ସୁନ୍ଦର ବର ପାଇଁ ସେବାୟତ ଘର କୁମାରୀଙ୍କ ନେତ ପୂଜା

ପୁରୀ ଅଫିସ,୨ା୧୦:ବଳିରେ ବଳି ନ କର କଳି… କାଲି ଆଣି ଦେବୀ ସରୁ ଚକୁଳି…ଏହି ଗୀତରେ ବୁଧବାର ଝଙ୍କୁରିତ ହୋଇଥିଲା ମାର୍କଣ୍ଡ ପୁଷ୍କରିଣୀ କୂଳ। ସେବାୟତ ପରିବାରର କୁମାରୀମାନେ ନେତ ବେଶରେ ସଜେଇ ହୋଇ ଏହି ଗୀତ ବୋଲି ହରପାର୍ବତୀଙ୍କୁ ଆରାଧନା କରିଥିଲେ। ସୁନ୍ଦର ଏବଂ ଯୋଗ୍ୟ ବର ପ୍ରାପ୍ତି ମନାସି ସେମାନେ ଏହି ପୂଜା କରିଥିଲେ।
ଭାଦ୍ରବ ମାସ ପୂର୍ଣ୍ଣମୀଠାରୁ ନେତା ପୂଜା ଆରମ୍ଭ ହୋଇଥାଏ। ୨୧ଦିନ ଦିନ ବ୍ୟାପୀ ସେବାୟତ ପରିବାରର କୁମାରୀମାନେ ସନ୍ଧ୍ୟାରେ ଘରେ ବଳିରେ ବଳି ନ କର କଳି…ଗୀତ ବୋଲି ଶିବ ପାର୍ବତୀଙ୍କୁ ପୂଜା କରିଥାନ୍ତି। ଏହାପରେ ଆଶ୍ୱିନ ଶୁକ୍ଲ ପକ୍ଷ ପଞ୍ଚମୀ ତିଥିଠାରୁ ୪ଦିନ ବ୍ୟାପି ନେତ ବେଶ ହୋଇ ମାର୍କଣ୍ଡ ପୁଷ୍କରିଣୀ କୂଳରେ ପୂଜାର୍ଚ୍ଚନା କରିଥାନ୍ତି। ଏଥିସହ ମାର୍କଣ୍ଡେଶ୍ୱରଙ୍କୁ ଦର୍ଶନ କରି ନିଷ୍ଠାର ସହିତ ବ୍ରତ ପାଳିଥାନ୍ତି। ଏହାକୁ ନେତ ପୂଜା ତଥା ନେତ ପରମ୍ପରା କୁହାଯାଏ। ଏହି ପରମ୍ପରା ଶ୍ରୀକ୍ଷେତ୍ରର ସେବାୟତ ପରିବାରରେ ପାଳିତ ହେଉଥିବା ବେଳେ ଅନ୍ୟତ୍ର ଦେଖିବାକୁ ମିଳେ ନାହିଁ। ବୁଧବାର ପୂର୍ବାହ୍ନରେ ମାର୍କଣ୍ଡ ପୁଷ୍କରିଣୀ କୂଳରେ ସେବାୟତ ଘରର କୁମାରୀଙ୍କ ନେତ ପୂଜା ବେଶ୍‌ ଆକର୍ଷଣୀୟ ସାଜିଥିଲା। କୁନି କୁନି ଝିଅମାନେ ସୁନା, ରୁପା ଅଳଙ୍କାରରେ ସଜେଇ ହୋଇ ନେତ ବେଶରେ ମାର୍କଣ୍ଡ ପୁଷ୍କରିଣୀକୁ ଆସିଥିଲେ। ପାଦରେ ପାଉଞ୍ଜି, ହାତରେ ପହୁଡ, ମଲ, ଅଣ୍ଟାରେ ବେଙ୍ଗପାଟିଆ, ହାତରେ ବାଜୁବନ୍ଧ, ଖଡୁ, ବେକରେ ହାର ଏବଂ ମଥାରେ ସିନ୍ଥି ଆଦି ଅଳଙ୍କାର ଶୋଭା ପାଉଥିଲା। ସେମାନେ କଛା ମାରି ପାଟ ଲୁଗା ପରିଧାନ କରିଥିଲେ। ପୁଷ୍କରିଣୀ କୂଳରେ ନଡିଆ, ମକା, ଜହ୍ନି, ଲାଉ, କାକୁଡି, ହଳଦୀ ଓ ଗୁଆ ରଖି ଠାକୁରଙ୍କୁ ସ୍ଥାପନା କରିଥିଲେ। ପୂଜାର୍ଚ୍ଚନା କରି ପୁଷ୍ପାଞ୍ଜଳି ପ୍ରଦାନ ପରେ ମାର୍କଣ୍ଡେଶ୍ୱରଙ୍କୁ ଦର୍ଶନ କରି ଘରକୁ ପ୍ରତ୍ୟାବର୍ତ୍ତନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ପାଳିତ, ବାଇକ୍‌ ଶୋଭାଯାତ୍ରା ସହ…

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଶୁକ୍ରବାର ପାଳିତ ହୋଇଯାଇଛି। ବିଜେଡ଼ି ବ୍ଲକ ଓ ନଗର କମିଟି...

ବର୍ଷର ଶେଷ ଶନିବାରରେ ବିରଳ ସଂଯୋଗ, ମୀନ ସମେତ ଏହି ୫ ରାଶି ହେବେ ମାଲାମାଲ; ବଢିବ ବ୍ୟାଙ୍କ୍‌ ବାଲାନ୍ସ

ଆସନ୍ତାକାଲି ହେଉଛି 2025 ମସିହାର ଶେଷ ଶନିବାର। ଶନିବାର ନ୍ୟାୟ ଏବଂ କର୍ମର ଗ୍ରହ ଶନିଦେବଙ୍କୁ ଉତ୍ସର୍ଗୀକୃତ, ଏବଂ ତାଙ୍କୁ ପୂଜା କରିବା ଦ୍ୱାରା ଧୈଯ୍ୟ...

ମହିଳା ହେବେ ସଶକ୍ତ: ମିଶନ ଶକ୍ତି କାଫେ ଉଦଘାଟିତ

ତୁମୁଡିବନ୍ଧ,୨୬।୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ପରିସରରେ ଥିବା ମିଶନ ଶକ୍ତି କାଫେକୁ କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀ ଆଜି ଶୁକ୍ରବାର...

ଘର ନିର୍ମାଣ କରିବାକୁ କହି ମହିଳାଙ୍କଠାରୁ ଟଙ୍କା ଠକେଇ

ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଘର ନିର୍ମାଣ କରିବାକୁ କହି ଜଣେ ଠିକାଦାର ସୌନ୍ଦର୍ଯ୍ୟନଗର ଅଞ୍ଚଳର ଜଣେ ମହିଳାଙ୍କଠାରୁ ୮୦ ହଜାର ଟଙ୍କା ଠକି ନେଇଛନ୍ତି। ଏ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ନିଖିଳ ଉତ୍କଳ କୁର୍ମିକ୍ଷତ୍ରିୟ ପ୍ରଦେଶ ମହାସଭା ଉଦଘାଟିତ: ଯୋଗଦେବେ ୫୦ ହଜାରରୁ ଉର୍ଦ୍ଧ୍ୱ କର୍ମକର୍ତ୍ତା

ଭଞ୍ଜନଗର,୨୬/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗୀ ଠାରେ ଶୁକ୍ରବାର ନିଖିଳ ଉତ୍କଳ କୁର୍ମିକ୍ଷତ୍ରିୟ ପ୍ରଦେଶ ମହାସଭା ଉଦଘାଟିତ ହୋଇଯାଇଛି । ଏହା ରବିବାର ପର୍ଯ୍ୟନ୍ତ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri