ଶୌଚ ପାଇଁ ଯାଉଥିବା ବେଳେ ବୃଦ୍ଧଙ୍କୁ ଦଳିଦେଲା ଦନ୍ତା

ବନ୍ତ,୩୦ା୫(ସ୍ବ.ପ୍ର.): ଭଦ୍ରକ ଜିଲା ଆଗରପଡ଼ା ଥାନା ଅଧୀନ ମହାନ୍ତିପଡ଼ା ଗ୍ରାମର ପାଗୁଳୁ ବେହେରା(୬୫) ଶନିବାର ଭୋର୍‌ ସମୟରେ ଶୌଚ ହେବା ପାଇଁ ଯାଇଥିବା ବେଳେ ଏକ ଦନ୍ତାହାତୀ ଦଳି ମାରିଦେଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଭଦ୍ରକ ରେଞ୍ଜର ରଞ୍ଜିତ୍‌ ମହାନ୍ତି, ଆଗରପଡ଼ା ଥାନାଧିକାରୀ ସୁକାନ୍ତି କେରେଇ ପହଞ୍ଚି ଲୋକଙ୍କ ସହ ଆଲୋଚନା କରି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।
ସୂଚନାଯୋଗ୍ୟ, ଗତ କିଛିଦିନ ଧରି ୨ଟି ଦନ୍ତାହାତୀ ଉକ୍ତ ଗ୍ରାମକୁ ଲାଗିଥିବା ସାଳନ୍ଦୀ ନଦୀ ଅପର ପାର୍ଶ୍ୱରେ ଥିବା ଆମ୍ବ ତୋଟାରେ ରହି ଆସୁଥିଲେ। ଫଳରେ ସ୍ଥାନୀୟ ଅଞ୍ଚଳର ଲୋକେ ଭୟଭୀତ ହୋଇପଡ଼ିଛନ୍ତି।