ଶୋଚନୀୟ ଅବସ୍ଥାରେ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ: ୫୫ ବର୍ଷ ହେଲା ଚାଲିଛି ଭଡ଼ାଘରେ

ତାଳଚେର,୧୮ା୯(ନି.ପ୍ର.)-ତାଳଚେର ବଲଣ୍ଡାଠାରେ ଥିବା ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ନିୟୋଜନ କାର୍ଯ୍ୟାଳୟ (ସ୍ପେଶିଆଲ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ଅଫିସ) ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଦୀର୍ଘ ୫୫ ବର୍ଷ ହେଲା ଏମ୍‌ସିଏଲ୍‌ର ଏକ ଭଡା ଘରେ ଚାଲୁଥିବା ଏହି ଅଫିସ ଗୃହ ୩ ମାସ ହେଲା ଭାଙ୍ଗି ଯାଇଥିଲେ ବି ମରାମତି କରାଯାଉ ନାହିଁ। ସେହିପରି ଆବଶ୍ୟକ ସଂଖ୍ୟକ କର୍ମଚାରୀଙ୍କ ଅଭାବ ମଧ୍ୟ ଅସନ୍ତୋଷର କାରଣ ହୋଇଛି।
୧୯୬୪ରେ ବଲଣ୍ଡାସ୍ଥିତ ଏମ୍‌ସିଏଲ୍‌ର ଏକ କ୍ୱାର୍ଟର୍ସରେ ଏହି କାର୍ଯ୍ୟାଳୟ ଖୋଲା ଯାଇଥିଲା। ସେବେଠାରୁ ଏହି ଅଫିସ ଭଡ଼ାଘରେ ଚାଲିଆସୁଛି। ବର୍ଷକୁ ୧୭ ହଜାର ଟଙ୍କା ଭଡା ବାବଦକୁ ଦିଆଯାଉଛି। ବାର୍ଷିକ ପ୍ରାୟ ୧୫ଶହ ଯୁବତୀ ଯୁବକ ଏଠାରେ ସେମାନଙ୍କ ନାମ ପଞ୍ଜୀକରଣ କରୁଛନ୍ତି। ଏବେ ବି ୧୦ ହଜାର ୩୩୫ ଜଣ ଯୁବତୀ ଯୁବକ ନାମ ପଞ୍ଜୀକରଣ କରି ଚାକିରି ଅପେକ୍ଷାରେ ଅଛନ୍ତି। ସେମାନଙ୍କ ମଧ୍ୟରୁ ଯୁବତୀଙ୍କ ସଂଖ୍ୟା ୨୦୪୭ ହୋଇଥିବା ବେଳେ ଯୁବକଙ୍କ ସଂଖ୍ୟା ୮୨୮୮ ରହିଛି। ରାଜ୍ୟ ସରକାର ତାଳଚେର ଅଞ୍ଚଳରୁ ବାର୍ଷିକ ଶତାଧିକ କୋଟି ଟଙ୍କା ରାଜସ୍ବ ନେଉଥିଲେ ହେଁ ୫୫ ବର୍ଷ ହେଲା ଏକ ସରକାରୀ କାର୍ଯ୍ୟାଳୟର ନିଜସ୍ବ କୋଠା ନ ଥିବା ଅସନ୍ତୋଷର କାରଣ ହୋଇଛି। ଗତ ଜୁନ୍‌ରେ ହୋଇଥିବା ବର୍ଷା ପବନରେ ଏହି କାର୍ଯ୍ୟାଳୟ ଗୃହ କ୍ଷତିଗ୍ରସ୍ତ ହୋଇଛି। ଛାତରୁ ପାଣି ଗଳୁଥିବା ବେଳେ ବିଦ୍ୟୁତ୍‌ ବ୍ୟବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ଗଛ ପଡି ପ୍ରତୀକ୍ଷା ଗୃହ ଭାଙ୍ଗି ଯାଇଛି। ସେହିପରି ଆବଶ୍ୟକ କର୍ମଚାରୀଙ୍କ ଅଭାବ ମଧ୍ୟ ରହିଛି। ଅଫିସରଙ୍କ ସମେତ ଜୁନିୟର କ୍ଲର୍କ, ୨ ପିଅନ, ରାତ୍ର ଜଗୁଆଳି ପଦବୀ ଖାଲି ପଡିଛି। ହେଡ୍‌ କ୍ଲର୍କ ଓ ଜଣେ ବରିଷ୍ଠ କିରାଣିଙ୍କୁ ନେଇ ଅଫିସ ଚାଲିଥିବାରୁ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖାଦେଇଛି। ଏ ସମ୍ପର୍କରେ ଅଫିସ ବଡବାବୁ ସଞ୍ଜୟ ପରିଡା କହିଛନ୍ତି, ସମସ୍ୟା ସମ୍ପର୍କରେ ଉଚ୍ଚ କର୍ତ୍ତୃପକ୍ଷ ଅବଗତ ଅଛନ୍ତି। ଘର ମରାମତି ନିମନ୍ତେ ଏମ୍‌ସିଏଲ୍‌କୁ ଅନୁରୋଧ କରାଯାଇଛି। ଖୁବଶୀଘ୍ର ଏହା ମରାମତି ହେବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ ଝିଅ ଡ୍ରେସ୍‌ ପିନ୍ଧି ଚୋରି କରୁଥିଲେ ଯୁବକ, ଧରାପଡ଼ିବାରୁ ହାତରେ କୋଦାଳ ଧରାଇ ଗ୍ରାମବାସୀ କଲେ…

ଚାନ୍ଦବାଲି,୧୨ା୪(ଅଶୋକ ପଣ୍ଡା): ଦିନରେ ପୁଅ ଡ୍ରେସ୍‌ ଆଉ ରାତି ହେଲେ ପିନ୍ଧୁଥିଲେ ଝିଅ ଡ୍ରେସ୍‌। ପୁଣି ଛଦ୍ମବେଶରେ କିନ୍ନର ହୋଇ ଚୋରି ସହିତ ଲୋକଙ୍କଠାରୁ ହାତ ପତାଇ…

ପବିତ୍ର ଅକ୍ଷୟ ତୃତୀୟାରେ ପାଳନ ହେବ କବିସୂର୍ଯ୍ୟଙ୍କ ଶ୍ରାଦ୍ଧୋତ୍ସବ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ରବିବାର ମଧ୍ୟାହ୍ନରେ ଦିଗପହଣ୍ଡିସ୍ଥିତ କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

ଚଳନ୍ତା ଟ୍ରେନରେ ଚଢ଼ିବା ପ୍ରୟାସ ପଡ଼ିଲା ମହଙ୍ଗା, ସିସିଟିଭିରେ କଏଦ ହେଲା ମୃତ୍ୟୁର Live Video

ଭୋପାଳ,୧୨।୪: ମଧ୍ୟପ୍ରଦେଶର ରତଲାମ ରେଳ ଷ୍ଟେସନରେ ଚଳନ୍ତା ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରିବା ସମୟରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଟ୍ରେନରେ ଫସିବା ପରେ, ସେ…

ଇରାନ-ଆମେରିକା ଆଲୋଚନା ବିଫଳ, ଆସିଲା ନେତାନ୍ୟାହୁଙ୍କ ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ’ଣ କହିଛନ୍ତି

ତେହରାନ,୧୨।୪: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ଇରାନ ବିରୁଦ୍ଧରେ ଆରମ୍ଭ ହୋଇଥିବା ଅଭିଯାନ ବହୁଳ ଭାବରେ ସଫଳ ହୋଇଛି। ସେ ଦାବି କରିଛନ୍ତି ଯେ…

ପାଳନ ହେବ ଐତିହାସିକ ଜମ୍ବୁ ଦ୍ୱୀପ ମହୋତ୍ସବ: ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିବ ଅଞ୍ଚଳ

ମହାକାଳପଡ଼ା, ୧୨ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ପୀଠରେ ଦୁଇ ଦିନ ପରେ ପଣା ସଂକ୍ରାନ୍ତି ଝାମୁଯାତ୍ରା ଅନୁଷ୍ଠିତ…

ବଦଳିଲା Xର ମନିଟାଇଜେସନ୍ ନିୟମ, ଅଯଥା ପୋଷ୍ଟ କଲେ…..

ନୂଆଦିଲ୍ଲୀ,୧୨।୪: ସୋସିଆଲ ମିଡିଆ ପ୍ଲାଟଫର୍ମ X ଏହାର ମନିଟାଇଜେସନ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ କାର୍ଯ୍ୟକାରୀ କରିଛି । ନିମ୍ନ-ଗୁଣବତ୍ତା ଏବଂ କ୍ଲିକ୍ବେଟ୍ କଣ୍ଟେଣ୍ଟ ମାଧ୍ୟମରେ ପ୍ଲାଟଫର୍ମରେ…

ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି କରି ଶପଥ ନେଲା ସୁରକ୍ଷା ସମିତି

ଗୁଣପୁର,୧୨ା୪(ସୁଜାତା ପାଢ଼ୀ): ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି ନେଇ ଏକ ଅଭିନବ ଢଙ୍ଗରେ ନଦୀ ତଟବର୍ତ୍ତୀ ଗ୍ରାମ ଗଜପତି ଜିଲା ସାରା ଗ୍ରାମରେ ଜଳସଂକଳ୍ପ ଯାତ୍ରା…

ଡିଜେଲ-ATF ଉପରେ ରପ୍ତାନି ଶୁଳ୍କ ବୃଦ୍ଧି କଲେ କେନ୍ଦ୍ର ସରକାର, ବଢୁଛି ତୈଳ କମ୍ପାନୀଗୁଡ଼ିକ ଉପରେ ଚାପ

ନୂଆଦିଲ୍ଲୀ,୧୨।୪: କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଏବଂ ବିମାନ ଇନ୍ଧନ ସମ୍ପର୍କରେ ଶନିବାର (୧୧ ଏପ୍ରିଲ, ୨୦୨୬) ଏକ ବଡ଼ ନିଷ୍ପତ୍ତି ଘୋଷଣା କରିଛନ୍ତି। ସରକାର ଡିଜେଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri