Categories: ବାଣିଜ୍ୟ

ଶୁଳ୍କମୁକ୍ତ ଦୋକାନରେ ଜିଏସ୍‌ଟି ଲାଗୁ ହେବ ନାହିଁ: ହାଇକୋର୍ଟ

ନୂଆଦିଲ୍ଲୀ,୨୬-୫: ଶୁଳ୍କମୁକ୍ତ ଦୋକାନରୁ ପରଫ୍ୟୁମ୍‌, ଚକୋଲେଟ ଆଦି ସାମଗ୍ରୀ କିଣାରେ ଜିଏସ୍‌ଟି ଆଦାୟକୁ ନେଇ ଏକାଧିକ କୋର୍ଟ ରାୟ ଶୁଣାଇ ଥିବା ବେଳେ ଏହାକୁ ନେଇ ଖାଉଟି ଦ୍ୱନ୍ଦ୍ୱରେ ପଡ଼ୁଛି। ନିକଟରେ ଆଲ୍ଲାହାବାଦ୍‌ ହାଇକୋର୍ଟ ଏ ସଂକ୍ରାନ୍ତରେ ଏକ ରାୟ ଶୁଣାଇଛନ୍ତି। ବିମାନବନ୍ଦରରେ ଅବସ୍ଥିତ ଶୁଳ୍କମୁକ୍ତ ଦୋକାନରୁ ଯାତ୍ରା ପୂର୍ବରୁ ଅଥବା ପହଞ୍ଚତ୍ବା ପରେ ସାମଗ୍ରୀ କିଣାକିଣି କଲେ କୌଣସି ଜିଏସ୍‌ଟି ଆଦାୟ କରାଯାଇପାରିବ ନାହିଁ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି। ଏଥିପୂର୍ବରୁ କର୍ନାଟକ ହାଇକୋର୍ଟ ମଧ୍ୟ ଫ୍ଲେମିଙ୍ଗୋ ଡ୍ୟୁଟି ଫ୍ରି ସପ୍‌ ମାମଲାରେ ଏଭଳି ରାୟ ଦେଇଥିଲେ। ତେବେ ମଧ୍ୟପ୍ରଦେଶ ହାଇକୋର୍ଟ ବାସୁ କ୍ଲଦିଂ ମାମଲାରେ ଜିଏସ୍‌ଟି ଆଦାୟ କରାଯିବ ବୋଲି ରାୟ ଶୁଣାଇଥିଲେ। ଅଟିନ କ୍ରିଷ୍ଣାଙ୍କ ପକ୍ଷରୁ ଆଗତ ଏକ ଜନସ୍ବାର୍ଥ ମାମଲାରେ ଆଲ୍ଲାହାବାଦ୍‌ ହାଇକୋର୍ଟ ଉକ୍ତ ରାୟ ଶୁଣାଇଛନ୍ତି। କ୍ରିଷ୍ଣା ତାଙ୍କ ଆବେଦନରେ ଦର୍ଶାଇଥିଲେ ଯେ, ବିଦେଶୀ ନାଗରିକ ଭାରତର ବିମାନ ବନ୍ଦରରେ ଅବସ୍ଥିତ ଶୁଳ୍କମୁକ୍ତ ଦୋକାନରୁ ସାମଗ୍ରୀ କିଣି ବିଦେଶ ପଳାଉଥିବାରୁ ଦେଶର ରାଜକୋଷକୁ ଭାରି କ୍ଷତି ହେଉଛି। ଏହିସବୁ ସାମଗ୍ରୀ ଉପରେ ଜିଏସ୍‌ଟି ଆଦାୟ କରିବାକୁ ସେ ଦାବି କରିଥିଲେ।

Share