ଶୁଟିଂ ସେଟ୍‌ରେ କଥା ହେଉ ନ ଥିଲେ ଅଭିନେତ୍ରୀ ଅଭିନେତା, ତଥାପି ହିଟ୍‌ ହୋଇଥିଲା ଏହି ଫିଲ୍ମ

ବଲିଉଡ୍‌ର ୩ ଖାଁ ଏକା ସାଥୀରେ କାମ କରି ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ଏହି ୩ ଖାଁ ହେଲେ ଶାହାରୁଖ୍‌, ସଲମାନ୍‌ ଏବଂ ଅମୀର। ଆଜି ଫିଲ୍ମ ‘ଅନ୍ଦାଜ ଅପ୍‌ନା ଅପ୍‌ନା’ସହିତ ଜୋଡ଼ା ଏକ କଥା କହିବୁ, ଯାହା ଜାଣିଲେ  ଚକିତ ହେବେ। ଏହି ଫିଲ୍ମରେ ଅମୀର ଏବଂ ସଲମାନ୍‌ ଏକାଠି କାମ କରିଥିଲେ। ଏଥିରେ ଅମୀର, ସଲମାନଙ୍କ ବ୍ୟତୀତ କରିସ୍ମା କପୁର ଏବଂ ରବୀନା ଟଣ୍ଡନ ମୁଖ୍ୟ ଭୂମିକାରେ ଥିଲେ।

ଏକ ସାକ୍ଷାତକାରରେ ରବୀନା କହିଛନ୍ତି, ଫିଲ୍ମ ଶୁଟିଂ ସମୟରେ ଅମୀର ଏବଂ ସଲମାନ୍‌ ଦୁହେଁ ଦୁହିଁଙ୍କ ସହ କଥା ହେଉ ନ ଥିଲେ। ଏପରିକି ସେ ଏବଂ କରିସ୍ମା ମଧ୍ୟ ପରସ୍ପର ମଧ୍ୟରେ କଥା ହେଉ ନ ଥିଲେ। ରବୀନା କୁହନ୍ତି, ଏହି ଫିଲ୍ମ ଶୁଟିଂ ସମୟରେ ଯେତିକି ମଜା ହୋଇଥିଲା, ସେତିକି ସମସ୍ୟା ବି ଉପୁଜିଥିଲା। ଶୁଟିଂ ସେଟ୍‌ରେ କେହି କାହା ସହ କଥା ହେଉ ନ ଥିଲୁ। ସମସ୍ତଙ୍କ ଭିତରେ ଝଗଡ଼ା ଚାଲିଥିଲା।

ଖାଲି ଏତିକି ନୁହେଁ, ଫିଲ୍ମର କ୍ଲାଇମେକ୍ସ ସିନ୍‌ ଶୁଟିଂ ସମୟରେ ଏକ ଖୁଣ୍ଟରେ ଦୁଇ ଅଭିନେତ୍ରୀଙ୍କୁ ବାନ୍ଧି ଦେଇଥିଲେ ରାଜ୍‌ ଜୀ। ତାଙ୍କୁ ଧମକ ବି ଦିଆଯାଇଥିଲା ଯେପର୍ଯ୍ୟନ୍ତ ଦୁଇଜଣ କଥା ନ ହେବେ ସେତେବେଳ ଯାଏ ତାଙ୍କୁ ଖୋଲାଯିବ ନାହିଁ। ଯେତିକି ସିନ୍‌ ଥାଏ ସେତିକି କଥା ପରେ ବନ୍ଦ। କିନ୍ତୁ ଏହି ଫିଲ୍ମ କେମିତି ହେଲା ତାହା ଆମକୁ ଜଣା ନ ଥିଲା। ଫିଲ୍ମଟି ରିଲିଜ୍‌ ପରେ ଏତେ ହିଟ୍‌ ହୋଇଥିଲା ସମସ୍ତେ ଆମକୁ ଭଲ ଅଭିନେତ୍ରୀ ଅଭିନେତା ଭାବେ ଗ୍ରହଣ କରିନେଇଥିଲେ। ଆଉ ଏକ ଖାସ୍‌ କଥା ହେଲା, ରବୀନା ଏହି ଫିଲ୍ମ ଆଜିପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଦେଖି ନାହାନ୍ତି। ଭାଗ ଭାଗ କରି ଦେଖିଛନ୍ତି। ଯାହା ଶୁଣି ଦର୍ଶକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri