ଶୌଚ ହେବାକୁ ଯାଇଥିବା ନାବାଳିକାଙ୍କୁ ଅସଦାଚରଣ: ଅଭିଯୁକ୍ତ ଫେରାର, ପୋଲିସର ତଦନ୍ତ ଜାରି

ରସୁଲପୁର,୧୨।୩(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ବାରବାଟୀ ପଞ୍ଚାୟତ ବେତଣ୍ଡା ଗ୍ରାମରେ ଗୁରୁବାର ସକାଳେ ଶୌଚ ହେବାକୁ ଯାଇଥିବା ଜଣେ ନାବାଳିକାଙ୍କୁ ସେହି ଗ୍ରାମର ଶରତ ମହାକୁଡ଼ ନାମକ ଜଣେ ଯୁବକ ତାକୁ ଅସଦାଚରଣ କରିବା ସହ ବଳାତ୍କାର ଉଦ୍ୟମ କରିଥିଲେ। ଏହାଜାଣି ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରିଥିଲେ। ଏ ନେଇ ନାବାଳିକାଙ୍କ ବାପା ଧର୍ମଶାଳା ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଅଭିଯୋଗ ଆଧାରରେ କେସ୍‌ ନଂ.୧୦୨/୨୦ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ଅନ୍ୟପକ୍ଷରେ ଅଭିଯୁକ୍ତ ଘରୁ ଫେରାର ହୋଇଯାଇଥିବା ବେଳେ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରିରହିଛି।