Posted inଜାତୀୟ

ଶେଷରେ ଘରକୁ ବାହୁଡିଲେ ଅଜିତ ପାଓ୍ବାର, କୋଳାଗ୍ରତ କଲେ ସୁପ୍ରିୟା

ମୁମ୍ବାଇ,୨୭।୧୧: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଏନସିପି ନେତା ଅଜିତ ପାଓ୍ବାର ମଙ୍ଗଳବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ବୁଧବାର ମହାରାଷ୍ଟ୍ର ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେଉଥିବା ବେଳେ ସବୁ ବିଧାୟକ ଗୃହରେ ପହଞ୍ଚିଛନ୍ତି। ଏନସିପି ସୁପ୍ରିମୋ ଶରଦ ପାଓ୍ବାରଙ୍କ କନ୍ୟା ତଥା ଏମପି ସୁପ୍ରିୟା ସୁଲେ ଗୃହ ବାହାରେ ବିଧାୟକଙ୍କୁ ସ୍ବାଗତ କରିଛନ୍ତି। ବଡ ଭାଇ ତଥା ଏନସିପି ବିଧାୟକ ଅଜିତ ପାଓ୍ବାର ଗୃହରେ ପ୍ରବେଶ କରିବା ପୂର୍ବରୁ ତାଙ୍କୁ କୋଳାଗ୍ରତ କରିଥିଲେ ସୁପ୍ରିୟା। ଦୁହିଁଙ୍କ ମୁହଁରେ ହସ ଦେଖି ଉପସ୍ଥିତ ବିଧାୟକ ମଧ୍ୟ ବେଶ୍‌ ଖୁସି ନଜର ଆସିଥିଲେ। ଏହାସହ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କ ସହ ମଧ୍ୟ ସୁଲେ ହାତ ମିଳାଇଥିଲେ। ସୂଚନାଯୋଗ୍ୟ, ନଭେମ୍ବର ୨୩ରେ ପଡନବିସ ଏବଂ ଅଜିତ ପାଓ୍ବାର ଯଥାକ୍ରମେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହି ସରକାର ୮୦ ଘଣ୍ଟା ବି ପୂରଣ କରିପାରି ନ ଥିଲା। ପରେ ଦୁହେଁ ଇସ୍ତଫା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri