ଶୁଣିଲାନି ପ୍ରଶାସନ: ଜମିରୁ ବର୍ଷାଜଳ ନିଷ୍କାସିତ କଲେ ଚାଷୀ

ବିିଞ୍ଝାରପୁର,୨୦।୮ (ଡି.ଏନ.ଏ)- ବିଞ୍ଝାରପୁର ଅଞ୍ଚଳରେ ଗତ ସପ୍ତାହରେ ୩୦୦ ମି.ଲି.ରୁ ଊର୍ଦ୍ଧ୍ୱ ବର୍ଷା ହୋଇଥିଲା। ଏହି ବର୍ଷା ଯୋଗୁ ଘଣ୍ଟିଆଳି- ଗୁହାଳୀ ଅଞ୍ଚଳ ଚାଷଜମିରେ ବର୍ଷାଜଳ ଜମି ରହିଥିବାରୁ ଧାନ ଫସଲ ପ୍ରଭାବିତ ହୋଇଥିଲା। ଏହି ସମସ୍ୟାକୁ ନେଇ ସ୍ଥାନୀୟ ଚାଷୀମାନେ ଜମିରୁ ଜଳ ନିଷ୍କାଷିତ କରିବା ପାଇଁ ପ୍ରଶାସନ ନିକଟରେ ଫେରାଦ ହୋଇଥିଲେ। ମାତ୍ର ୭ଦିନ ପରେ ବି ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରି ନ ଥିଲା। ସ୍ଥାନୀୟ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ପ୍ରଶାସନ ଚାଷୀଙ୍କ ଦୁଃଖ ନ ବୁଝିବାରୁ ରବିବାର ଚାଷୀମାନେ ମେଳି ବାନ୍ଧି କିପରି ଚାଷ ଜମିରୁ ବର୍ଷାଜଳ ନିଷ୍କାସିତ ହୋଇପାରିବ ସେଥିଲାଗି ପଦକ୍ଷେପ ନେଇଥିଲେ। ସ୍ଥାନୀୟ ଅଞ୍ଚଳର ଚାଷୀ ରବୀନ୍ଦ୍ର କୁମାର ଧଳ, କାଳନ୍ଦୀ ବେହେରା, ରାଧେଶ୍ୟାମ ପଣ୍ଡା, ରବୀନ୍ଦ୍ର ଦାସ, ଲମ୍ବୋଧର ଧଳ, ନାରାୟଣ ଚନ୍ଦ୍ର ଧୀରଙ୍କ ସମେତ ବହୁ ଚାଷୀ ନିଜ ପକେଟରୁ କିଛି କିଛି ଅର୍ଥ ପ୍ରଦାନ କରି ମେଶିନ ସାହାଯ୍ୟରେ ପ୍ରଭାବିତ ଚାଷ ଜମିରୁ ବର୍ଷାଜଳ ନିଷ୍କାସିତ କରିଥିଲେ।