Posted inରାଜ୍ୟ

ଶେଷ କ୍ୟାବିନେଟ୍‌ରେ ଫନୀ ଚିନ୍ତା

ଭୁବନେଶ୍ୱର,୧୯।୫(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ସରକାରଙ୍କ ଶେଷ କ୍ୟାବିନେଟ୍‌ ବୈଠକ ଶନିବାର ସଚିବାଳୟରେ ଅନୁଷ୍ଠିତ ହୋଇଛି। ସାମୁଦ୍ରିକ ଝଡ ଫନୀ ଦ୍ୱାରା ପ୍ରଭାବିତ ପୁରୀ ଏବଂ ଅନ୍ୟାନ୍ୟ ଅଞ୍ଚଳ ପାଇଁ ବ୍ୟବସ୍ଥାର ସମୀକ୍ଷା ସହ ବିଭିନ୍ନ ନିୟମରେ କୋହଳ କରାଯାଇଛି।
କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ କହିଛନ୍ତି ଯେ, ପୁରୀ ଜିଲାରେ ସମ୍ପୂର୍ଣ୍ଣଭାବେ ବିଦ୍ୟୁତ୍‌ ସେବା ଯୋଗାଇ ଦିଆଯାଇପାରିନାହିଁ। ଯୁଦ୍ଧକାଳୀନଭିତ୍ତିରେ ଶକ୍ତି ଭିତ୍ତିଭୂମିର ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। ରାଜ୍ୟ ସରକାର ବିଦ୍ୟୁତ୍‌ ଶକ୍ତି ଯୋଗାଇ ଦେଇ ନ ଥିବାରୁ ଏହା ଭରଣା ପାଇଁ ପୁରୀବାସୀଙ୍କୁ ୧୦୦୦ ଟଙ୍କା ଲେଖାଏ ସହାୟତା ରାଶି ପ୍ରଦାନ କରାଯିବ। ସାମ୍ପ୍ରତିକ ପରିସ୍ଥିତିକୁ ଦେଖି ଏହି ନିଷ୍ପତ୍ତି ନିଆଯାଇଛି। ଉଦ୍ଧାର ଓ ଅନ୍ୟାନ୍ୟ ରିଲିଫ କାର୍ଯ୍ୟରେ ନିୟୋଜିତ ୧୨୦୦ ଅଗ୍ନିଶମ ବାହିନୀ ଓ ସିଭିଲ ଡିଫେନ୍ସ ସ୍ବେଚ୍ଛାସେବୀଙ୍କୁ ରାଶନଭତ୍ତା ବାବଦକୁ ମୁଣ୍ଡପିଛା ୨୦୦ ଟଙ୍କା ହିସାବରେ ୧୦ ଦିନ ପାଇଁ ରାଜ୍ୟ/ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିରୁ ୨୪ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ୫୦ ସିଭିଲ ଡିଫେନ୍ସ ସ୍ବେଚ୍ଛାସେବୀମାନଙ୍କୁ ଦୈନିକ ମୁଣ୍ଡପିଛା ୨୦୦ ଟଙ୍କା ହିସାବରେ ୧୦ ଦିନ ପାଇଁ ରାଜ୍ୟ/ଜାତୀୟ ମୁକାବିଲା ପାଣ୍ଠିରୁ ୧ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା ମୁଖ୍ୟଶାସନ ସଚିବ କହିଛନ୍ତି।
ଫନୀ ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ପୁରୀ ଜିଲାର ପୋଖରୀଗୁଡିକର ବିଶୁଦ୍ଧୀକରଣ ପାଇଁ ଜଳସମ୍ପଦ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗକୁ ରାଜ୍ୟ/ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିରୁ ୧୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଫନୀ ଦ୍ୱାରା ହୋଇଥିବା କ୍ଷୟକ୍ଷତିର ପ୍ରାଥମିକ ଆକଳନ ଅନୁଯାୟୀ ୧୧୫୯.୮ କୋଟି ଟଙ୍କାର ଆବଶ୍ୟକତା ରହିଥିବା କୁହାଯାଇଛି। ଶକ୍ତିକ୍ଷେତ୍ରରେ କ୍ଷୟକ୍ଷତିକୁ କେନ୍ଦ୍ର ସରକାର ସ୍ବତନ୍ତ୍ର ଭାବେ ଗ୍ରହଣ କରି ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିରେ ଥିବା ପୂର୍ତ୍ତ କାର୍ଯ୍ୟ, ଗ୍ରୀଡ୍‌ ସବଷ୍ଟେଶନ, ୩୩ କେ.ଭି ଭିତ୍ତିଭୂମି ଲାଇନ୍‌ ଓ ଶ୍ରମିକ ମଜୁରି ମାନଦଣ୍ଡ କୋହଳ ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ଅନୁରୋଧ କରିଥିବା କଥା କ୍ୟାବିନେଟ୍‌କୁ ଅବଗତ କରାଯାଇଥିବା ସରକାର କହିଛନ୍ତି। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ଆହୁରି କହିଛନ୍ତି ଯେ, ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନଭିତ୍ତିରେ କରାଯାଇଛି। ଏଥିପାଇଁ ବିଭିନ୍ନ ବିତରଣ କମ୍ପାନୀ, ଶିଳ୍ପୋଦ୍ୟୋଗ ଏବଂ ଅନ୍ୟ ରାଜ୍ୟରୁ ଶ୍ରମିକ ଅଣାଯାଇ କାର୍ଯ୍ୟରେ ନିୟୋଜିତ କରାଯାଇଥିଲା। ସେଲ୍‌ ଏବଂ ଅନ୍ୟାନ୍ୟ ସଂସ୍ଥାରୁ ସାମଗ୍ରୀ କ୍ରୟ କରାଯିବା ପାଇଁ ବିଭିନ୍ନ ବିଭାଗର ଗାଡିକୁ ବ୍ୟବହାର କରାଯାଇଥିଲା। ଯଦି କୌଣସି ଯାନର ଭଡା ନିର୍ଦ୍ଧାରଣ ହୋଇ ନ ଥିବ, ସେ କ୍ଷେତ୍ରରେ ଏକ କମିଟି ଭଡା ନିର୍ଣ୍ଣୟ କରିବ। ରାଜ୍ୟ ସରକାର ପରବର୍ତ୍ତୀ ସମୟରେ ଭଡା ବାବଦକୁ ଦେୟ ପ୍ରଦାନ କରିବେ। ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ ଅଣକୁଶଳୀ ଶ୍ରମିକ-୪୨୦ ଟଙ୍କା, ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ପାଇଁ ୪୮୦ ଟଙ୍କା ଏବଂ କୁଶଳୀ ଶ୍ରମିକଙ୍କୁ ୫୫୫ ଟଙ୍କା ହିସାବରେ ଦେଢା ମଜୁରି ପ୍ରଦାନ ନେଇ କ୍ୟାବିନେଟ୍‌ରେ ନିଷ୍ପତ୍ତି କରାଯାଇଛି। ସେହିପରି ବିଦ୍ୟୁତ୍‌ ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ ଶ୍ରମିକମାନଙ୍କୁ ଦୈନିକ ଖାଦ୍ୟ ବାବଦକୁ ୧୫୦ ଟଙ୍କା ଦେବା ପାଇଁ ନିଷ୍ପତ୍ତି ହୋଇଛି।
ସେହିପରି ପୂର୍ତ୍ତ ବିଭାଗ ନିୟମାବଳୀରେ କେତେକ ପରିବର୍ତ୍ତନ କରାଯାଇଥିବା ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି। ଏଣିକି ୫ ଲକ୍ଷ ଯାଏ ମୂଲ୍ୟର କାର୍ଯ୍ୟ ସାରିବା ପାଇଁ ସମୟସୀମା ମାସେରୁ ଅଧିକ ହେବ ନାହିଁ। ସେହିପରି ୫ ଲକ୍ଷରୁ ଅଧିକ ମୂଲ୍ୟର କାର୍ଯ୍ୟ ସାରିବା ପାଇଁ ସମୟସୀମା ୨ ମାସରୁ ଅଧିକ ହେବ ନାହିଁ। ବିନା ଟେଣ୍ଡରରେ କୌଣସି କାର୍ଯ୍ୟର ଅଟକଳକୁ ବିଭାଜନ କରାଯିବ ନାହିଁ। ଜରୁରୀ ଥିଲେ ଯନ୍ତ୍ରୀମୁଖ୍ୟ ଅଥବା ମୁଖ୍ୟଯନ୍ତ୍ରୀ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାର୍ଯ୍ୟକୁ ବିଭାଜନ କରିପାରିବେ। ଏହାଠାରୁ ଅଧିକ ହେଲେ ପ୍ରଶାସନିକ ମଞ୍ଜୁରୀ ନେବାକୁ ପଡିବ। ବିନା ଟେଣ୍ଡରରେ କାର୍ଯ୍ୟାଦେଶ ଦେବାପାଇଁ ମୁଖ୍ୟଯନ୍ତ୍ରୀଙ୍କ ଆର୍ଥିକ କ୍ଷମତା ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିବ। ଏହାଠାରୁ ଅଧିକ ହେଲେ ସରକାରଙ୍କ ଅନୁମୋଦନ ଆବଶ୍ୟକ ହେବ। ଜରୁରୀ ପରିସ୍ଥିତିରେ ନିୟମ କୋହଳ କରି ଆବଶ୍ୟକ ଯନ୍ତ୍ରପାତି ଓ ସାମଗ୍ରୀ ରଖିଥିବା ଉଚ୍ଚଶ୍ରେଣୀର ଠିକାଦାରଙ୍କୁ କାର୍ଯ୍ୟ ପ୍ରଦାନ କରାଯାଇପାରିବ। ଏଥିପାଇଁ ଠିକାଦାର ଚୟନ ମୁଖ୍ୟଯନ୍ତ୍ରୀଙ୍କ ଅନୁମୋଦନରେ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଜରୁରିକାଳୀନ ଭିତ୍ତିରେ ହେଉଥିବା କାର୍ଯ୍ୟ ପାଇଁ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଦ୍ୱାରା ସ୍ଥିରୀକୃତ ସର୍ବନିମ୍ନ ଦୈନିକ ମଜୁରି ବାବଦରେ ଦେଢଗୁଣା ଅର୍ଥ ଦିଆଯିବ। ପୂର୍ତ୍ତ ବିଭାଗ ଅଧୀନ ପ୍ରତି କାର୍ଯ୍ୟ ପିଛା ସର୍ବୋଚ୍ଚ ସୀମା ୨୦ ଲକ୍ଷ ଟଙ୍କା ରହିବ।


Enter your email to get our daily news in your inbox.

All Right Reserved By Dharitri.Com

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri