ଶ୍ମଶାନ ସ୍ଥାନ, ନାଳରେ ଆବର୍ଜନାକୁ ନେଇ ଅସନ୍ତୋଷ

ଫୁଲବାଣୀ ଅଫିସ, ୧୩ା୩-ଫୁଲବାଣୀ ପୌର ପରିଷଦ ଅଧୀନ ପେଞ୍ଜିସାହିର ଶ୍ମଶାନ ସ୍ଥାନକୁ ଏବେ ପୌର ପରିଷଦ ନିଜ ଦଖଲକୁ ନେଇଛି। ଶ୍ମଶାନ ପାଇଁ ପୌର ପରିଷଦ ଅନ୍ୟତ୍ର ସ୍ଥାନ ଯୋଗାଇ ଦେବ ବୋଲି ପୂର୍ବରୁ କହି ଆସୁଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଯୋଗାଇ ପାରିନାହିଁ। ତେଣୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ସେହିପରି ସାହି ଲୋକେ ଚଳପ୍ରଚଳ ହେଉଥିବା ନାଳ ଏବଂ ଏହା ପାଖରେ ପୌର ପରିଷଦ ପକ୍ଷରୁ ଅଳିଆ ପକାଯାଉଛି। ତେଣୁ ନାଳ ପାଣି ଆଉ ବ୍ୟବହାର ଉପଯୋଗୀ ହୋଇପାରୁନି। ଏସବୁ ସମସ୍ୟା ନେଇ ଗୁରୁବାର ସାହିବାସିନ୍ଦା ଏକାଠି ହୋଇ ଏକ ବୈଠକ କରିଛନ୍ତି। ତୁରନ୍ତ ସମସ୍ୟା ସମାଧାନ ପାଇଁ ପୌର ପରିଷଦ ପଦକ୍ଷେପ ନ ନେଲେ ଆସନ୍ତା ୧୮ ତାରିଖରେ ଆନ୍ଦୋଳନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ପେଞ୍ଜିସାହି ନଦୀ ତଟରେ ଥିବା ଶ୍ମଶାନରେ ସାହିବାସିନ୍ଦା ପୂର୍ବରୁ ମୃତଦେହ ଦାହ କରି ଆସୁଥିବା ବେଳେ ଏବେ ସେଠାରେ ବାଡ କରାଯାଇ ଉକ୍ତ ସ୍ଥାନକୁ ସଫାସୁତରା କରାଯାଇଛି। ସେଠାରେ ଘର କିମ୍ବା ଅନ୍ୟ ଅନୁଷ୍ଠାନ କରାଗଲେ ସମସ୍ୟା ଦେଖାଦେବ। ସେହିପରି ପାଖରେ ଯାଇଥିବା ନାଳ ନିକଟରେ ଅଳିଆ ଆବର୍ଜନା ଗଦା କରାଯାଉଛି। ଏହା ପାଣିରେ ମିଶୁଛି। ବିକଳ୍ପ କିଛି ନ ଥିବାରୁ ସ୍ଥାନୀୟ ଲୋକେ ସେଠାରେ ଗାଧୋଇବାକୁ ବାଧ୍ୟ ହେଉଛନ୍ତି। ଏହି ଅପରିଷ୍କାର ପାଣିରେ ଗାଧୋଇ କେତେଜଣ ଚର୍ମ ରୋଗରେ ଆକ୍ରାନ୍ତ ହେଲେଣି। ତଥାପି ପୌର ପରିଷଦ କିଛି ଶୁଣୁନାହିଁ। ଆଗାମୀ ଦିନରେ ଏସବୁ ସସମ୍ୟା ସମାଧାନ ନ ହେଲେ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ଶ୍ରୀପତି ମଲ୍ଲିକ, ରବୀନ୍ଦ୍ର କହଁର, ହେମନ୍ତ ମୁଖି, ପ୍ରଦୀପ ମାଝି, ବିଜୟ କହଁର, ଧିର କହଁର ପ୍ରମୁଖ ପ୍ରକାଶ କରିଛନ୍ତି। ଏ ନେଇ ପୌର ପରିଷଦ ନିର୍ବାହୀ ଅଧିକାରୀ ବଳଦେବ ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି, ଶ୍ମଶାନ ନିକଟରେ ଅନ୍ୟକେହି ବାଡ କରିଥିଲେ। ତହସିଲଦାରଙ୍କୁ କୁହାଯାଇ ତାହାକୁ ଭଙ୍ଗାଯାଇଛି। ସେହିପରି ନାଳ ନିକଟରେ ଆଉ ଆବର୍ଜନା ପଡିବ ନାହିଁ। ଡମ୍ପିଂୟାର୍ଡ ହେଲା ପରେ ସବୁ ଆବର୍ଜନା ସେଠାକୁ ଯିବ ବୋଲି ନିର୍ବାହୀ ଅଧିକାରୀ ବେହେରା କହିଛନ୍ତି। ସୂଚନାଯୋଗ୍ୟ, ପେଞ୍ଜିସାହି ଶଶ୍ମାନ ଉପରେ ଇରିଗେଶନ କଲୋନୀ, ଅରବିନ୍ଦ ନଗର, ଏଫସିଆଇ ଛକ, ପେଞ୍ଜିସାହି, ଗୌଡ ସାହି, ମୁଖି ସାହି, ବିଡାଙ୍ଗି ସାହି, ବାଇଖୋଲ ସାହି, ଶଗଡିଆ ସାହି, ଗୋପାଳ ସାହି, ଅମଲାପଡା, ଓଲେନବେଚ ନଗର, ଓଏନ୍‌ଏସି ସାହିର ଲୋକେ ନିର୍ଭର କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

ସ୍ତ୍ରୀଙ୍କ ସହ ଯାଇଥିଲେ ଶ୍ୱଶୁର ଘର: ଘରେ ବୁଲିଲା କଳାକନା

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ୱୃତ୍ତମାନେ କଳାକନା…

ଶପଥ ନେଲେ ନବନିର୍ବାଚିତ ବାର ଆସୋସିଏଶନ କର୍ମକର୍ତ୍ତା, ଜାଣନ୍ତୁ ସେମାନେ କିଏ…

ଭଞ୍ଜନଗର,୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନର ନବ ନିର୍ବାଚିତ କର୍ମକର୍ତ୍ତାମାନେ ଶୁକ୍ରବାର ଶପଥ ନେଇଛନ୍ତି। ନିର୍ବାଚନ ଅଧିକାରୀ ଲଡ଼ୁ କିଶୋର ଅଳତିଆ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri