ଶୁଦ୍ଧପୂତ ଜୀବନଚର୍ଯ୍ୟା କାର୍ତ୍ତିକ ବ୍ରତର ପ୍ରେରଣା

ଖଣ୍ଡପଡ଼ା,୯ା୧୧(ସ୍ବ.ପ୍ର.): ପବିତ୍ର କାର୍ତ୍ତିକ ବ୍ରତ ତଥା ମାସର ମାହାମତ୍‌ୟ ଅବର୍ଣ୍ଣନୀୟ । ହିନ୍ଦୁ ଶାସ୍ତ୍ରରେ ଏହାର ଯଥେଷ୍ଟ ପ୍ରମାଣ ରହିଛି । ବର୍ଷକର ପୁଣ୍ୟ ଏହି ଗୋଟିଏ ମାସରେ ମିଳେ ବୋଲି ବିଶ୍ୱାସ ରହିଛି । ଶୁଦ୍ଧପୂତ ଜୀବନଚର୍ଯ୍ୟା ପାଇଁ କାର୍ତ୍ତିକ ବ୍ରତରୁ ପ୍ରେରଣା ମିଳିଥାଏ । ଏହି ମାସକୁ ଦେବତା, ଋଷି, ମୁନି ଓ ପିତୃଗଣ ସମସ୍ତେ ଆଦର କରିଥାନ୍ତି। କାର୍ତ୍ତିକ ମାସର ଅନ୍ୟ ଏକ ଆକର୍ଷଣ ପଞ୍ଚ ‘କ’ । ଶୁକ୍ଳ ଏକାଦଶୀଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ପାଞ୍ଚ ଦିନ ଧରି ପାଳିତ ହୁଏ ଏହି ବିଶେଷ ତିଥି । ଶାସ୍ତ୍ରରେ ଏହାକୁ ଭୀଷ୍ମ ପଞ୍ଚକ ବୋଲି କୁହାଯାଏ । ପଞ୍ଚ ‘କ’ର ଅନ୍ତର୍ନିହିତ ଉଦ୍ଦେଶ୍ୟ ହେଉଛି କାମ, କ୍ରୋଧ, କପଟ, କଳହ ଓ କଳଙ୍କ ଆଦିରୁ ମୁକ୍ତି ପାଇବା। ପ୍ରଥମ ‘କ’ର ମହତ୍ତ୍ୱ ହେଉଛି କାମ ବା ଆଶା । ଏହା ମଣିଷ ମଧ୍ୟରେ ସୁପ୍ତ ଭାବରେ ଥାଏ । କୌଣସି ମୁହୂର୍ତ୍ତରେ ହଠାତ୍‌ ଉଙ୍କି ମାରେ । ଆଶା ଯଦି ଈଶ୍ୱରାଭିମୁଖୀ ହୁଏ ତେବେ ଅଶୁଭ ଶୁଭରେ ପରିଣତ ହୁଏ। ଏଥିଲାଗି ସଦ୍‌ଗ୍ରନ୍ଥ ପଠନ ସହ ଧାର୍ମିକ କାର୍ଯ୍ୟରେ ସମୟ ଅତିବାହିତ କରିବା ଉଚିତ । ଦ୍ୱିତୀୟ ‘କ’ ହେଉଛି କ୍ରୋଧ । କାମନା ପୂରଣ ନ ହେଲେ କ୍ରୋଧ ଉତ୍ପନ ହୁଏ । ସାଂପ୍ରତିକ ସମାଜରେ ଘଟୁଥିବା ଯାବତୀୟ ନାରକୀୟ କାଣ୍ଡ ପାଇଁ କ୍ରୋଧ ହିଁ ଦାୟୀ । ଭଜନ, କୀର୍ତ୍ତନ ବା ହରିଙ୍କ କଥାରେ ମଜ୍ଜିଗଲେ କ୍ରୋଧରୁ ରକ୍ଷା ମିଳେ । ସେଥିପାଇଁ କାର୍ତ୍ତିକ ମାସରେ ପ୍ରାତଃ ଭଜନ, କୀର୍ତ୍ତନ ଓ ପ୍ରବଚନ ବ୍ୟବସ୍ଥା ରହିଛି। ତୃତୀୟ ‘କ’ ହେଉଛି କପଟ। ଅନ୍ୟଠାରୁ କାମ ହାସଲ କରିବା ପାଇଁ କୁବୁଦ୍ଧି ପ୍ରୟୋଗର ନାମ କପଟ। ଏହା ଦ୍ୱାରା ମନ କଳୁଷିତ ହେବା ସହିତ ବାତାବରଣ ଅଶାନ୍ତ ହୋଇଥାଏ। ଏହାଠାରୁ ଦୂରେଇ ରହିବାର ମୂଳ ଔଷଧ ହେଲା ନାମ। ସେଥିପାଇଁ ଏହି ମାସରେ ନାମ ସଂକୀର୍ତ୍ତନ କରିବା ପ୍ରଚଳନ ଅଛି। ୪ର୍ଥ ‘କ’ ହେଉଛି କଳହ। ମଣିଷ ନିଜକୁ ଠିକ୍‌ ଓ ଅନ୍ୟକୁ ଭୁଲ୍‌ ବୁଝିବା ଦ୍ୱାରା ଆରମ୍ଭ ହୁଏ କଳହ। ଏହା ସମ୍ପର୍କକୁ ଭାଙ୍ଗି ଦିଏ। ଭଗବାନଙ୍କ ନାମ ସ୍ମରଣ ଦ୍ୱାରା ସମସ୍ୟାର ସମାଧାନ ହୋଇପାରେ। ୫ମ ‘କ’ କଳଙ୍କ। କାମ, କ୍ରୋଧ, କପଟ, କଳହ ପରେ ଆସେ କଳଙ୍କ। ଏହି ୪ଟି ପ୍ରବୃତ୍ତି କଳଙ୍କର ଭିତ୍ତି ସ୍ଥାପନ କରନ୍ତି। ଏହା ଦ୍ୱାରା ଚରିତ୍ରବାନ୍‌ ବ୍ୟକ୍ତିଟିଏ ନିନ୍ଦାର ପାତ୍ର ହୁଏ। ତେଣୁ ସମୂହ ପୂଜାର୍ଚ୍ଚନା ସହ ନାମ କୀର୍ତ୍ତନ ଆଦି ମଧ୍ୟରେ ମଣିଷ ପରସ୍ପର ନିକଟତର ହୁଏ।


Enter your email to get our daily news in your inbox.

All Right Reserved By Dharitri.Com

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ମେ ୪ରୁ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା: ଶେଷ ସପ୍ତାହରେ ଜମିବ ‘ଛତ୍ରପୁର ମହୋତ୍ସବ’

ଛତ୍ରପୁର, ୨।୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଅନ୍ୟତମ ପ୍ରସିଦ୍ଧ ଉତ୍ସବ, ଛତ୍ରପୁର ସହରର ଆରାଧ୍ୟା ଦେବୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଚଳିତ ବର୍ଷ ଅନୁଷ୍ଠିତ ହେବାକୁ…

ଦିଗପହଣ୍ଡିରେ ଜାତୀୟ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ: ସେନସସ ୱେବସାଇଟ୍‌ରେ ତଥ୍ୟ ପ୍ରଦାନ କଲେ ନଗରପାଳ

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରାଞ୍ଚଳରେ ଜାତୀୟ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଗୁରୁବାରଠାରୁ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri