ଶ୍ରଦ୍ଧାଞ୍ଜଳି ଓ ସଂକଳ୍ପର ଦିନଟିଏ

ପ୍ରତିବର୍ଷ ୩୦ ଜାନୁୟାରୀରେ ଭାରତରେ ଶହୀଦ ଦିବସ ପାଳନ କରାଯାଏ। ଜାତିର ପିତା ତଥା ଅହିଂସା ପୂଜାରୀ ମହାତ୍ମା ଗାନ୍ଧୀଙ୍କ ପୁଣ୍ୟତିଥିକୁ ଶହୀଦ ଦିବସ ଭାବେ ପାଳନ କରଯାଉଛି। ୩୦ ଜାନୁୟାରୀ, ୧୯୪୮ରେ ମହାମତ୍ା ଗାନ୍ଧୀଙ୍କୁ ବିର୍ଲା ହାଉସ୍‌ର ପ୍ରାର୍ଥନାସଭାରେ ନାଥୁରାମ ଗଡ୍‌ସେ ଗୁଳିକରି ହତ୍ୟା କରିବା ପରେ ଗାନ୍ଧିଜୀଙ୍କ ଜୀବନଦୀପ ଲିଭିଯାଇଥିଲେ ବି ତାଙ୍କ ଅହିଂସାଦୀପ ସରା ବିଶ୍ୱକୁ ଆଲୋକିତ କରିଆସୁଛିି। ଶହୀଦ ଦିବସରେ ଦେଶ ଲାଗି ନିଜ ଜୀବନକୁ ଉତ୍ସର୍ଗ କରିଥିବା ମହାମତ୍ାଙ୍କ ସମେତ ବହୁ ବୀର ଶହୀଦ ସଂଗ୍ରାମୀଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥାଏ। ଏହି ଅବସରରେ ଦେଶର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ଓ ଶ୍ରଦ୍ଧାଞ୍ଜଳି ସଭାମାନ ଆୟୋଜନ କରାଯାଇଥାଏ। ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷାମନ୍ତ୍ରୀ ଓ ତିନି ସେନାର ମୁଖ୍ୟ ରାଜଘାଟସ୍ଥିତ ଗାନ୍ଧିଜୀଙ୍କ ସମାଧିପୀଠରେ ଶ୍ରଦ୍ଧାଞ୍ଜଳି ଦେଇଥାନ୍ତି। ବିଶ୍ୱରେ ସ୍ବାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଶହୀଦ ଦିବସ ପାଳନ କରୁଥିବା ୧୫ଟି ରାଷ୍ଟ୍ର ମଧ୍ୟରେ ଭାରତ ଅନ୍ୟତମ। ଏହାର କାରଣ, ଇଂରେଜଙ୍କ ବିରୋଧରେ ସଂଗ୍ରାମ କରି ଆମ ଦେଶକୁ ସ୍ବାଧୀନତା ଦେଇଥିବା ବୀର ସଂଗ୍ରାମୀଙ୍କ ତ୍ୟାଗକୁ ଆମେ କେବେ ବି ଭୁଲିପାରିନୁ କି ଭୁଲି ପାରିବୁନାହିଁ। ଗାନ୍ଧିଜୀ ଶାନ୍ତି ଓ ଅହିଂସା ମାର୍ଗରେ ସ୍ବାଧୀନତା ସଂଗ୍ରାମୀଙ୍କୁ ଉଦ୍‌ବୁଦ୍ଧ କରିଥିଲେ। ସଂଗ୍ରାମୀଙ୍କ ଅତୁଟ ମନୋବଳ ଓ ଅହିଂସାର ଆୟୁଧ ସମ୍ମୁଖରେ ଇଂରେଜ ବେଶି ଦିନ ତିଷ୍ଠିପାରି ନ ଥିଲେ। ସେମାନେ ଦେଶ ଛାଡି ଯିବାକୁ ବାଧ୍ୟ ହୋଇଥିଲେ। ଭାରତର ସ୍ବାଧୀନତା ସଂଗ୍ରାମରେ ଗାନ୍ଧିଜୀଙ୍କ ସହ ଝାସ ଦେଇଥିବା ପ୍ରତ୍ୟେକ ବୀର ସଂଗ୍ରାମୀଙ୍କୁ ଆଜି ଦିନରେ ସ୍ମରଣ କରି ସେମାନେ ସ୍ବାଧୀନ ଭାରତ ପାଇଁ ଦେଖିଥିବା ସ୍ବପ୍ନକୁ ଆଗକୁ ନେବା ଲାଗି ପ୍ରେରଣା ଦେଇଥାଏ ଏହି ଦିବସ। ଦେଶର ପ୍ରଗତି ପାଇଁ ଲଢେଇ ଜାରି ରଖିବା ପାଇଁ ଏହା ସଂକଳ୍ପର ଦିନଟିଏ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମରେ ବଢ଼ିଲା କୃଷ୍ଣସାର ମୃଗଙ୍କ ସଂଖ୍ୟା

ଗଞ୍ଜାମ,୩।୨(ବିଦ୍ୟାଧର ସାହୁ):ଗଞ୍ଜାମରେ ବୃଦ୍ଧି ପାଇଛି କୃଷ୍ଣସାର ମୃଗଙ୍କ ସଂଖ୍ୟା। ଏ ନେଇ ପିସିସିଏଫ ବନ୍ୟପ୍ରାଣୀ ଏକ୍ସରେ ସୂଚନା ଦେଇଛନ୍ତି। ପ୍ରଶିକ୍ଷିତ ଟିମ, ଡ୍ରୋନ ଓ AI ସହାୟତାରେ…

ପୁରୀରେ ରାଷ୍ଟ୍ରପତି: କାଲି ଶ୍ବେତଗଙ୍ଗାରେ କରିବେ ପିଣ୍ଡଦାନ

ପୁରୀ,୩।୨: ପୁରୀରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତାଳବଣିଆ ହେଲିପ୍ୟାଡ୍‌ରେ ତାଙ୍କ ବିମାନ ପହଞ୍ଚିବା ପରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ତାଙ୍କୁ ସ୍ବାଗତ କରିଛନ୍ତି। ରାଷ୍ଟ୍ରପତି ପୁରୀରେ…

ଭାଜପା ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟଙ୍କ ଘର ଉପରରେ ଆକ୍ରମଣ: ୧୫ ଅଟକ , ଗାଁରେ ପୋଲିସ ଛାଉଣି

ମୋହନା,୩।୨(ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ ଗ୍ରାମର ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିବରାମ ସୁଆରଙ୍କ ଘର ଉପରେ ସୋମବାର ସନ୍ଧ୍ୟା…

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିର ପ୍ରଭାବ: ୮ ବର୍ଷ ମଧ୍ୟରେ ଟଙ୍କା ମୂଲ୍ୟରେ ସବୁଠାରୁ ବଡ଼ ସୁଧାର

ନୂଆଦିଲ୍ଲୀ,୩।୨: ଭାରତ ଏବଂ ଆମେରିକା ମଧ୍ୟରେ ଐତିହାସିକ ବାଣିଜ୍ୟ ଚୁକ୍ତି ଭାରତୀୟ ମୁଦ୍ରା ‘ଟଙ୍କା’ ପାଇଁ ସଞ୍ଜୀବନୀ ସଦୃଶ ହୋଇଛି। ମଙ୍ଗଳବାର ବଜାର ବନ୍ଦ ହେବା ବେଳକୁ…

ନାଚ ସାରି ଫେରୁଥିଲେ ମେଲୋଡି କଳାକାର, ରାସ୍ତାରେ ଅଟକାଇ ମାଡ଼ ମାରିଲେ…

ଆଠଗଡ଼,୩।୨: ନାଚ ସାରି ଫେରୁଥିଲେ ମେଲୋଡି କଳାକାର ରାସ୍ତାରେ ଅଟକାଇ ମାରିଲେ ଦୁବୃର୍ତ୍ତ। ଏଭଳି ଘଟଣା ଘଟିଛି କଟକ ଜିଲା ତିଗିରିଆ ଥାନା ପାଳପୁଟ ଗାଁରେ। ସୂଚନାଯୋଗ୍ୟ,…

ଝିଅମାନେ ସାବଧାନ: ସ୍ମାର୍ଟ ଚଷମାରେ ଆପଣଙ୍କର ସବୁ ରେକର୍ଡ କରିନେବେ, ଓଡ଼ିଶାରେ ପଡିଛନ୍ତି ଧରା

ନୂଆଦିଲ୍ଲୀ,୩।୨: ବଦଳୁଥିବା ସମୟ ସହିତ ଟେକ୍ନୋଲୋଜି ଯେତିକି ସୁବିଧା ଆଣୁଛି, ସେତିକି ବିପଦ ମଧ୍ୟ ବଢ଼ାଉଛି। ବର୍ତ୍ତମାନ ଆମେରିକା ଏବଂ ବ୍ରିଟେନ ଭଳି ଦେଶରେ ‘ସ୍ମାର୍ଟ ଚଷମା’…

ପ୍ରଧାନମନ୍ତ୍ରୀ ଦେଶକୁ ବିକ୍ରି କରିଦେଇଛନ୍ତି: ରାହୁଲ ଗାନ୍ଧୀଙ୍କ ବିସ୍ଫୋରକ ଅଭିଯୋଗ

ନୂଆଦିଲ୍ଲୀ,୩।୨: ଆମେରିକା ସହ ହୋଇଥିବା ବାଣିଜ୍ୟ ଚୁକ୍ତିକୁ ନେଇ ସବୁଆଡେ ଚର୍ଚ୍ଚା ଲାଗି ରହିଛି। ଏହାରି ମଧ୍ୟରେ ବିରୋଧୀ ଦଳ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ…

ଭକ୍ତ ଦାସଙ୍କ ବଡ଼ ଦାବି: ପୌର, ଏନ୍‌ଏସି ନିର୍ୱାଚନ ବାଲଟ୍‌ରେ ହେଉ

ଭୁବନେଶ୍ୱର,୩।୨: ରାଜ୍ୟ ସରକାରଙ୍କ ପକ୍ଷରୁ ନିକଟରେ ୨୮ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି) ଏବଂ ୭ ପୌରପାଳିକା(ମ୍ୟୁନିସିପାଲିଟି) ନିର୍ୱାଚନ ଲାଗି ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri