ଶ୍ରଦ୍ଧାଳୁଙ୍କ ପାଇଁ ୧ ହଜାର କୋଠରି ବିଶିଷ୍ଟ ଭକ୍ତନିବାସ

ପୁରୀ ଅଫିସ, ୨୧ା୧୨: ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ପରିଚାଳନା କମିଟି ବୈଠକ ବସିଥିଲା। ଏଥିରେ ଶ୍ରୀମନ୍ଦିର ସଂସ୍କାର ମାମଲାରେ ସୁପ୍ରିମ୍‌କୋର୍ଟ ଯେଉଁ ୨୩ଟି ଆଦେଶ ଦେଇଥିଲେ ତାହା ଉପରେ ପୁଙ୍ଖାନୁପୁଙ୍ଖ ତର୍ଜମା କରାଯାଇଥିଲା। ଆସନ୍ତା ୮ ତାରିଖରେ ସୁପ୍ରିମ୍‌କୋର୍ଟଙ୍କୁ ଏ ସଂକ୍ରାନ୍ତରେ ରିପୋର୍ଟ ଦିଆଯିବାକୁ ଥିବାରୁ ବୈଠକ ପ୍ରାୟ ସାଢେ ୩ ଘଣ୍ଟା ଧରି ଚାଲିଥିଲା। ଏଥିରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ଶ୍ରୀମନ୍ଦିରକୁ ଆସୁଥିବା ଦର୍ଶନାର୍ଥୀଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ସୁଯୋଗ କରାଯିବା ସହ ରହଣି ପାଇଁ ମାଟିତୋଟା ମୌଜାରେ ୧ ଏକର ଲେଖାଏ ୬ଟି ପ୍ଲଟରେ ହଜାରେ କୋଠରିବିଶିଷ୍ଟ ଭକ୍ତ ନିବାସ ତିଆରି କରାଯିବ। ଏହାର ଲେ ଆଉଟ୍‌ ପ୍ଲାନ କରାଯାଇଛିି। ମହାପ୍ରଭୁଙ୍କୁ ଦାନ ଆକାରରେ କୌଣସି ଚାରିଟେବୁଲ ଟ୍ରଷ୍ଟ, ଫାଉଣ୍ଡେଶନ ଅବା ବଡ଼ କମ୍ପାନୀ ସିଏସ୍‌ଆର ଫଣ୍ଡରେ ଏହି ଭକ୍ତ ନିବାସ ତିଆରି କରିବା ଲାଗି ଆମନ୍ତ୍ରଣ କରାଯିବ। ଏଥିପାଇଁ ଜାନୁୟାରୀ ମାସରେ ବିଜ୍ଞାପନ ବାହାରିବ ଏବଂ ମନ୍ଦିର ପ୍ରଶାସନ ଏହାର ପରିଚାଳନା ଦାୟିତ୍ୱ ନେବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର।
ବୈଠକ ପରେ ମୁଖ୍ୟ ପ୍ରଶାସକ କହିଥିଲେ, ମୁଖ୍ୟତଃ ସୁପ୍ରିମ୍‌କୋର୍ଟଙ୍କ ଆଦେଶ ସଂକ୍ରାନ୍ତରେ ଆଲୋଚନା ହୋଇଥିଲା। ସେବାୟତ ଘରର ପିଲାଙ୍କ ଶିକ୍ଷା ପାଇଁ ଆଦର୍ଶ ଗୁରୁକୁଳ ନିର୍ମାଣ ନିମନ୍ତେ ପୂର୍ବରୁ ଓଡ଼ିଶାର ଏକ ମାମଲାରେ ସୁପ୍ରିମ୍‌କୋର୍ଟଙ୍କ ପାଖରେ ଥିବା ୫ କାଟି ଏବଂ ଏହାର ସୁଧ ଅର୍ଥ ଦେବା ପାଇଁ କହିଛନ୍ତିି। ଏଥିଲାଗି ମାଟିତୋଟା ମୌଜାରେ ୧୫ ଏକର ଜମି ଚିହ୍ନଟ ହୋଇଛିି। ସୁପ୍ରିମ୍‌କୋର୍ଟ ଯେଉଁ ଅର୍ଥ ଦେବେ ବୋଲି କହିଛନ୍ତି ତାହା କିପରି ଶୀଘ୍ର ଆସିବ ସେଥିଲାଗି ରେଜିଷ୍ଟ୍ରାରଙ୍କୁ ଅନୁରୋଧ କରାଯିବ। ସୌନ୍ଦର୍ଯ୍ୟକରଣ ପାଇଁ ଜଣେ ଭଲ ସ୍ଥପତିଙ୍କୁ ୨୬ ତାରିଖ ମଧ୍ୟରେ ନିଯୁକ୍ତି ଦିଆଯିବ। ଜାନୁୟାରୀ ଶେଷ ସୁଦ୍ଧା ଶ୍ରୀମନ୍ଦିର ଚତୁଃପାର୍ଶ୍ୱ, ସିଂହଦ୍ୱାର ପ୍ରଭୃତି ସ୍ଥାନରେ ସୌନ୍ଦର୍ଯ୍ୟକରଣ ନେଇ ପ୍ଲାନ ପ୍ରସ୍ତୁତ କରି ଦେବା ପରେ ଏହାକୁ ସୁପ୍ରିମ୍‌କୋର୍ଟରେ ଦାଖଲ କରାଯିବ। ଶ୍ରୀମନ୍ଦିରର ଯେଉଁସବୁ ସ୍ଥାନରେ ମରାମତି ଏବଂ ଅନ୍ୟାନ୍ୟ କାମର ଆବଶ୍ୟକତା ରହିଛି ତାର ତାଲିକା ପ୍ରସ୍ତୁତ କରାଯାଇଛି। ସ୍ଥପତି ଦେଖିବା ପରେ ଜାନୁୟାରୀ ୩୦ ସୁଦ୍ଧା ଏହା ଏଏସ୍‌ଆଇକୁ ପ୍ରଦାନ କରାଯିବ। ଏହି ପ୍ଲାନ ଅନୁଯାୟୀ କାମ କରିବାକୁ ଏଏସ୍‌ଆଇକୁ ନିର୍ଦ୍ଦେଶ ଦେବା ଲାଗି ସୁପ୍ରିମ୍‌କୋର୍ଟଙ୍କୁ ଅନୁରୋଧ କରାଯିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତିି। ଭକ୍ତଙ୍କ ସୁବିଧା ଏବଂ ଆନନ୍ଦ ବଜାରରେ ଶୃଙ୍ଖଳା ପାଇଁ ମହାପ୍ରସାଦ ଦର ତାଲିକା ଲଗାଯିବ ବୋଲି ନିଷ୍ପତ୍ତି ହୋଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ମହାପାତ୍ର, ଜିଲାପାଳ ବଲୱନ୍ତ ସିଂ, ଏସ୍‌ପି ଉମାଶଙ୍କର ଦାଶ, ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କ ସମେତ କମିଟିର ଅନ୍ୟ ସଦସ୍ୟମାନେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

ଓଡ଼ିଶା ବଜାରରେ ବିକ୍ରି ହେଉଛି ନିମ୍ନମାନର କ୍ଷୀର, ଆପଣ କିଣୁନାହାନ୍ତି ତ ?

ଭୁବନେଶ୍ବର,୧୮।୨: ରାଜ୍ୟରେ ବିକ୍ରି ହେଉଛି ନିମ୍ନ ମାନର ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ। ଏନେଇ ବୁଧବାର ବିଧାନସଭାରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ…

ସରକାରଙ୍କ ବଡ ପଦକ୍ଷେପ: ରସୁଲଗଡ଼ରେ ହେବ ୫୦୦ ମିଟରର ସ୍କାଏୱାକ୍‌

ଭୁବନେଶ୍ବର,୧୮।୨: ରାଜଧାନୀର ଜାତୀୟ ରାଜପଥ-୧୬ରେ ଆଉ ରହିବନି ଦୁର୍ଘଟଣାର ଭୟ। ପଥଚାରୀଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡିଛି ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ବା NHAI। ପଳାଶୁଣିରୁ…

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା କଲେ ସ୍ୱାମୀ

ବଲାଙ୍ଗୀର,୧୮।୨(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଜାମପଡା ଗାଁ ଖୁଣ୍ଟିଆପଡାରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା…

ଏସବୁ କରିବା ବଳାତ୍କାର ଉଦ୍ୟମ: ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ରଦ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୮ା୨: ନାବାଳିକା ଯୌନ ନିର୍ଯାତନା ମାମଲାରେ ଆଲ୍ଲାହାବାଦ ହାଇକୋର୍ଟଙ୍କ ଏକ ବିବାଦୀୟ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି। ଜଣେ ୧୧ ବର୍ଷର ଶିଶୁ କନ୍ୟାର ସମ୍ବେଦନଶୀଳ ଅଙ୍ଗକୁ…

ବ୍ୟବସାୟୀଙ୍କ ଘରୁ ଚୋରି କରି ଧରାପଡ଼ିଲେ

ଖଡ଼ିଆଳ,୧୮।୨: ନୂଆପଡ଼ା ଜିଲା ୧୧ ନମ୍ବର ୱାର୍ଡ ପୁଟୁପଡ଼ାରେ ରହୁଥିବା ଜଣେ ବ୍ୟବସାୟୀଙ୍କ ଘରୁ ବଡ଼ଧରଣର ଚୋରି ହୋଇଥିଲା। ପୋଲିସ ବୁଧବାର ଉକ୍ତ ଘଟଣାର ପର୍ଦ୍ଦାଫାଶ କରିଛି।…

ବୋଲଗଡ଼ ବିଡିଓଙ୍କୁ ହଟାଇବା ଦାବିରେ ତାତିଲେ ଆନ୍ଦୋଳନକାରୀ; ପୋଲିସ ସହ ଠେଲାପେଲା, କାର୍‌ ଭାଙ୍ଗିଲେ…

ଖୋର୍ଦ୍ଧା,୧୮।୨(ପ୍ରଭାତ ପାଣିଗ୍ରାହୀ): ଉଗ୍ରରୂପ ନେଲା ବ୍ଲକ ସମୁଖ ଆନ୍ଦୋଳନ । ବୋଲଗଡ଼ ବ୍ଲକ ପରିସରରେ ବିଡିଓ ବିବାଦକୁ ନେଇ ଉତ୍ତେଜନା ଦେଖାଯାଉଥିବା ବେଳେ ବିଡିଓଙ୍କ ଗାଡି ଭଙ୍ଗାରୁଜା…

ପୌର ପରିଷଦ କାର୍ଯ୍ୟାଳୟ ଗେଟରେ ତାଲା ପକାଇଲେ ସଫେଇ କର୍ମଚାରୀ

ଯାଜପୁରରୋଡ଼,୧୮।୨(ପବିତ୍ର ରଞ୍ଜନ ମହାନ୍ତି): ବ୍ୟାସନଗର ପୌର ପରିଷଦ କାର୍ଯ୍ୟାଳୟ ଗେଟରେ ତାଲା ପକାଇ ବୁଧବାର ସଫେଇ କର୍ମଚାରୀମାନେ ଆନ୍ଦୋଳନ କରିଛନ୍ତି। କର୍ମଚାରୀଙ୍କ ଅଭିଯୋଗ ମୁତାବକ ସେମାନେ ୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri