Posted inଜାତୀୟ

ଶ୍ରୀନଗର ମସ୍‌ଜିଦ ଉପରେ ନଜର: ଏକାଠି ହେବାକୁ ମେହବୁବାଙ୍କ ଆହ୍ବାନ

ଶ୍ରୀନଗର,୩୦ା୭(ପି.ଟି.)-ଜମ୍ମୁ-କଶ୍ମୀର ପୋଲିସ ପକ୍ଷରୁ ଶ୍ରୀନଗରରେ ଥିବା ମସ୍‌ଜିଦ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ଲାଗି ୫ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନିଜ ନିଜ ଅଞ୍ଚଳରେ ଥିବା ଏହି ମସ୍‌ଜିଦ ସମ୍ପର୍କିତ ତଥ୍ୟ ଯଥାଶୀଘ୍ର ଦାଖଲ କରିବା ଲାଗି ସେମାନଙ୍କୁ କୁହାଯାଇଛି। ଏନେଇ ଶ୍ରୀନଗରର ୫ ଏସ୍‌ପିଙ୍କୁ ଚିଠି ମଧ୍ୟ ପ୍ରଦାନ କରାଯାଇଛି। କେଉଁଠାରେ କେତେ ମସ୍‌ଜିଦ ଅଛି, ସେମାନଙ୍କର ପରିଚାଳନା ଦାୟିତ୍ୱ କିଏ ନେଉଛି, ସ୍ଥାନୀୟ ମସ୍‌ଜିଦର ଇମାମ୍‌ଙ୍କ ନାମ କ’ଣ, ସେ ସମ୍ପର୍କରେ ସବିଶେଷ ତଥ୍ୟ ତୁରନ୍ତ ଯୋଗାଇ ଦେବାକୁ ଏସ୍‌ଏସ୍‌ପି ହସିବ୍‌ ମୁଘଲ ନିର୍ଦ୍ଦେଶ ଦେଇଛନ୍ତି। ଏହା ଏକ ନିୟମିତ କାର୍ଯ୍ୟକ୍ରମ ଓ ପୋଲିସ୍‌ଷ୍ଟେଶନରେ ତଥ୍ୟ ରଖିବା ଲାଗି ଏହା ଉଦ୍ଦିଷ୍ଟ ବୋଲି କୁହାଯାଇଛି। ରେଳ ବିଭାଗ ଅଧିକାରୀଙ୍କଠାରୁ କର୍ମଚାରୀଙ୍କୁ ଚିଠି ପଠାଯିବାର ଗୋଟିଏ ଦିନ ପରେ ରାଜ୍ୟ ପୋଲିସ ଅଧିକାରୀଙ୍କ ପୁଣି ଏକ ଚିଠି ଏସ୍‌ପିଙ୍କୁ ମିଳିଛି। ଏଭଳି କାର୍ଯ୍ୟକୁ ନେଇ ଭିନ୍ନମତ ପ୍ରକାଶ ପାଇଛି। ଆତଙ୍କବାଦର ଶିକାର ହୋଇଆସୁଥିବା ଜମ୍ମୁ-କଶ୍ମୀର ଉପରେ କେନ୍ଦ୍ର ସରକାର କିଛି ଗୋଟେ ନିଷ୍ପତ୍ତି ନେଇପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଛି। କେନ୍ଦ୍ରରୁ ଜମ୍ମୁ-କଶ୍ମୀରକୁ ୧୦ ହଜାର ଅତିରିକ୍ତ ସୈନ୍ୟ ପଠାଯିବା, ଆତଙ୍କବାଦ ପ୍ରତି କେନ୍ଦ୍ର କଠୋର ମନୋଭାବ ପୋଷଣ କରିବା, ପାକିସ୍ତାନକୁ ବିଭିନ୍ନ ପ୍ରକାର ଚେତାବନୀ ଦେବା, ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଓ ୩୫ଏର ଉଚ୍ଛେଦ ଲାଗି ସରକାରୀ ଦଳର ନେତାମାନେ ମତପ୍ରକାଶ କରିବା ଭିନ୍ନ ସଙ୍କେତ ଦେଉଛି। ତେବେ କେନ୍ଦ୍ରର ଆଭିମୁଖ୍ୟ କ’ଣ ରହିବ, ତାହା ସମୟ ହିଁ କହିବ।

ଏକାଠି ହେବାକୁ ମେହବୁବାଙ୍କ ଆହ୍ବାନ

ଜମ୍ମୁ-କଶ୍ମୀରରେ ଅତିରିକ୍ତ ୧୦ ହଜାର ସେନା ମୁତୟନକୁ ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି(ପିଡିପି) ମୁଖ୍ୟ ମେହବୁବା ମୁଫ୍‌ତି ବିରୋଧ କରିଛନ୍ତି। କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତି ବିରୋଧରେ ରାଜ୍ୟର ସମସ୍ତ ରାଜନୈତିକ ଦଳ ଏକାଠି ହୋଇ ସ୍ବର ଉତ୍ତୋଳନ କରିବାକୁ ସେ ଆହ୍ବାନ୍‌ ଦେଇଛନ୍ତି। ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି) ନେତା ଫାରୁକ୍‌ ଅବଦୁଲ୍ଲା ଏନେଇ ସର୍ବଦଳୀୟ ବୈଠକ ଡାକିବାକୁ ସେ କହିଛନ୍ତି। ଏଭଳି ମୁହୂର୍ତ୍ତରେ ଆମ୍ଭେମାନେ ଏକାଠି ହେବା ଜରୁରୀ ବୋଲି ସେ ପ୍ରକାଶ କରିଛନ୍ତି। କେନ୍ଦ୍ର ସରକାର ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରିଥିବା କହୁଥିବାବେଳେ ରାଜ୍ୟରେ ଏତେ ମାତ୍ରାରେ ସେନା ମୁତୟନ ଦ୍ୱାରା ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଥିବା ମେହବୁବା ପ୍ରକାଶ କରିଛନ୍ତି। ଆସନ୍ତା ଅକ୍ଟୋବରରେ ରାଜ୍ୟ ବିଧାନସଭା ନିର୍ବାଚନ ହେବାର ସମ୍ଭାବନା ଥିବାବେଳେ ଏଥିରୁ ଫାଇଦା ନେବାକୁ ଦୁଇ ରାଜନୈତିକ ଦଳ ସୁଯୋଗକୁ ଅପେକ୍ଷା କରିଛନ୍ତି। ଆତଙ୍କବାଦ ବିରୋଧରେ କେନ୍ଦ୍ର ସରକାରର କଠୋର ମନୋଭାବ ଓ ଜମ୍ମୁ-କଶ୍ମୀରରେ ଏନ୍‌ଆଇଏ ଅଧିକାରୀଙ୍କ ଚଢ଼ାଉ ପରେ ଅତିରିକ୍ତ ସେନା ମୁତୟନକୁ ନେଇ ମେହବୁବା କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିଦରେ ଅଟଳ ରହିପାରିଲାନି ବାଂଲାଦେଶ, ଏବେ ଭାରତକୁ କହିଲାଣି…

ଢାକା,୨୪।୧୨: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଆର୍ଥିକ ପରାମର୍ଶଦାତା ସାଲେହୁଦ୍ଦିନ ଅହମ୍ମଦ ମଙ୍ଗଳବାର (ଡିସେମ୍ବର ୨୩, ୨୦୨୫) କହିଛନ୍ତି ଯେ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ନୂଆଦିଲ୍ଲୀ...

ବାଂଲାଦେଶ ହିଂସା: ହିନ୍ଦୁଙ୍କ ଘର ଜାଳିଦେଲେ କଟ୍ଟରପନ୍ଥୀ, ସାମ୍ନାକୁ ଆସିଲା ଭୟଙ୍କର ଭିଡ଼ିଓ

ଢାକା,୨୪।୧୨: ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାରର ଧାରା ଥମିବାର ନାଁ ନେଉନାହିଁ। ବାଂଲାଦେଶୀ ଲେଖିକା ତସଲିମା ନସରିନ ଏକ ଭିଡିଓ ଜାରି କରିଛନ୍ତି ଯେଉଁଥିରେ ଚିଟାଗଙ୍ଗରେ...

ଇତିହାସ ରଚିଲା ଇସ୍ରୋ: ଏଣିକି ବିନା ମୋବୋଇଲ୍‌ ଟାଓ୍ବାରରେ ଆସିବ ନେଟଓ୍ବର୍କ

ନୂଆଦିଲ୍ଲୀ,୨୪।୧୨: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ପୁଣି ଥରେ ବିଶ୍ୱ ସମ୍ମୁଖରେ ନିଜର ଶକ୍ତି ଏବଂ ଆତ୍ମବିଶ୍ୱାସ ପ୍ରଦର୍ଶନ କରିଛି। ଏକ କମ ବଜେଟ,...

ସୋଲାର ଲାଇଟ ଅଚଳ ଘଟଣା: ସରପଞ୍ଚ ଲଗାଇଲେ ଷ୍ଟ୍ରିଟ ଲାଇଟ

ଦାରିଙ୍ଗବାଡି, ୨୪୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତରେ ପ୍ରତି ମଙ୍ଗଳବାର ସାପ୍ତାହିକ ହାଟ ହେଉଛି। ଏହି ହାଟରେ ଭିଡ଼ ଜମୁଛି।...

ଲୋକ ଉତ୍ସବ ପ୍ରସ୍ତୁତି ବୈଠକ: ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଣଦେଖା

ବଲାଙ୍ଗୀର,୨୪।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପ୍ରଶାସନ ଏବଂ ଜିଲା ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ଡିଏଫ୍‌ଓ ସମ୍ମିଳନୀ କକ୍ଷରେ ବଲାଙ୍ଗୀର ଲୋକ ଉତ୍ସବ ପାଇଁ...

ପରିସ୍ରା କରିବାକୁ ଯାଇଥିଲେ ବ୍ୟବସାୟୀ, ଭୁଷୁଡିଲା କାନ୍ଥ: ଆଉ ତା’ପରେ…

ଅମରପାଲି,୨୪।୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ପଞ୍ଚାୟତ ରୁଗୁଡ଼ିପାଲି ଗ୍ରାମରେ କାନ୍ଥ ଭୁଷୁଡି ଜଣେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି। ମୃତ...

ଶୀତ ମହୋତ୍ସବକୁ ଆସିବେ ୨ କୃଷ୍ଣ: ବଢୁଛି ଚର୍ଚ୍ଚା

ଦାରିଙ୍ଗବାଡି,୨୪।୧୨(ଅରୁଣ ସାହୁ):ଦାରିଙ୍ଗବାଡିରେ ଆସନ୍ତା ୮ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି। ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ ବିଭାଗ ମନ୍ତ୍ରୀମାନେ ଯୋଗଦେବାକୁ ରହିଥିବାବେଳେ କିଏ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri