Posted inରାଜ୍ୟ

ଶେଷ କ୍ୟାବିନେଟ୍‌ରେ ଫନୀ ଚିନ୍ତା

ଭୁବନେଶ୍ୱର,୧୯।୫(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ସରକାରଙ୍କ ଶେଷ କ୍ୟାବିନେଟ୍‌ ବୈଠକ ଶନିବାର ସଚିବାଳୟରେ ଅନୁଷ୍ଠିତ ହୋଇଛି। ସାମୁଦ୍ରିକ ଝଡ ଫନୀ ଦ୍ୱାରା ପ୍ରଭାବିତ ପୁରୀ ଏବଂ ଅନ୍ୟାନ୍ୟ ଅଞ୍ଚଳ ପାଇଁ ବ୍ୟବସ୍ଥାର ସମୀକ୍ଷା ସହ ବିଭିନ୍ନ ନିୟମରେ କୋହଳ କରାଯାଇଛି।
କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ କହିଛନ୍ତି ଯେ, ପୁରୀ ଜିଲାରେ ସମ୍ପୂର୍ଣ୍ଣଭାବେ ବିଦ୍ୟୁତ୍‌ ସେବା ଯୋଗାଇ ଦିଆଯାଇପାରିନାହିଁ। ଯୁଦ୍ଧକାଳୀନଭିତ୍ତିରେ ଶକ୍ତି ଭିତ୍ତିଭୂମିର ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। ରାଜ୍ୟ ସରକାର ବିଦ୍ୟୁତ୍‌ ଶକ୍ତି ଯୋଗାଇ ଦେଇ ନ ଥିବାରୁ ଏହା ଭରଣା ପାଇଁ ପୁରୀବାସୀଙ୍କୁ ୧୦୦୦ ଟଙ୍କା ଲେଖାଏ ସହାୟତା ରାଶି ପ୍ରଦାନ କରାଯିବ। ସାମ୍ପ୍ରତିକ ପରିସ୍ଥିତିକୁ ଦେଖି ଏହି ନିଷ୍ପତ୍ତି ନିଆଯାଇଛି। ଉଦ୍ଧାର ଓ ଅନ୍ୟାନ୍ୟ ରିଲିଫ କାର୍ଯ୍ୟରେ ନିୟୋଜିତ ୧୨୦୦ ଅଗ୍ନିଶମ ବାହିନୀ ଓ ସିଭିଲ ଡିଫେନ୍ସ ସ୍ବେଚ୍ଛାସେବୀଙ୍କୁ ରାଶନଭତ୍ତା ବାବଦକୁ ମୁଣ୍ଡପିଛା ୨୦୦ ଟଙ୍କା ହିସାବରେ ୧୦ ଦିନ ପାଇଁ ରାଜ୍ୟ/ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିରୁ ୨୪ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ୫୦ ସିଭିଲ ଡିଫେନ୍ସ ସ୍ବେଚ୍ଛାସେବୀମାନଙ୍କୁ ଦୈନିକ ମୁଣ୍ଡପିଛା ୨୦୦ ଟଙ୍କା ହିସାବରେ ୧୦ ଦିନ ପାଇଁ ରାଜ୍ୟ/ଜାତୀୟ ମୁକାବିଲା ପାଣ୍ଠିରୁ ୧ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା ମୁଖ୍ୟଶାସନ ସଚିବ କହିଛନ୍ତି।
ଫନୀ ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ପୁରୀ ଜିଲାର ପୋଖରୀଗୁଡିକର ବିଶୁଦ୍ଧୀକରଣ ପାଇଁ ଜଳସମ୍ପଦ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗକୁ ରାଜ୍ୟ/ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିରୁ ୧୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଫନୀ ଦ୍ୱାରା ହୋଇଥିବା କ୍ଷୟକ୍ଷତିର ପ୍ରାଥମିକ ଆକଳନ ଅନୁଯାୟୀ ୧୧୫୯.୮ କୋଟି ଟଙ୍କାର ଆବଶ୍ୟକତା ରହିଥିବା କୁହାଯାଇଛି। ଶକ୍ତିକ୍ଷେତ୍ରରେ କ୍ଷୟକ୍ଷତିକୁ କେନ୍ଦ୍ର ସରକାର ସ୍ବତନ୍ତ୍ର ଭାବେ ଗ୍ରହଣ କରି ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିରେ ଥିବା ପୂର୍ତ୍ତ କାର୍ଯ୍ୟ, ଗ୍ରୀଡ୍‌ ସବଷ୍ଟେଶନ, ୩୩ କେ.ଭି ଭିତ୍ତିଭୂମି ଲାଇନ୍‌ ଓ ଶ୍ରମିକ ମଜୁରି ମାନଦଣ୍ଡ କୋହଳ ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ଅନୁରୋଧ କରିଥିବା କଥା କ୍ୟାବିନେଟ୍‌କୁ ଅବଗତ କରାଯାଇଥିବା ସରକାର କହିଛନ୍ତି। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ଆହୁରି କହିଛନ୍ତି ଯେ, ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନଭିତ୍ତିରେ କରାଯାଇଛି। ଏଥିପାଇଁ ବିଭିନ୍ନ ବିତରଣ କମ୍ପାନୀ, ଶିଳ୍ପୋଦ୍ୟୋଗ ଏବଂ ଅନ୍ୟ ରାଜ୍ୟରୁ ଶ୍ରମିକ ଅଣାଯାଇ କାର୍ଯ୍ୟରେ ନିୟୋଜିତ କରାଯାଇଥିଲା। ସେଲ୍‌ ଏବଂ ଅନ୍ୟାନ୍ୟ ସଂସ୍ଥାରୁ ସାମଗ୍ରୀ କ୍ରୟ କରାଯିବା ପାଇଁ ବିଭିନ୍ନ ବିଭାଗର ଗାଡିକୁ ବ୍ୟବହାର କରାଯାଇଥିଲା। ଯଦି କୌଣସି ଯାନର ଭଡା ନିର୍ଦ୍ଧାରଣ ହୋଇ ନ ଥିବ, ସେ କ୍ଷେତ୍ରରେ ଏକ କମିଟି ଭଡା ନିର୍ଣ୍ଣୟ କରିବ। ରାଜ୍ୟ ସରକାର ପରବର୍ତ୍ତୀ ସମୟରେ ଭଡା ବାବଦକୁ ଦେୟ ପ୍ରଦାନ କରିବେ। ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ ଅଣକୁଶଳୀ ଶ୍ରମିକ-୪୨୦ ଟଙ୍କା, ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ପାଇଁ ୪୮୦ ଟଙ୍କା ଏବଂ କୁଶଳୀ ଶ୍ରମିକଙ୍କୁ ୫୫୫ ଟଙ୍କା ହିସାବରେ ଦେଢା ମଜୁରି ପ୍ରଦାନ ନେଇ କ୍ୟାବିନେଟ୍‌ରେ ନିଷ୍ପତ୍ତି କରାଯାଇଛି। ସେହିପରି ବିଦ୍ୟୁତ୍‌ ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ ଶ୍ରମିକମାନଙ୍କୁ ଦୈନିକ ଖାଦ୍ୟ ବାବଦକୁ ୧୫୦ ଟଙ୍କା ଦେବା ପାଇଁ ନିଷ୍ପତ୍ତି ହୋଇଛି।
ସେହିପରି ପୂର୍ତ୍ତ ବିଭାଗ ନିୟମାବଳୀରେ କେତେକ ପରିବର୍ତ୍ତନ କରାଯାଇଥିବା ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି। ଏଣିକି ୫ ଲକ୍ଷ ଯାଏ ମୂଲ୍ୟର କାର୍ଯ୍ୟ ସାରିବା ପାଇଁ ସମୟସୀମା ମାସେରୁ ଅଧିକ ହେବ ନାହିଁ। ସେହିପରି ୫ ଲକ୍ଷରୁ ଅଧିକ ମୂଲ୍ୟର କାର୍ଯ୍ୟ ସାରିବା ପାଇଁ ସମୟସୀମା ୨ ମାସରୁ ଅଧିକ ହେବ ନାହିଁ। ବିନା ଟେଣ୍ଡରରେ କୌଣସି କାର୍ଯ୍ୟର ଅଟକଳକୁ ବିଭାଜନ କରାଯିବ ନାହିଁ। ଜରୁରୀ ଥିଲେ ଯନ୍ତ୍ରୀମୁଖ୍ୟ ଅଥବା ମୁଖ୍ୟଯନ୍ତ୍ରୀ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାର୍ଯ୍ୟକୁ ବିଭାଜନ କରିପାରିବେ। ଏହାଠାରୁ ଅଧିକ ହେଲେ ପ୍ରଶାସନିକ ମଞ୍ଜୁରୀ ନେବାକୁ ପଡିବ। ବିନା ଟେଣ୍ଡରରେ କାର୍ଯ୍ୟାଦେଶ ଦେବାପାଇଁ ମୁଖ୍ୟଯନ୍ତ୍ରୀଙ୍କ ଆର୍ଥିକ କ୍ଷମତା ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିବ। ଏହାଠାରୁ ଅଧିକ ହେଲେ ସରକାରଙ୍କ ଅନୁମୋଦନ ଆବଶ୍ୟକ ହେବ। ଜରୁରୀ ପରିସ୍ଥିତିରେ ନିୟମ କୋହଳ କରି ଆବଶ୍ୟକ ଯନ୍ତ୍ରପାତି ଓ ସାମଗ୍ରୀ ରଖିଥିବା ଉଚ୍ଚଶ୍ରେଣୀର ଠିକାଦାରଙ୍କୁ କାର୍ଯ୍ୟ ପ୍ରଦାନ କରାଯାଇପାରିବ। ଏଥିପାଇଁ ଠିକାଦାର ଚୟନ ମୁଖ୍ୟଯନ୍ତ୍ରୀଙ୍କ ଅନୁମୋଦନରେ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଜରୁରିକାଳୀନ ଭିତ୍ତିରେ ହେଉଥିବା କାର୍ଯ୍ୟ ପାଇଁ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଦ୍ୱାରା ସ୍ଥିରୀକୃତ ସର୍ବନିମ୍ନ ଦୈନିକ ମଜୁରି ବାବଦରେ ଦେଢଗୁଣା ଅର୍ଥ ଦିଆଯିବ। ପୂର୍ତ୍ତ ବିଭାଗ ଅଧୀନ ପ୍ରତି କାର୍ଯ୍ୟ ପିଛା ସର୍ବୋଚ୍ଚ ସୀମା ୨୦ ଲକ୍ଷ ଟଙ୍କା ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରଙ୍କୁ ଲୁହା ଛଡ଼ରେ ମୁଣ୍ଡରେ ପିଟିଲେ ଅନ୍ୟ ଜଣେ ଛାତ୍ର, ରକ୍ତାକ୍ତ…

ରାୟଗଡ଼ା,୪ା୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ସ୍ଥିତ ସରକାରୀ ଆଇଟିଆଇର ଜଣେ ଛାତ୍ରକୁ ଆଉ ଜଣେ ଛାତ୍ର ଲୁହା ରଡ଼୍‌ରେ ପିଟି ରକ୍ତାକ୍ତ କରିଥିବା ନେଇ ରାୟଗଡ଼ା…

ସିପିଆଇ ଶାଖା ସମ୍ମିଳନୀ, ସମସ୍ୟା ସମାଧାନ ପାଇଁ ଆନ୍ଦୋଳନ ନିଷ୍ପତ୍ତି  

ଦିଗପହଣ୍ଡି,୪ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ପୋଡ଼ାବାଡ଼ି ଗ୍ରାମରେ ବୁଧବାର ସିପିଆଇର ଶାଖା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କମ୍ରେଡ. ବିଶିକେଶନ…

୧୯ ବର୍ଷରୁ କମ ବିଶ୍ବକପ୍‌: ଦଶମ ଥର ଫାଇନାଲରେ ଭାରତ, ଜାଣନ୍ତୁ କେଉଁଠି ଦେଖିବେ

ନୂଆଦିଲ୍ଲୀ,୪ା୨: ଆଇସିସି ୧୯ ବର୍ଷରୁ କମ ବିଶ୍ବକପ୍‌ରେ ଭାରତର ଦବଦବା ଜାରି ରହିଛି। ବୁଧବାର ଅନୁଷ୍ଠିତ ଦ୍ୱିତୀୟ ସେମିଫାଇନାଲରେ ଭାରତୀୟ ଦଳ ଆଫଗାନିସ୍ତାନକୁ ୭ ୱିକେଟରେ ପରାସ୍ତ…

ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ, ମୃତଦେହ ଜବତ

ଦିଗପହଣ୍ଡି,୪ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଜକରାପଲ୍ଲୀ ଗ୍ରାମରେ ଯୌତୁକ ପାଇଁ ସନ୍ଧ୍ୟା ବିଷୋୟୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି…

‘ମନବଳ ଦୃଢ଼ ହେଲେ ହାରିବ କ୍ୟାନସର’

ବରଗଡ଼,୪ା୨(ପ୍ରେମାନନ୍ଦ ଖମାରୀ): ବିଶ୍ୱ କର୍କଟ ଦିବସ ଅବସରରେ ବୁଧବାର ବରଗଡ଼ ଫାଇଟର୍ସ ଗ୍ରୁପ୍‌ ପକ୍ଷରୁ ଏକ କର୍କଟ ସଚେତନତା ପଦଯାତ୍ରା ଓ ସଭା ଆୟୋଜିତ ହୋଇଯାଇଛି। ଏହି…

ବାପାଙ୍କୁ ଥଣ୍ଡା ପାନୀୟରେ ପାଇଖାନା ସଫା ଏସିଡ୍‌ ମିଶାଇ ପିଇବାକୁ ଦେଲେ ପୁଅ, ପରେ ପନିକିରେ ଗଳାକାଟି…

ବିଷମକଟକ,୪ା୨(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ସହରର ବ୍ରାହ୍ମଣ ସାହି ଅଞ୍ଚଳରେ ଘଟିଥିବା ଏକ ନିର୍ମମ ହତ୍ୟାକାଣ୍ଡ ସାରା ଅଞ୍ଚଳକୁ ଚକିତ କରିଦେଇଛି। ନିଜ ବାପାଙ୍କୁ…

ପୁଣି ମେଳି କଲେ ଅରବିନ୍ଦ ମହାପାତ୍ରଙ୍କ ସମର୍ଥକ, ନିଲମ୍ବନର ପୁନଃବିଚାର କରିବାକୁ…

କେନ୍ଦ୍ରାପଡା, ୪ା୨ (ଜଗନ୍ନାଥ ଧଳ)- କେନ୍ଦ୍ରାପଡା ଜିଲା ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଗତ ଜାନୁଆରୀ ୧୫ରୁ ଦଳର ସଦସ୍ୟତାରୁ…

ଜମିଜମା ବିବାଦରୁ ସଂଘବଦ୍ଧ ଆକ୍ରମଣ, ଯୁବକକୁ ଖଣ୍ଡାରେ ହାଣିଲେ

ଵ୍ରହ୍ମପୁର, ୪/୨(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଗୁଡିଆପାଳି ଛକ ନିକଟରେ ଯୁବକଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ ହୋଇଛି । ଗୁରୁତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri