Posted inଜାତୀୟ

ଶ୍ରୀନଗର ମସ୍‌ଜିଦ ଉପରେ ନଜର: ଏକାଠି ହେବାକୁ ମେହବୁବାଙ୍କ ଆହ୍ବାନ

ଶ୍ରୀନଗର,୩୦ା୭(ପି.ଟି.)-ଜମ୍ମୁ-କଶ୍ମୀର ପୋଲିସ ପକ୍ଷରୁ ଶ୍ରୀନଗରରେ ଥିବା ମସ୍‌ଜିଦ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ଲାଗି ୫ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନିଜ ନିଜ ଅଞ୍ଚଳରେ ଥିବା ଏହି ମସ୍‌ଜିଦ ସମ୍ପର୍କିତ ତଥ୍ୟ ଯଥାଶୀଘ୍ର ଦାଖଲ କରିବା ଲାଗି ସେମାନଙ୍କୁ କୁହାଯାଇଛି। ଏନେଇ ଶ୍ରୀନଗରର ୫ ଏସ୍‌ପିଙ୍କୁ ଚିଠି ମଧ୍ୟ ପ୍ରଦାନ କରାଯାଇଛି। କେଉଁଠାରେ କେତେ ମସ୍‌ଜିଦ ଅଛି, ସେମାନଙ୍କର ପରିଚାଳନା ଦାୟିତ୍ୱ କିଏ ନେଉଛି, ସ୍ଥାନୀୟ ମସ୍‌ଜିଦର ଇମାମ୍‌ଙ୍କ ନାମ କ’ଣ, ସେ ସମ୍ପର୍କରେ ସବିଶେଷ ତଥ୍ୟ ତୁରନ୍ତ ଯୋଗାଇ ଦେବାକୁ ଏସ୍‌ଏସ୍‌ପି ହସିବ୍‌ ମୁଘଲ ନିର୍ଦ୍ଦେଶ ଦେଇଛନ୍ତି। ଏହା ଏକ ନିୟମିତ କାର୍ଯ୍ୟକ୍ରମ ଓ ପୋଲିସ୍‌ଷ୍ଟେଶନରେ ତଥ୍ୟ ରଖିବା ଲାଗି ଏହା ଉଦ୍ଦିଷ୍ଟ ବୋଲି କୁହାଯାଇଛି। ରେଳ ବିଭାଗ ଅଧିକାରୀଙ୍କଠାରୁ କର୍ମଚାରୀଙ୍କୁ ଚିଠି ପଠାଯିବାର ଗୋଟିଏ ଦିନ ପରେ ରାଜ୍ୟ ପୋଲିସ ଅଧିକାରୀଙ୍କ ପୁଣି ଏକ ଚିଠି ଏସ୍‌ପିଙ୍କୁ ମିଳିଛି। ଏଭଳି କାର୍ଯ୍ୟକୁ ନେଇ ଭିନ୍ନମତ ପ୍ରକାଶ ପାଇଛି। ଆତଙ୍କବାଦର ଶିକାର ହୋଇଆସୁଥିବା ଜମ୍ମୁ-କଶ୍ମୀର ଉପରେ କେନ୍ଦ୍ର ସରକାର କିଛି ଗୋଟେ ନିଷ୍ପତ୍ତି ନେଇପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଛି। କେନ୍ଦ୍ରରୁ ଜମ୍ମୁ-କଶ୍ମୀରକୁ ୧୦ ହଜାର ଅତିରିକ୍ତ ସୈନ୍ୟ ପଠାଯିବା, ଆତଙ୍କବାଦ ପ୍ରତି କେନ୍ଦ୍ର କଠୋର ମନୋଭାବ ପୋଷଣ କରିବା, ପାକିସ୍ତାନକୁ ବିଭିନ୍ନ ପ୍ରକାର ଚେତାବନୀ ଦେବା, ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଓ ୩୫ଏର ଉଚ୍ଛେଦ ଲାଗି ସରକାରୀ ଦଳର ନେତାମାନେ ମତପ୍ରକାଶ କରିବା ଭିନ୍ନ ସଙ୍କେତ ଦେଉଛି। ତେବେ କେନ୍ଦ୍ରର ଆଭିମୁଖ୍ୟ କ’ଣ ରହିବ, ତାହା ସମୟ ହିଁ କହିବ।

ଏକାଠି ହେବାକୁ ମେହବୁବାଙ୍କ ଆହ୍ବାନ

ଜମ୍ମୁ-କଶ୍ମୀରରେ ଅତିରିକ୍ତ ୧୦ ହଜାର ସେନା ମୁତୟନକୁ ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି(ପିଡିପି) ମୁଖ୍ୟ ମେହବୁବା ମୁଫ୍‌ତି ବିରୋଧ କରିଛନ୍ତି। କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତି ବିରୋଧରେ ରାଜ୍ୟର ସମସ୍ତ ରାଜନୈତିକ ଦଳ ଏକାଠି ହୋଇ ସ୍ବର ଉତ୍ତୋଳନ କରିବାକୁ ସେ ଆହ୍ବାନ୍‌ ଦେଇଛନ୍ତି। ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି) ନେତା ଫାରୁକ୍‌ ଅବଦୁଲ୍ଲା ଏନେଇ ସର୍ବଦଳୀୟ ବୈଠକ ଡାକିବାକୁ ସେ କହିଛନ୍ତି। ଏଭଳି ମୁହୂର୍ତ୍ତରେ ଆମ୍ଭେମାନେ ଏକାଠି ହେବା ଜରୁରୀ ବୋଲି ସେ ପ୍ରକାଶ କରିଛନ୍ତି। କେନ୍ଦ୍ର ସରକାର ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରିଥିବା କହୁଥିବାବେଳେ ରାଜ୍ୟରେ ଏତେ ମାତ୍ରାରେ ସେନା ମୁତୟନ ଦ୍ୱାରା ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଥିବା ମେହବୁବା ପ୍ରକାଶ କରିଛନ୍ତି। ଆସନ୍ତା ଅକ୍ଟୋବରରେ ରାଜ୍ୟ ବିଧାନସଭା ନିର୍ବାଚନ ହେବାର ସମ୍ଭାବନା ଥିବାବେଳେ ଏଥିରୁ ଫାଇଦା ନେବାକୁ ଦୁଇ ରାଜନୈତିକ ଦଳ ସୁଯୋଗକୁ ଅପେକ୍ଷା କରିଛନ୍ତି। ଆତଙ୍କବାଦ ବିରୋଧରେ କେନ୍ଦ୍ର ସରକାରର କଠୋର ମନୋଭାବ ଓ ଜମ୍ମୁ-କଶ୍ମୀରରେ ଏନ୍‌ଆଇଏ ଅଧିକାରୀଙ୍କ ଚଢ଼ାଉ ପରେ ଅତିରିକ୍ତ ସେନା ମୁତୟନକୁ ନେଇ ମେହବୁବା କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭରଣପୋଷଣ ଦୟା ନୁହେଁ, ସ୍ତ୍ରୀଙ୍କ ଅଧିକାର: ହାଇକୋର୍ଟଙ୍କ ଐତିହାସିକ ରାୟ

ନୂଆଦିଲ୍ଲୀ,୧୭।୨: ସ୍ତ୍ରୀଙ୍କୁ ଭରଣପୋଷଣ ଦେବା କୌଣସି ଦୟା କିମ୍ବା ଦାନ ନୁହେଁ, ବରଂ ଏହା ସେମାନଙ୍କର ଏକ ଆଇନଗତ ଅଧିକାର। ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି…

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ପାକିସ୍ତାନ ପାଇଁ BCCI ସହିବ କ୍ଷତି! ଭାରତରୁ ଛଡ଼ାଇ ନିଆଯାଇପାରେ ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri