Categories: ଜାତୀୟ

ଶ୍ରୀନଗରରେ ଆତଙ୍କବାଦୀଙ୍କ ଗ୍ରେନେଡ୍‌ ଆକ୍ରମଣ

ଜମ୍ମୁ,୧୨।୧୦: ଜମ୍ମୁ-କଶ୍ମୀର ଶ୍ରୀନଗରର ହରି ସିଂ ହାଇ ଷ୍ଟ୍ରିଟରେ ଶନିବାର ସକାଳେ ଆତଙ୍କବାଦୀଙ୍କ ଦ୍ୱାରା ଗ୍ରେନେଡ୍‌ ଆକ୍ରମଣ ହୋଇଛି। ଭାରତୀୟ ସେନା ପକ୍ଷରୁ ଉକ୍ତ ଅଞ୍ଚଳକୁ ଘେରାଉ କରାଯାଇ ସର୍ଚ୍ଚ ଅପରେଶନ ଜାରି ରହିଛି। ଏଥିରେ ପ୍ରାୟ ୭ ଜଣ ଲୋକ ସାମାନ୍ୟ ଆହତ ହୋଇଥିବା କୁହାଯାଉଛି। ସୂଚନାଯୋଗ୍ୟ, ଏହା ପୂର୍ବରୁ ଦକ୍ଷିଣ କଶ୍ମୀରର ଅନନ୍ତନାଗରେ ଅକ୍ଟୋବର ୫ରେ ଆତଙ୍କବାଦୀଙ୍କ ଦ୍ୱାରା ଗ୍ରେନେଡ୍‌ ଆକ୍ରମଣ କରାଯାଇଥିଲା। ଏହି ଆକ୍ରମଣରେ ଜଣେ ଟ୍ରାଫିକ ପୋଲିସ, ଜଣେ ଖବରଦାତାଙ୍କ ସମେତ ପ୍ରାୟ ୧୪ ଜଣ ଆହତ ହୋଇଥିଲେ।

Share