Categories: ଜାତୀୟ

ଶୁଷ୍କ ହେଉଛି ହିମାଳୟ ସହରାଞ୍ଚଳ

ନୂଆଦିଲ୍ଲୀ,୨ା୩: ଭାରତର ହିମାଳୟ ପାର୍ବତ୍ୟାଞ୍ଚଳର ୫ ସହର ସମେତ ୪ ଦେଶର ୧୩ଟି ସହର କ୍ରମାଗତ ଭାବେ ଶୁଷ୍କ ହେବାରେ ଲାଗିଛି। ଏହି ଅଞ୍ଚଳରେ ପର୍ଯ୍ୟାପ୍ତ ଜଳ ରହିଥିଲେ ହେଁ ସହରାଞ୍ଚଳରେ ଜଳ ଦ୍ରୁତଗତିରେ କମିବାରେ ଲାଗିଛି। ହିନ୍ଦୁକୁଶ ହିମାଳୟ (ଏଚ୍‌କେଏଚ୍‌) ଅଞ୍ଚଳରେ ଥିବା ଏହି ସହରଗୁଡ଼ିକ ହେଲେ ମସୁରୀ, ଦେବପ୍ରୟାଗ, ସିଙ୍ଗଟାମ୍‌, କଲିମପୋଙ୍ଗ ଏବଂ ଦାର୍ଜିଲିଂ। ଅନ୍ୟ ୮ଟି ସହର ମଧ୍ୟରେ ରହିଛି ନେପାଳର କାଠମାଣ୍ଡୁ, ଭରତପୁର, ତାନସେନ, ଡାମୌଲି, ପାକିସ୍ତାନର ମୁରି ଓ ହାଭେଲିଆନ, ବାଂଲାଦେଶର ସିଲହେଟ ଏବଂ ଚିଟ୍ଟାଗଙ୍ଗ। ଉପଯୁକ୍ତ ଜଳପରିଚାଳନା ନ ହେବା, ସହରାଞ୍ଚଳରେ ପ୍ଲାନିଂର ଅଭାବ ଏବଂ ଜଳବାୟୁ ଜନିତ କାରଣରୁ ଏଭଳି ସଙ୍କଟ ଦେଖାଯାଉଛି। ଉପଲବ୍ଧ ଜଳ ଉତ୍ସର ଆନ୍ତଃସଂଯୋଗ, ଜଳଯୋଗାଣ ବ୍ୟବସ୍ଥା, ଦ୍ରୁତ ସହରୀକରଣ, ଚାହିଦା ବୃଦ୍ଧି ଜଳସଙ୍କଟର ଅନ୍ୟତମ ମୁଖ୍ୟ କାରଣ ବୋଲି କୁହାଯାଇଛି।

Share