ଶେଷନାଗ ସହ ଟକ୍କର ଦେବାକୁ ପ୍ରସ୍ତୁତ ହେଉଛି ବିଭିନ୍ନ ଦେଶର ବରଫ କଳାକୃତି

ଓ୍ବାଶିଂଟନ,୨୫।୧: ଆମେରିକାର କଲରାଡୋରେ ଏବେ ଏକ ଭିନ୍ନ ଧରଣର ତଥା ପ୍ରାଚୀନ ପ୍ରତିଯୋଗୀତା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି ପ୍ରତିଯୋଗୀତା ହେଉଛି ବରଫ ଉପରେ ନିଜ ନିଜର ମନର ଭାବନାକୁ ପ୍ରକାଶ କରିବା। ବ୍ରେକନରିଜରେ ଆୟୋଜିତ ହେଉଥିବା ୩୦ତମ ଆନୁଆଲ ଇଣ୍ଟରନ୍ୟାଶନାଲ ସ୍ନୋ ସ୍କଲ୍ପଚର ଚାମ୍ପିୟନସିପରେ ଭାଗ ନେବାକୁ ବିଶ୍ୱର ବିଭିନ୍ନ ଦେଶରୁ ପ୍ରାୟ ୧୬ଟି ଟିମ୍‌ଙ୍କୁ ବଛାଯାଇଛି। ଯେଉଁଥିରେ ଭାରତ ସାମିଲ ଅଛି। ଏହା ବ୍ୟତୀତ ଆମେରିକାର ଅଲାସ୍କା, ମିନେସୋତ, ବିକ୍ସୋସିନ, ବରମୋଣ୍ଟ ଓ ବ୍ରିକେନରିଜ ଟିମ୍‌ ଭାଗ ନେଇଛନ୍ତି। ଏମାନଙ୍କ ସହ ଚାଇନା, ଇକ୍ୱେଡର, ଫ୍ରାନ୍ସ, ଜର୍ମାନୀ, ବ୍ରିଟେନ, ମେକ୍ସିକୋ, ମଙ୍ଗୋଲିଆ, ସ୍ୟୁଜରଲ୍ୟାଣ୍ଡ, ତୁର୍କୀ ମଧ୍ୟ ଏହି ପ୍ରତିଯୋଗୀତାରେ ଭାଗ ନେଇଛନ୍ତି। ଏହି ପ୍ରତିଯୋଗୀତା ୨୪ ଜାନୁୟାରୀରୁ ଆରମ୍ଭ ହୋଇ ୨୯ ଜାନୁୟାରୀରେ ସରିବ। ଗତବର୍ଷ ଏହି ପ୍ରତିଯୋଗୀତାରେ ମେକ୍ସିକୋ ଟିମ୍‌ ବାଜି ମାରିଥିଲା। ଏହି ପ୍ରତିଯୋଗୀତାରେ ଭାଗ ନେଉଥିବା ପ୍ରତିଯୋଗୀଙ୍କୁ ଏକ ବରଫ ଖଣ୍ଡ ଧରାଇ ଦିଆଯାଇଥାଏ। ସେମାନେ ସେମାନଙ୍କ ମନ ମୁତାବକ କଳାକୃତି ଏଥିରେ ନିର୍ମାଣ କରିଥାଆନ୍ତି। ଏହି କଳାକୃତିକୁ ନିର୍ମାଣ କରିବା ପାଇଁ କୌଣିସି ପ୍ରକାରର ମେଶିନ ବା ଇଲେକଟ୍ରୋନିକ ଉପକରଣର ବ୍ୟବହାର କରାଯାଇ ନ ଥାଏ। ଚଳିତ ବର୍ଷ ଏହି ପ୍ରତିଯୋଗୀତାରେ ଭାଗ ନେଇଥିବା ପ୍ରତିଯୋଗୀଙ୍କୁ ୨୦ଟନ୍‌ର ଏକ ବରଫ ଖଣ୍ଡ ଯୋଗାଇ ଦିଆଯାଇଥିବା ଜଣାପଡିଛି।

Share