ଶ୍ରୀମନ୍ଦିରରେ ପାନ, ଗୁଟୁଖା ବ୍ୟାନ ନିୟମ ଲାଗୁ: ପ୍ରଥମ ଦିନରେ ଧରାପଡି ଜରିମାନେ ଦେଲେ ୪ଜଣ

ପୁରୀ ଅଫିସ, ୧ା୮: ଏଣିକି ପାନ, ଗୁଟୁଖା ଖାଇ କେହି ଶ୍ରୀମନ୍ଦିରକୁ କେହି ପ୍ରବେଶ କରିପାରିବେ ନାହିଁ। ସେବାୟତ ହୁଅନ୍ତୁ ଅବା ଭକ୍ତ କିମ୍ବା କର୍ମଚାରୀ କାହାକୁ ବି ଛଡାଯିବ ନାହିଁ। କେହି ବି ଧରାପଡିଲେ ସେମାନଙ୍କଠାରୁ ଆଦାୟ ହେବ ଜରିମାନା। ଶ୍ରୀମନ୍ଦିରରେ ସ୍ବଚ୍ଛତା ରକ୍ଷା ଲାଗି ମନ୍ଦିର ପ୍ରଶାସନର ଏହି ନିଷ୍ପତ୍ତିକୁ ଗୁରୁବାରଠାରୁ କଡ଼ାକଡ଼ି ଭାବେ ଲାଗୁ କରାଯାଇଛି। ପ୍ରଥମ ଦିନରେ ୪ ଜଣ ପାନ ଖାଇ ମନ୍ଦିରକୁ ପ୍ରବେଶ କରିଥିବାରୁ ସେମାନଙ୍କଠାରୁ ଜରିମାନା ଆଦାୟ କରାଯାଇଛି। ପ୍ରତ୍ୟେକଙ୍କଠାରୁ ୧୦୦ ଟଙ୍କା ଲେଖାଏ ଜରିମାନା ଆଦାୟ କରାଯାଇଛି। ଅନ୍ୟପକ୍ଷରେ ଭକ୍ତଙ୍କ ଅବଗତି ନିମନ୍ତେ ଚାରିଦ୍ୱାର ଏବଂ ଶ୍ରୀମନ୍ଦିର ଭିତରେ ସୂଚନା ଫଳକ ଲଗାଯାଇଥିବାବେଳେ ସୂଚନା କେନ୍ଦ୍ରରୁ ଡାକବାଜି ଯନ୍ତ୍ର ଯୋଗେ ବିଭିନ୍ନ ଭାଷା(ଓଡ଼ିଆ, ହିନ୍ଦୀ, ବଙ୍ଗଳା)ରେ ସଚେତନ ମଧ୍ୟ କରାଯାଉଛି। ପ୍ରଶାସନର ଏଭଳି ନିଷ୍ପତ୍ତିକୁ ସବାୟତ, ଭକ୍ତ ସମସ୍ତେ ସ୍ବାଗତ କରିଛନ୍ତି।
ଶ୍ରୀମନ୍ଦିରକୁ ସ୍ବଚ୍ଛ ଏବଂ ପରିଷ୍କାର ରଖିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ସେହିପରି ମନ୍ଦିର ଭିତରକୁ ସମସ୍ତେ ଗୋଡ, ମୁହଁ ଧୋଇ ଶୁଦ୍ଧପୁତ ଭାବେ ପରିଷ୍କାର ହୋଇ ଯିବାର ବିଧି ରହିଛି। ଏହାକୁ ଦୃଷ୍ଟିରେ ରଖି ଗତ ୨୯ ତାରିଖରେ ଅନୁଷ୍ଠିତ ପରିଚାଳନା କମିଟି ବୈଠକରେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା। ମୁଖ୍ୟ ପ୍ରଶାସକ କହିଥିଲେ, ଏଣିକି କୌଣସି ସେବକ, ଭକ୍ତ କିମ୍ବା ଶ୍ରୀମନ୍ଦିର କର୍ମଚାରୀ ପାନ, ଗୁଟୁଖା, ପାନ ମସଲା ଖାଇ ବା ମନ୍ଦିର ଭିତରକୁ ନେଇ ଯାଇପାରିବେ ନାହିଁ। ଅଗଷ୍ଟ ୧ ତାରିଖରୁ ଏହି କଟକଣାକୁ କଡାକଡି କରାଯିବ। ପ୍ରବେଶ ପଥରେ ମଧ୍ୟ ଯାଞ୍ଚ ହେବ। ଯଦି ପାନ, ଗୁଟୁଖା, ପାନ ମସଲା ଖାଇ କେହି ମନ୍ଦିର ଭିତରକୁ ପ୍ରବେଶ କରି ଧରାପଡିବେ ତାଙ୍କଠାରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ। ତେବେ ଗୁରୁବାରଠାରୁ ଏହାକୁ କଡାକଡି ଭାବେ ଲାଗୁ କରାଯାଇଛି। ପ୍ରବେଶ ପଥରେ ଯାଞ୍ଚ ବେଳେ ଭକ୍ତଙ୍କ ପାଟି ଏବଂ ପକେଟ ଦେଖିଥିଲେ ସୁରକ୍ଷା କର୍ମୀ। ଯାହାଙ୍କ ପାଟିରେ ପାନ ଥିଲା ଏବଂ ପକେଟରେ ପାନେ କିମ୍ବା ଗୁଟୁଖା ରହିଥିଲା ସେମାନଙ୍କୁ ଧାଡିରୁ ବାହାର କରି ଦିଆଯାଇଥିଲା। ପୁନଶ୍ଚ ସେମାନେ ପାନ, ଗୁଟୁଖା ବାହାରେ ରଖି ପୁଣି ମନ୍ଦିରକୁ ପ୍ରବେଶ କରିଥିଲେ। ତେବେ ପ୍ରଥମ ଦିନରେ ବାଇଶି ପାହାଚର ଜଣେ ବ୍ରାହ୍ମଣ, ଆନନ୍ଦ ବଜାରରେ ଭୋଗ ଦୋକାନରେ ସୁଆର ସେବକଙ୍କୁ ସହଯୋଗ ପାଇଁ କାମ କରୁଥିବା ୩ ଜଣ ଧରାପଡିଥିଲେ। ଏମାନେ ପାନ ଖାଇ ମନ୍ଦିର ଭିତରେ ପ୍ରବେଶ କରିଥିବାରୁ ପ୍ରତ୍ୟେକଙ୍କଠାରୁ ୧୦୦ ଟଙ୍କା ଲେଖାଏ ଆଦାୟ କରାଯାଇଥିଲା। ଭବିଷ୍ୟତରେ ଆଉ ପାନ ଖାଇ ମନ୍ଦିରକୁ ପ୍ରବେଶ କରିବ ନାହିଁ ବୋଲି ସେମାନଙ୍କୁ ତାଗିଦ କରାଯାଇଥିବା ଜଣାପଡିଛି। ଏ ସମ୍ପର୍କରେ ବାଲେଶ୍ୱରର ସମରେନ୍ଦ୍ର ମହାପାତ୍ର କହିଛନ୍ତି, କେବଳ ଶ୍ରୀମନ୍ଦିର ନୁହେଁ, କୌଣସି ଦେବଦେବୀଙ୍କ ପୀଠକୁ ଗଲାବେଳେ ସମସ୍ତେ ଶୁଦ୍ଧପୁତ ମନରେ ଯିବା ଉଚିତ। କୌଣସି ପ୍ରକାର ପାନ, ଗୁଟୁଖା ଖାଇବା କଥା ନୁହେଁ। ତେବେ ଶ୍ରୀମନ୍ଦିର କ୍ଷେତ୍ରରେ ପ୍ରଶାସନ ଏ ନେଇ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ବାସ୍ତବିକ ବେଶ୍‌ ସ୍ବାଗତଯୋଗ୍ୟ। କିନ୍ତୁ ଏହା ଦୀର୍ଘସ୍ଥାୟୀ ହେବା ଦରକାର। ଫଳରେ ଶ୍ରୀମନ୍ଦିରରେ ସ୍ବଚ୍ଛତା ଓ ପରିଛନ୍ନତା ରହିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନଓ୍ବାଡିି ପଛରେ ଗୋମାଂସ କଟାନେଇ ଅସନ୍ତୋଷ

ଉଦଳା, ୨୪ା୧୨(ସନ୍ତୋଷ କୁମାର ବାଚ୍ଛିନୀ): କପ୍ତିପଦା ଥାନା ଭୁଳାଘାଟି ଗ୍ରାମର ଏକ ଅଙ୍ଗନଓ୍ବାଡି କେନ୍ଦ୍ର ପଛରେ ଗୋମାଂସ କଟାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ମଙ୍ଗଳବାର...

ପରିବହନ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏଣିକି ଜାନୁଆରୀ ୧ ନୁହେଁ ଗାଡ଼ିର ବୈଧ କାଗଜପତ୍ର ଅବଧି…

ଭୁବନେଶ୍ୱର,୨୩।୧୨:  ଗାଡ଼ି ଚାଳକଙ୍କୁ ବଡ଼ ଆଶ୍ବସ୍ତି ଦେଲେ ପରିବହନ ମନ୍ତ୍ରୀ ବିଭୂତି ଜେନା । ମାସେ ସମୟ ଦେଲେ ସରକାର । ଏଣିକି ଗାଡ଼ିର ବୈଧ...

ବରଗଡ଼ ଧନୁଯାତ୍ରା: ସାଂସ୍କୃତିକ ଶୋଭାଯାତ୍ରାରେ ଦୁଲୁକିଲା ବରଗଡ଼

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଯାଜପୁର ରୋଡ଼ ନୂତନ ଏସ୍‌ଡିପି ଶରତ ଚନ୍ଦ୍ର ପାତ୍ର

ଧର୍ମଶାଳା,୨୪।୧୨: ଯାଜପୁର ରୋଡ଼ ନୂତନ ଏସ୍‌ଡିପିଓ ଭାବେ ଶରତ ଚନ୍ଦ୍ର ପାତ୍ର ଯୋଗଦେବେ। ଏ ନେଇ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ଯାଜପୁର ରୋଡ...

‘ଆମେ ଗୋଟିଏରେ ସନ୍ତୁଷ୍ଟ କାହିଁକି?’ଆମେ ବି ୩-୪ ସନ୍ତାନ ପ୍ରସବ କରିବା ଦରକାର, କାହିଁକି ଏମିତି କହିଲେ ନବନୀତ? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୨୪।୧୨: ଭାରତୀୟ ଜନତା ପାର୍ଟିର ନେତା ନବନୀତ ରାଣା କହିଛନ୍ତି ଯେ ହିନ୍ଦୁମାନଙ୍କର ଅତି କମରେ ତିନିରୁ ଚାରିଟି ସନ୍ତାନ ହେବା ଉଚିତ। ସେ କହିଛନ୍ତି...

‘ଗେରୁଆ ପତାକା ଦେଖି ଲାଠି ଚଳାଇଥିଲା ଟିଏମସି’, ମମତାଙ୍କୁ କଡ଼ା ଟାର୍ଗେଟ କଲା ଭାଜପା

କୋଲକାତା,୨୪।୧୨: ୨୪ ଡିସେମ୍ବର, ୨୦୨୫ରେ ଭାଜପା ମୁଖପାତ୍ର ପ୍ରଦୀପ ଭଣ୍ଡାରୀ ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସେ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ...

JDUରୁ ନିଶାନ୍ତ ହେବେ ପରବର୍ତ୍ତି ମୁଖ୍ୟମନ୍ତ୍ରୀ? ଏହି ଚର୍ଚ୍ଚା ଭିତରେ RJD କଲା ଚମକାଇବା ଭଳି ଦାବି

ପାଟନା,୨୪।୧୨: ନିକଟରେ, ୨୦୨୫ ବିହାର ବିଧାନସଭା ନିର୍ବାଚନ ପରେ, ନୀତୀଶ କୁମାର ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ। ଏହି ବୈଠକକୁ...

‘ନିର୍ବାଚନ ଅଟକାଇବା ପାଇଁ କରାଯାଇଛି ହତ୍ୟା’, ୟୁନୁସ ସରକାରଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଲେ ହାଦିଙ୍କ ଭାଇ

ଢାକା,୨୪।୧୨: ଛାତ୍ର ନେତା ସରିଫ ଓସମାନ ହାଦିଙ୍କ ହତ୍ୟା ପରେ ବାଂଲାଦେଶରେ ରାଜନୈତିକ ଉତ୍ତେଜନା ବୃଦ୍ଧି ପାଇଛି। ଢାକାରେ ହାଦିଙ୍କ ମୁଣ୍ଡରେ ଗୁଳି ମାଡ଼ ହୋଇଥିଲା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri