ଶୁଦ୍ଧପୂତ ଜୀବନଚର୍ଯ୍ୟା କାର୍ତ୍ତିକ ବ୍ରତର ପ୍ରେରଣା

ଖଣ୍ଡପଡ଼ା,୯ା୧୧(ସ୍ବ.ପ୍ର.): ପବିତ୍ର କାର୍ତ୍ତିକ ବ୍ରତ ତଥା ମାସର ମାହାମତ୍‌ୟ ଅବର୍ଣ୍ଣନୀୟ । ହିନ୍ଦୁ ଶାସ୍ତ୍ରରେ ଏହାର ଯଥେଷ୍ଟ ପ୍ରମାଣ ରହିଛି । ବର୍ଷକର ପୁଣ୍ୟ ଏହି ଗୋଟିଏ ମାସରେ ମିଳେ ବୋଲି ବିଶ୍ୱାସ ରହିଛି । ଶୁଦ୍ଧପୂତ ଜୀବନଚର୍ଯ୍ୟା ପାଇଁ କାର୍ତ୍ତିକ ବ୍ରତରୁ ପ୍ରେରଣା ମିଳିଥାଏ । ଏହି ମାସକୁ ଦେବତା, ଋଷି, ମୁନି ଓ ପିତୃଗଣ ସମସ୍ତେ ଆଦର କରିଥାନ୍ତି। କାର୍ତ୍ତିକ ମାସର ଅନ୍ୟ ଏକ ଆକର୍ଷଣ ପଞ୍ଚ ‘କ’ । ଶୁକ୍ଳ ଏକାଦଶୀଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ପାଞ୍ଚ ଦିନ ଧରି ପାଳିତ ହୁଏ ଏହି ବିଶେଷ ତିଥି । ଶାସ୍ତ୍ରରେ ଏହାକୁ ଭୀଷ୍ମ ପଞ୍ଚକ ବୋଲି କୁହାଯାଏ । ପଞ୍ଚ ‘କ’ର ଅନ୍ତର୍ନିହିତ ଉଦ୍ଦେଶ୍ୟ ହେଉଛି କାମ, କ୍ରୋଧ, କପଟ, କଳହ ଓ କଳଙ୍କ ଆଦିରୁ ମୁକ୍ତି ପାଇବା। ପ୍ରଥମ ‘କ’ର ମହତ୍ତ୍ୱ ହେଉଛି କାମ ବା ଆଶା । ଏହା ମଣିଷ ମଧ୍ୟରେ ସୁପ୍ତ ଭାବରେ ଥାଏ । କୌଣସି ମୁହୂର୍ତ୍ତରେ ହଠାତ୍‌ ଉଙ୍କି ମାରେ । ଆଶା ଯଦି ଈଶ୍ୱରାଭିମୁଖୀ ହୁଏ ତେବେ ଅଶୁଭ ଶୁଭରେ ପରିଣତ ହୁଏ। ଏଥିଲାଗି ସଦ୍‌ଗ୍ରନ୍ଥ ପଠନ ସହ ଧାର୍ମିକ କାର୍ଯ୍ୟରେ ସମୟ ଅତିବାହିତ କରିବା ଉଚିତ । ଦ୍ୱିତୀୟ ‘କ’ ହେଉଛି କ୍ରୋଧ । କାମନା ପୂରଣ ନ ହେଲେ କ୍ରୋଧ ଉତ୍ପନ ହୁଏ । ସାଂପ୍ରତିକ ସମାଜରେ ଘଟୁଥିବା ଯାବତୀୟ ନାରକୀୟ କାଣ୍ଡ ପାଇଁ କ୍ରୋଧ ହିଁ ଦାୟୀ । ଭଜନ, କୀର୍ତ୍ତନ ବା ହରିଙ୍କ କଥାରେ ମଜ୍ଜିଗଲେ କ୍ରୋଧରୁ ରକ୍ଷା ମିଳେ । ସେଥିପାଇଁ କାର୍ତ୍ତିକ ମାସରେ ପ୍ରାତଃ ଭଜନ, କୀର୍ତ୍ତନ ଓ ପ୍ରବଚନ ବ୍ୟବସ୍ଥା ରହିଛି। ତୃତୀୟ ‘କ’ ହେଉଛି କପଟ। ଅନ୍ୟଠାରୁ କାମ ହାସଲ କରିବା ପାଇଁ କୁବୁଦ୍ଧି ପ୍ରୟୋଗର ନାମ କପଟ। ଏହା ଦ୍ୱାରା ମନ କଳୁଷିତ ହେବା ସହିତ ବାତାବରଣ ଅଶାନ୍ତ ହୋଇଥାଏ। ଏହାଠାରୁ ଦୂରେଇ ରହିବାର ମୂଳ ଔଷଧ ହେଲା ନାମ। ସେଥିପାଇଁ ଏହି ମାସରେ ନାମ ସଂକୀର୍ତ୍ତନ କରିବା ପ୍ରଚଳନ ଅଛି। ୪ର୍ଥ ‘କ’ ହେଉଛି କଳହ। ମଣିଷ ନିଜକୁ ଠିକ୍‌ ଓ ଅନ୍ୟକୁ ଭୁଲ୍‌ ବୁଝିବା ଦ୍ୱାରା ଆରମ୍ଭ ହୁଏ କଳହ। ଏହା ସମ୍ପର୍କକୁ ଭାଙ୍ଗି ଦିଏ। ଭଗବାନଙ୍କ ନାମ ସ୍ମରଣ ଦ୍ୱାରା ସମସ୍ୟାର ସମାଧାନ ହୋଇପାରେ। ୫ମ ‘କ’ କଳଙ୍କ। କାମ, କ୍ରୋଧ, କପଟ, କଳହ ପରେ ଆସେ କଳଙ୍କ। ଏହି ୪ଟି ପ୍ରବୃତ୍ତି କଳଙ୍କର ଭିତ୍ତି ସ୍ଥାପନ କରନ୍ତି। ଏହା ଦ୍ୱାରା ଚରିତ୍ରବାନ୍‌ ବ୍ୟକ୍ତିଟିଏ ନିନ୍ଦାର ପାତ୍ର ହୁଏ। ତେଣୁ ସମୂହ ପୂଜାର୍ଚ୍ଚନା ସହ ନାମ କୀର୍ତ୍ତନ ଆଦି ମଧ୍ୟରେ ମଣିଷ ପରସ୍ପର ନିକଟତର ହୁଏ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

କେସିଙ୍ଗା ପଞ୍ଚାୟତ ସମିତି ବୈଠକରେ ଉଠିଲା ଝାଡ଼ାବାନ୍ତି ପ୍ରସଙ୍ଗ, ସରପଞ୍ଚଙ୍କ ଅଭିଯୋଗ ପରେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୦ମ ବୈଠକ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ସଭାପତିତ୍ୱରେ ବୁଧବାର ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।...

ବିକାଶ ଅପେକ୍ଷାରେ ‘ହେଲୋ ପଏଣ୍ଟ’: ଉଦ୍‌ଯାପିତ ହେଲା ‘ରାଜାରାଣୀ ଝାମୁ ଯାତ୍ରା’; ହଜାର ହଜାର ଭକ୍ତଙ୍କ ସମାଗମ; କାଳିସିଙ୍କ…

ଥୁଆମୂଳ ରାମପୁର, ୩୧।୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରା ସ୍ଥିତ ‘ହେଲୋ ପଏଣ୍ଟ’ଠାରେ ରାଜାରାଣୀ (ମାଳିଚଗା)...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri