ଶୌଚ ପାଇଁ ଯାଇ ହାତୀ ଆକ୍ରମଣର ଶିକାର, ବୃଦ୍ଧ ମୃତ

ବେତନଟୀ, ୧।୧୦(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ବେତନଟୀ ବନାଞ୍ଚଳ ଜାମୁଗଧା ଗ୍ରାମର ଜଣେ ବୃଦ୍ଧଙ୍କର ହାତୀ ଆକ୍ରମଣରେ ମଙ୍ଗଳବାର ସକାଳେ ମୃତ୍ୟୁ ଘଟିଛି। ସେ ହେଲେ ଗଜେନ୍ଦ୍ର ମହାନ୍ତ(୭୦)।
ପ୍ରକାଶ ଯେ, ଗଜେନ୍ଦ୍ର ଜଣେ ପଡ଼ୋଶୀଙ୍କ ସହ ଶୌଚ ପାଇଁ ଗାଁ ନିକଟ ପଡ଼ିଆକୁ ଯାଇଥିଲେ। ପୂର୍ବରୁ ସେଠାରେ ଥିବା ହାତୀ ସେମାନଙ୍କୁ ଆକ୍ରମଣ ପାଇଁ ଗୋଡ଼ାଇଥିଲା। ପଡ଼ୋଶୀ ଜଣଙ୍କ ସେଠାରେ ପଳାଇଥିବା ବେଳେ ଗଜେନ୍ଦ୍ର ହାତୀ ଆକ୍ରମଣର ଶିକାର ହୋଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଖବର ଲେଖା ହେବା ବେଳକୁ ମୃତଦେହ ସେଠାରେ ପଡ଼ି ରହିଥିଲା। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବା ବେଳେ ବେତନଟୀ ବନ ବିଭାଗ ପହଞ୍ଚିଥିବା ଜଣାପଡ଼ିଛି।