Categories: ଜାତୀୟ

ଶୋଷ ମେଣ୍ଟିବାକୁ ପାଣି ନାହିଁ, ଆତ୍ମହତ୍ୟା ପାଇଁ ଅନୁମତି ଦେବାକୁ ପ୍ରଧାନମନ୍ତ୍ରୀଙ୍କ ପାଖରେ ଗୁହାରିକଲେ ପରିବାର

ଲକ୍ଷ୍ନୌ, ୧୭।୬: ସାରା ଦେଶରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଅନୁଭୂତ ହେଉଛି। ବିହାରରେ ଅଂଶୁଘାତରେ ୭୩ ଜଣଙ୍କ ପ୍ରାଣ ଗଲାଣି। ବିଭିନ୍ନ ସ୍ଥାନରେ ପାଣି ସମସ୍ୟା ଦେଖାଦେଇଛି। ଉତ୍ତର ପ୍ରଦେଶର ହତରସର ଏକ ପରିବାର ଶୋଷ ମଣ୍ଟେଇବାକୁ ପାଣି ନାହିଁ ବୋଲି ଆତ୍ମହତ୍ୟା ପାଇଁ ଅନୁମତି ଦେବାକୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଗୁହାରି କରିଛନ୍ତି। ହାତରସ ଜିଲା ହାସଯାନ ବ୍ଲକର ଚନ୍ଦ୍ରପାଲ ସିଂ ନାମକ ଜଣେ କୃଷକ ତାଙ୍କ ଅଞ୍ଚଳରେ ଖାରିଆପାଣି ଆସୁଥିବାର ଅଭିଯୋଗ ନେଇ ସରକାରୀ ସ୍ତରରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସମାଧାନ ହୋଇପାରି ନ ଥିଲା। ପରିବାର ଲୋକେ ଗୋଟିଏ ବୁନ୍ଦା ପାଣି ପିଇବାକୁ ମଧ୍ୟ ମିଳୁନାହିଁ। ଲୁଣିଆପାଣି ଯୋଗୁ ଫସଲ ମଧ୍ୟ ନଷ୍ଟ ହୋଇଗଲାଣି। ତେଣୁ ଆଉ ବଞ୍ଚିି ଲାଭ କ’ଣ ଭାବି ସେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଆତ୍ମହତ୍ୟା ପାଇଁ ଅନୁମତି ମାଗିଛନ୍ତି। ଚନ୍ଦ୍ରପାଲଙ୍କ ପରିବାରରେ ନାବାଳିକା ଝିଅ ଏବଂ ସ୍ତ୍ରୀ ରହୁଛନ୍ତି।

Share