Posted inଖେଳ

ଶୁଭାଶିଷଙ୍କ ରୋଲ ମଡେଲ କୋହଲି, ଗାଙ୍ଗୁଲି, ଫେଡରର

ନୂଆଦିଲ୍ଲୀ, ୧୭।୪- ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି, ବର୍ତ୍ତମାନର ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏବଂ ୨୦ ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ଟେନିସ ତାରକା ରୋଜର ଫେଡରର ତାଙ୍କ ରୋଲମଡେଲ ବୋଲି ପ୍ରକାଶ କରିଛନ୍ତି ଭାରତୀୟ ଫୁଟବଲ ଦଳର ଡିଫେଣ୍ଡର ଶୁଭାଶିଷ ବୋଷ। ଭାରତୀୟ ଫୁଟବଲ ଦଳର ଅଫିସିଆଲ ଫେସବୁକ୍‌ ପେଜ୍‌ ଲାଇଭ୍‌ ଚାଟ୍‌ ଅବସରରେ ସେ ଏହା କହିଛନ୍ତି। କ୍ରିକେଟ କଥା କହିଲେ ବର୍ତ୍ତମାନର ଟିମ୍‌ ଇଣ୍ଡିଆ ଅଧିନାୟକ କୋହଲି ମୋ ଫେଭରାଉଟ। ତେବେ ମୋ ପାଇଁ ସର୍ବକାଳୀନ ଫେଭରାଇଟ ହେଲେ ସୌରଭ। ”ମୁଁ ଅତି ଛୋଟ ବେଳରୁ ସୌରଭଙ୍କୁ ଫଲୋ କରି ଆସୁଛି । ଦାଦାଙ୍କ ବିଭିନ୍ନ ମ୍ୟାଚ ଓ ବ୍ୟାଟିଂ ଷ୍ଟାଇଲକୁ ଦେଖି ମୁଁ ବଡ଼ ହୋଇଛି। ସେ କେବଳ ମୋ ପାଇଁ ନୁହେଁ, ଅନେକ ଲୋକଙ୍କ ପାଇଁ ପ୍ରେରଣା“ ବୋଲି ଶୁଭାଶିଷ କହିଛନ୍ତି ।
ସୁଇଜରଲାଣ୍ଡ ଟେନିସ ଲିଜେଣ୍ଡ ରୋଜର ଫେଡରରଙ୍କର ସେ ଜଣେ ବଡ଼ ପ୍ରଶଂସକ ବୋଲି ସେ କହିଛନ୍ତି। ସୁଯୋଗ ମିଳିଲେ ସେ ନିଶ୍ଚିତ ଫେଡରରଙ୍କ ମ୍ୟାଚ ଦେଖିଥାନ୍ତି। ”ମୁଁ ଫେଡରରଙ୍କ ଗେମ୍‌ ଦେଖିବାକୁ ଭଲପାଏ। ମ୍ୟାଚ ଖେଳିବାକୁ ଆମକୁ ବିଭିନ୍ନ ସ୍ଥାନକୁ ଯିବାକୁ ପଡ଼ୁଥିଲେ ହେଁ ସୁଯୋଗ ମିଳିବାମାତ୍ରେ ମୁଁ ତାଙ୍କ ଖେଳ ଦେଖିଥାଏ। ଦୀର୍ଘଦିନଧରି ସେ ଶୀର୍ଷସ୍ତରରେ ନିଜ ସ୍ଥାନ ବଜାୟ ରଖିବା ମୋତେ ଖୁବ୍‌ ଉତ୍ସାହିତ କରିଛି। ମୁଁ ମୋ କ୍ୟାରିୟରରେ ଏପରି କିଛି କରିବାକୁ ଲକ୍ଷ୍ୟ ରଖିଛି“ ବୋଲି ଶୁଭାଶିଷ ପ୍ରକାଶ କରିଛନ୍ତି। ଭାରତୀୟ ଦଳର ନିର୍ଭରଯୋଗ୍ୟ ଡିଫେଣ୍ଡର ଭାବେ ଲେଫ୍ଟ ବ୍ୟାକ୍‌ ଓ ସେଣ୍ଟର ବ୍ୟାକ୍‌ରେ ଖେଳିିବାର ଦକ୍ଷତା ରଖିଛନ୍ତି ଶୁୁଭାଶିଷ। ଜଣେ ଯୁବ ଖେଳାଳି ନିଜ ଖେଳରେ ଜଣେ କିପରି ଉନ୍ନତି ଆଣିପାରିବ ଏବଂ ଜଣେ ଫୁଲ୍‌ ବ୍ୟାକ୍‌ ଅପେକ୍ଷାକୃତ ଦୁର୍ବଳ ପାଦରେ କିପରି ଉନ୍ନତ ଖେଳିିପାରିବ ଏ ଦିଗରେ ସେ ଧ୍ୟାନ ଦେଇଛନ୍ତି। ”ଉଭୟ ଆକ୍ରମଣାତ୍ମକ ଏବଂ ରକ୍ଷଣାତ୍ମକ ଦୃଷ୍ଟିରୁ ଆଧୁନିକ ଖେଳରେ ଜଣେ ଫୁଲବ୍ୟାକ୍‌ ପାଇଁ ଏଣ୍ଡୁରାନ୍ସ ବହୁ ଗୁରୁତ୍ୱପୂର୍ଣ୍ଣ। ଫୁଲବ୍ୟାକ୍‌ ପ୍ରଥମତଃ ରକ୍ଷଣାତ୍ମକ ବିଭାଗକୁ ପ୍ରାଥମିକତା ଦେଇଥାଏ। ଦ୍ୱିତୀୟତଃ ବଲ୍‌ ପୋସେଶନ ପାଇଁ ଦଳକୁ ସହାୟତା କରିଥାଏ ଏବଂ ତୃତୀୟତଃ ଉପଯୁକ୍ତ ସମୟ ଦେଖି ଆକ୍ରମଣ କରିବାକୁ ଗୁରୁତ୍ୱ ଦେଇଥାଏ। ଆଟାକିଂ ହାଫ୍‌ରେ ହାଫ୍‌ବ୍ୟାକ୍‌କୁ ଦ୍ରୁତ ଖେଳ ଦେଖାଇବାକୁ ପଡ଼ିଥାଏ। ଗୋଟିଏ କିମ୍ବା ୨ଟି ପାସ୍‌ ଦେଇ ଦଳୀୟ ସାଥିଙ୍କ ପାଇଁ ଗ୍ୟାପ୍‌ ସୃଷ୍ଟି କରି ନିଜ ପୋାଜିଶନକୁ ଫେରିଥାଏ“ ବୋଲି ସେ କହିଛନ୍ତି। ମ୍ୟାଚ ସମୟରେ ମାନସିକ ଦୃଢ଼ତା ଅତ୍ୟନ୍ତ ଜରୁରୀ। ବିଶେଷ କରି ଗୋଲ ବରଣ ସମୟରେ ଆଦୌ ଚାପଗ୍ରସ୍ତ ହେବା ଉଚିତ ନୁହେଁ । ଗେମ୍‌ର ସ୍ଥିତି ଉପରେ ବିଶେଷ ନଜର ନ ଦେଇ ସବୁବେଳେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ତତ୍ପର ହେବା ଉଚିତ ଏବଂ ଅପର ପାର୍ଶ୍ୱରେ ଗୋଲ ସ୍କୋର ପାଇଁ ସୁଯୋଗ ସୃଷ୍ଟି କରିବା ଉଚିତ ବୋଲି ବୋଷ ପ୍ରକାଶ କରିଛନ୍ତି ।
କରୋନା ଭାଇରସ ସଂକ୍ରମଣ ଜନିତ କାରଣରୁ ଏବେ ଖେଳାଳିଙ୍କ ପାଇଁ ମ୍ୟାଚ ଏବଂ ଟ୍ରେନିଂ ସବୁକିଛି ବନ୍ଦ। ତେଣୁ ବର୍ତ୍ତମାନ ସ୍ଥିତିରେ ଘରେ ରହି ଫିଟ୍‌ନେସ ବଜାୟ ରଖିବା ସମସ୍ତଙ୍କ ପାଇଁ ଚ୍ୟାଲେଞ୍ଜ ସଦୃଶ ହୋଇଛି । ଏପରି ସ୍ଥିତିରେ ଜଣେ ଖେଳାଳି କିପରି ପ୍ରତିଦିନ ବିଭିନ୍ନ ବ୍ୟାୟାମ କରିପାରିବ ସେଥିନେଇ ସେ ସୋସିଆଲ ମିଡିଆରେ ଏକ ଭିିଡିଓ ଜାରି କରିଛନ୍ତି। ଘରେ ରୁହ, ସୁରକ୍ଷିତ ରୁହ, ସୁସ୍ଥ ରୁହ। ନିଜର ଯତ୍ନ ନେବା ସହିତ ଭଲ ପାଉଥିବା ପ୍ରତିଟି ବ୍ୟକ୍ତିଙ୍କର ଯତ୍ନ ନିଅ ବୋଲି ସେ ଏହି ଭିଡିଓ ମାଧ୍ୟମରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏମିତି ଛକା ମାରିଲେ ମୁକୁଲ: ଖୁସିରେ ଡେଇଁଲେ ମାଲିକ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୧୦।୪: ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଖେଳୁଥିବା ମୁକୁଲ ଚୌଧୁରୀ KKR ବିପକ୍ଷରେ ଏମିତି ଏକ ଛକା ମାରିଥିଲେ, ଯାହା ଅତ୍ୟନ୍ତ କଷ୍ଟକର କୃତିତ୍ୱ ବୋଲି…

ପର୍ପଲ-ଅରେଞ୍ଜ୍‌ କ୍ୟାପ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି: IPL ୨୦୨୬ର ୧୫ ମ୍ୟାଚ୍‌ ପରେ…

ନୂଆଦିଲ୍ଲୀ,୧୦।୪: କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ (KKR) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ମଧ୍ୟରେ IPL ୨୦୨୬ର ୧୫ତମ ମ୍ୟାଚ ଖେଳାଯାଇଥିଲା। ଏହି…

IPL ମଧ୍ୟରେ ଦୁଃଖଦ ଖବର: ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୦।୪: ପୂର୍ବତନ ଭାରତୀୟ କ୍ରିକେଟର ଚିଙ୍ଗଲପୁତ ଦୋରାଇକାନୁ ଗୋପୀନାଥ (ସିଡି ଗୋପୀନାଥ)ଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି। ସେ ୧୯୫୨ରେ ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଥମ…

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

ଅମ୍ପାୟରଙ୍କ ଗୋଟିଏ ଆଙ୍ଗୁଠି, ଭାଙ୍ଗିଗଲା ଦିଲ୍ଲୀର ସ୍ବପ୍ନ! ଖଳନାୟକ ପାଲଟିଛି କ୍ରିକେଟର ‘ଡେଡ ବଲ’ ନିୟମ

ନୂଆଦିଲ୍ଲୀ,୯।୪: କ୍ରିକେଟ ଅନିଶ୍ଚିତତାର ଖେଳ ଭାବରେ ଜଣାଶୁଣା, କିନ୍ତୁ ଯେତେବେଳେ ଅମ୍ପାୟାର ନିଷ୍ପତ୍ତିରୁ ଅନିଶ୍ଚିତତା ସୃଷ୍ଟି ହୁଏ, ଖେଳର ରୋମାଞ୍ଚ ବିବାଦରେ ପରିଣତ ହୁଏ। ଗତକାଲି ରାତିରେ…

ଗୁଜରାଟର ରୋମାଞ୍ଚକର ବିଜୟ ପରେ ବି ଶୁବମନଙ୍କୁ ଏତେ ଟଙ୍କା ଜରିମାନା କଲା BCCI, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୪: ବୁଧବାର ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାସ୍ତ କରିଛି। ଶୁବମନ ଗିଲ୍‌ଙ୍କ ସମେତ ତିନି ଜଣ ଗୁଜରାଟ ବ୍ୟାଟ୍ସମ୍ୟାନ…

ସ୍ମୃତି-ପଲାଶଙ୍କ ମଧ୍ୟରେ ହୋଇଗଲା ପ୍ୟାଚ୍‌ଅପ୍‌! ଖୁବ୍‌ଶୀଘ୍ର ହେବ ବିବାହ, ଏହି VIDEO ବଢାଉଛି ଚର୍ଚ୍ଚା

ମୁମ୍ବାଇ,୯।୪: ସଂଗୀତକାର ପଳାଶ ମୁଛଲ ଏବଂ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କ ମଧ୍ୟ ପ୍ୟାଚ୍‌ଅପ୍‌ ହୋଇଯାଇଛି। ଉଭୟ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri