲା ପହଣ୍ଡି। ଶ୍ରୀସୁଦର୍ଶନ, ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରା ସଅଳ ସଅଳ ରଥାରୂଢ଼ ହୋଇଯାଇଥିଲେ। ଶେଷରେ ହଟ ଭିଆଇଥିଲେ ହଟିଆ ଠାକୁର। ମାନ କରିବା ଭଳି ଧୀରେ ଧୀରେ ଟହଲି ଟହଲି ଆଗକୁ ବଢିଥିଲେ। ପ୍ରାୟ ୧ଘଣ୍ଟା ଧରି ହଲିଝୁଲି ଶେଷରେ ୯ଟା୧୦ରେ ଭାବବିନୋଦିଆ କାଳିଆ ରଥାରୂଢ଼ ହୋଇଥିଲେ। ମଦନମୋହନ ରଥକୁ ବିଜେ କରିବା ପରେ ମହାପ୍ରଭୁଙ୍କ ଚିତା ଲାଗି କରାଯାଇଥିଲା। ଏହି ନୀତି ପରେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ତାଙ୍କର ଶିଷ୍ୟ ଓ ସାଧକଙ୍କ ସହିତ ଆସି ତିନିରଥକୁ ଯାଇ ରଥାରୂଢ଼ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରିଥିଲେ।
ଏହାପରେ ମହାପ୍ରଭୁଙ୍କ ବେଶ ଆରମ୍ଭ ହୋଇଥିଲା। ଠାକୁର ବେଶ ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ତାମଯାନରେ ଶ୍ରୀନଅରରୁ ଆସି ୧୦ଟା ୩୫ରେ ରଥ ପାଖରେ ପହଞ୍ଚତ୍ଥିଲେ। ତିନି ରଥରେ ଗଜପତି ମହାରାଜା ଛେରାପହଁରା ସାରି ୧୧ଟା ୪୦ରେ ଫେରିଯାଇଥିଲେ। ଏହାପରେ ଚାରମାଳ ଫିଟା ହୋଇ ଘୋଡ଼ା ଓ ସାରଥି ଲାଗିଥିଲା। ଏହିସବୁ ନୀତି ସଅଳ ସଅଳ ହୋଇଥିଲା। ମଧ୍ୟାହ୍ନ ୧୨ଟାରେ ରଥଟଣା ଯିବାକୁ ଧାର୍ଯ୍ୟ ହୋଇଥିବାବେଳେ ଏହାର ୫ମିନିଟ୍‌ ପୂର୍ବରୁ ଅର୍ଥାତ୍‌ ୧୧ଟା ୫୫ରେ ରଥଟଣା ଆରମ୍ଭ ହୋଇଥିଲା। ପ୍ରଥମେ ବଡ଼ଠାକୁର ତାଳଧ୍ୱଜ ରଥଟଣା ଯାଇଥିଲା। କେବଳ କୋଭିଡ୍‌-୧୯ ଟେଷ୍ଟ ହୋଇଥିବା ସେବାୟତମାନେ ହିଁ ରଥ ଟାଣିଥିଲେ। ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ପ୍ରକାରେ ୧ଘଣ୍ଟା ବ୍ୟବଧାନରେ ଅର୍ଥାତ୍‌ ୧୨ଟା ୫୫ରେ ଦର୍ପଦଳନ ଏବଂ ଶେଷରେ ଅର୍ଥାତ ୧ଟା ୫୫ରେ ନନ୍ଦିଘୋଷ ରଥ ଟଣା ଆରମ୍ଭ ହୋଇଥିଲା। ଗୋଟିଏ ରଥ ଟଣାଯିବା ପରେ ଅନ୍ୟ ଏକ ରଥ ଟାଣିବା ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲେ ମଧ୍ୟ କୋର୍ଟଙ୍କ ନିର୍ଦ୍ଦେଶ ଅନୁପାଳନ ଲାଗି ଘଣ୍ଟାଏ ଅପେକ୍ଷା କରାଯାଇଥିଲା। ତେବେ ବାଟରେ କୌଣସି ଅଝଟ କରି ନ ଥିଲେ ଦାରୁବିଗ୍ରହ। ଘର୍‌ ଘର୍‌ ନାଦରେ ଆଗକୁ ଆଗକୁ ମାଡ଼ି ଚାଲିଥିଲା ତିନିରଥ। ଅପରାହ୍ନ ପ୍ରାୟ ୩ଟା ୫୦ରେ ପ୍ରଥମେ ବଡ଼ଠାକୁର ଶ୍ରୀବଳଦେବଙ୍କ ତାଳଧ୍ୱଜ ରଥ ଶରଧାବାଲିରେ ପହଞ୍ଚତ୍ଥିଲା। ଅପରାହ୍ନ ୪ଟା ୧୦ରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଶରଧାବାଲି ଛୁଇଁଥିଲା। ପଛରେ ଯାଉଥିବା ନନ୍ଦିଘୋଷ କାଁ ଭାଁ ମୋଡ଼ ନେଇଥିଲେ ବି ଉତ୍କଣ୍ଠିତ ସେବାୟତ ମହାପ୍ରଭୁଙ୍କ ରଥକୁ ଟାଣି ନେଇଥିଲେ। ଅପରାହ୍ନ ୫ଟା ୧୦ରେ ଶରଧାବାଲିରେ ଲାଗିଥିଲା ନନ୍ଦିଘୋଷ ରଥ। ଅର୍ଥାତ୍‌ ସଞ୍ଜ ନଇଁବା ପୂର୍ବରୁ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚତ୍ ଯାଇଥିଲେ ଦାରୁଦିଅଁ। ମଙ୍ଗଳବାର ରାତିରେ ରଥ ଉପରେ ରହିଥିଲେ ଚତୁର୍ଦ୍ଧାବିଗ୍ରହ। ବୁଧବାର ଅପରାହ୍ନରେ ଅନୁଷ୍ଠିତ ହେବ ଠାକୁରମାନଙ୍କ ଆଡ଼ପ ପହଣ୍ଡି। ଗୋଟି ପହଣ୍ଡିରେ ବିଜେ ହୋଇ ଜନ୍ମବେଦୀକୁ ଯିବେ ଚତୁର୍ଦ୍ଧାମୂର୍ତ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନର ପ୍ରଶଂସାରେ ଶତମୁଖ ମେହବୁବା ମୁଫତି: କହୁ କହୁ କହିଦେଲେ…

ଶ୍ରୀନଗର,୮।୪: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଉପରେ ଖୁସି ପ୍ରକାଶ କରିଛନ୍ତି। ସେ…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଯୁଦ୍ଧବିରତି ପରେ ଭାରତୀୟଙ୍କୁ ତୁରନ୍ତ ଇରାନ ଛାଡ଼ିବାକୁ ନିର୍ଦ୍ଦେଶ, ହେଲ୍‌ପଲାଇନ ନମ୍ବର ଜାରି କରି…

ତେହରାନ,୮ା୪: ଇରାନରେ ବଢ଼ୁଥିବା ସଂଘର୍ଷ ମଧ୍ୟରେ ତେହରାନର ଭାରତୀୟ ଦୂତାବାସ ବୁଧବାର ଏକ ନୂଆ ସୁରକ୍ଷା ପରାମର୍ଶ ଜାରି କରିଛି। ଏଥିରେ ଇରାନରେ ରହୁଥିବା ଭାରତୀୟ ନାଗରିକମାନଙ୍କୁ…

କାଳବୈଶାଖୀରେ ଭାଙ୍ଗିବା ଘର କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲା ବ୍ଲକ୍‌ ପ୍ରଶାସନ

ଗୁଡାରି,୮।୪ (ପ୍ରମୋଦ କୁମାର ପତି ):ରାୟଗଡା ଜିଲା ଗୁଡାରି ବ୍ଲକର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ଜୋରରେ ପନ ବୋହିବା ସହ କୁଆପଥର ବର୍ଷା…

RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍‌କୁ ଅପରିବର୍ତ୍ତିତ…

ମୋଦିଙ୍କୁ ଝଟ୍‌କା: ଆମେରିକା-ଇରାନ ଯୁଦ୍ଧବିରତି ଚୁକ୍ତିନାମା ନେଇ କଂଗ୍ରେସର ପ୍ରଥମ ପ୍ରତିକ୍ରିୟା, ପାକିସ୍ତାନର…

ନୂଆଦିଲ୍ଲୀ,୮ା୪: ଆମେରିକା-ଇରାନ ମଧ୍ୟରେ ଯୁଦ୍ଧବିରତି ଚୁକ୍ତିନାମା ନେଇ କଂଗ୍ରେସ ପକ୍ଷରୁ ପ୍ରଥମ ପ୍ରତିକ୍ରିୟା ପ୍ରକାଶ ପାଇଛି। କଂଗ୍ରେସ ଏମ୍‌ପି ଜୟରାମ ରମେଶ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ…

ଆଜିଠୁ ବଢିଲା ଏୟାର ଇଣ୍ଡିଆ ଭଡ଼ା: ଜାଣନ୍ତୁ କେତେ ହେଲା…

ନୂଆଦିଲ୍ଲୀ,୮ା୪:ବିମାନ ଇନ୍ଧନ(ଏଟିଏଫ୍‌) ମୂଲ୍ୟ ବୃଦ୍ଧିକୁ ନେଇ ଏୟାର ଇଣ୍ଡିଆ ଏହାର ଘରୋଇ ଏବଂ ଅନ୍ତର୍ଜାତୀୟ ରୁଟ୍‌ରେ ସମସ୍ତ ବିମାନ ଯାତ୍ରା ପାଇଁ ମୂଲ୍ୟବୃଦ୍ଧି ଘୋଷଣା କରିଛି। ପ୍ରତି…

କୁଆପଥର ମାଡରେ ଭାଙ୍ଗିଲା ୫୦ରୁ ଅଧିକ ଘର: ଦେଖାଯାଉଛି ଆକାଶ ତାରା 

ଗୋପବନ୍ଧୁ ନଗର ୭।୪(ଶାନ୍ତନୁ କୁମାର ମଢୁଆଳ): କାଳବୈଶାଖୀ ପ୍ରଭାବରେ ଝଡ଼ ବର୍ଷା ସାଙ୍ଗକୁ କୁଆପଥର ମାଡ ହେବା ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଗୋପବନ୍ଧୁ ନଗର ବ୍ଲକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri