Categories: ଜାତୀୟ

ଶ୍ରୀନଗର ହେଲିକପ୍ଟର ଦୁର୍ଘଟଣା: ୫ବାୟୁସେନା ଅଧିକାରୀ ଦୋଷୀ ସାବ୍ୟସ୍ତ

ଶ୍ରୀନଗର,୨୩।୮: ଭାରତୀୟ ବାୟୁସେନା ନିଜର ୫ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଗତ ଫେବୃୟାରୀ ୨୭ରେ ଶ୍ରୀନଗରରେ ନିଜର ହେଲିକପ୍ଟର ଉପରେ ହୋଇଥିବା ଫାୟାରିଂ ମାମଲାରେ ଉକ୍ତ ବାୟୁସେନା ଅଧିକାରୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତେବେ ଦୋଷୀ ସାବ୍ୟସ୍ତ ହୋଇଥିବା ଅଫିସର ହେଲେ ଜଣେ ଗ୍ରୁପ କ୍ୟାପଟେନ, ୨ଜଣ ଓ୍ବିଙ୍ଗ କମାଣ୍ଡର ଓ ୨ ଫ୍ଲାଇଟ୍‌ ଲେଫ୍ଟଭନାଣ୍ଟ। ଏହାର ପରବର୍ତ୍ତି କାର୍ଯ୍ୟାନୁଷ୍ଠାନ ପାଇଁ ସମସ୍ତ ରିପୋର୍ଟକୁ ବାୟୁସେନା ମୁଖ୍ୟାଳୟକୁ ପଠାଇ ଦିଆଯାଇଛି। ସୂଚନାଯୋଗ୍ୟ, ଗତ ୨୭ ଫେବୃୟାରୀରେ ବଡଗାମରୁ ୭ କିଲୋମିଟର ଦୂର ଗୋରେନ୍ଦ ଗଁାରେ MI-17V5 ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ହେଲିକପ୍ଟରଟି ଏକ ଚାଷଜମିରେ ପଡ଼ିବା ପରେ ସେଥିରେ ନିଆଁ ଲାଗିଯାଇଥିଲା। ଏହି ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ହୋଇଥିଲା। ପାକିସ୍ତାନର ବାଲାକୋଟ ଏୟାରଷ୍ଟ୍ରାଇକ୍‌ ପରେ ପାକିସ୍ତାନର ଯୁଦ୍ଧ ବିମାନ ଭାରତ ସୀମାକୁ ପଶିଆସିଥିବା ବେଳେ ଏହି ଘଟଣା ଘଟିଥିବା ସୂଚନା ରହିଛି। ସେହି ସମୟରେ ପୂର୍ବତନ ଓ୍ବେଷ୍ଟର୍ଣ୍ଣ ଏୟାର କମାଣ୍ଡର ଏୟାର ମାର୍ଶଲ ହରି କୁମାର ଏହାର ନେତୃତ୍ୱ ନେଇଥିଲେ। ପାକିସ୍ତାନର ଯୁଦ୍ଧ ବିମାନକୁ ଭାରତ ସୀମାରୁ ବାହାର କରିବା ସହ ନିଜ ହେଲିକପ୍ଟରକୁ ମଧ୍ୟ ଫାୟାରିଂ କରିଥିଲେ। ଏହି ଘଟଣା ଘଟିବା ପରେ ବାୟୁସେନା ପକ୍ଷରୁ ତୁରନ୍ତ ଯାଞ୍ଚ କରାଯାଇଥିଲା।

Share