ଶେଷରେ ଅନନ୍ୟା

ଯାହାହେଉ ଶେଷରେ କରନ୍‌ ଟେନସନରୁ ମୁକ୍ତ ହେଲେ। କଥା କ’ଣ କି ତାଙ୍କର ଆଗାମୀ ଫିଲ୍ମ ‘ଫାଇଟର’ର ନାୟିକା କିଏ ହେବ ସେ ନେଇ ଅଡୁଆରେ ପଡିଥିଲେ ସେ। ପ୍ରଥମେ ଏଥିପାଇଁ ଆଲିୟା ଭଟ୍ଟଙ୍କୁ ଯୋଗାଯୋଗ କରାଯାଇଥିଲା। ହେଲେ ନିଜର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ପାଇଁ ସେ ଏଥିରେ ଅଭିନୟ କରିବାକୁ ମନା କରିଦେଇଥିଲେ। ତା’ପରେ ଜାହ୍ନବୀ କପୁର, ସାରା ଅଲ୍ଲୀ ଖାନଙ୍କ ନାମକୁ ବିଚାର ପରିସରକୁ ନେଇଥିଲେ କରନ୍‌ ଜୋହର। ହେଲେ ସେମାନେ ମଧ୍ୟ ରାଜି ହୋଇ ନ ଥିଲେ। ଶେଷରେ ଅନନ୍ୟାଙ୍କୁ ଅଫର ଦିଆଯାଇଥିଲା ଏବଂ ସେ ଏଥିରେ ଅଭିନୟ କରିବାକୁ ରାଜି ହୋଇଛନ୍ତି। ଆକ୍ସନଭିତ୍ତିକ ଏହି ଫିଲ୍ମର ଲିଡ୍‌ ରୋଲ୍‌ରେ ଅଭିନୟ କରିବେ ବିଜୟ ବେଭେରାକୋଣ୍ଡା। ଫିଲ୍ମଟିର ନିର୍ଦ୍ଦେଶନା ଦେବେ ପୁରୀ ଜଗନ୍ନାଡ। ଏହି ଫିଲ୍ମ ପାଇଁ ନିଜକୁ ଫିଟ୍‌ ରଖିବାକୁ ବିଜୟ ବର୍ତ୍ତମାନ ବ୍ୟାଙ୍କକ୍‌ରେ ଅଛନ୍ତି। ଏହି ଚଳଚ୍ଚିତ୍ରଟି ଚଳିତ ବର୍ଷ ମେ’ ମାସରେ ରିଲିଜ ହେବାର ଯୋଜନା ରହିଛି।

Share