Categories: ଜାତୀୟ

ଶୁକ୍ରବାର ଶପଥ ନେଇପାରନ୍ତି ୟେଦୁରପ୍ପା: ଆଜି ଶାହଙ୍କୁ ଭେଟିବେ

ବେଙ୍ଗାଲୁରୁ, ୨୪।୭: ଶେଷରେ କର୍ନାଟକରେ ଭାଜପା କ୍ଷମତା ଦଖଲ କରିବାକୁ ଯାଉଛିି। ୧୪ ମାସର ମେଣ୍ଟ ସରକାର ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରଦର୍ଶନ କରିବାକୁ ଅସମର୍ଥ ହେବାପରେ ପୂର୍ବରୁ ୩ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ୭୫ ବର୍ଷ ବୟସ୍କ ବିଏସ ୟେଦୁରପ୍ପା ପୁଣି ମୁଖ୍ୟମନ୍ତ୍ରୀ ହେବା ନିଶ୍ଚିତ ହୋଇଯାଇଛି। ଆସନ୍ତା ଶୁକ୍ରବାର ସେ ଶପଥ ନେବେ ବୋଲି କୁହାଯାଉଛି। ଏହା ପୂର୍ବରୁ ବୁଧବାର ସେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ, ଗତ ନିର୍ବାଚନରେ ଭାଜପା ଅଧିକ ଆସନରେ ବିଜୟୀ ହୋଇଥିଲା। ସେ ୨୦୧୮ ମେ’ ମାସରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ମଧ୍ୟ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାରେ ବିଫଳ ହୋଇଥିଲେ। ପରେ କଂଗ୍ରେସ-ଜେଡିଏସ ମେଣ୍ଟ ମିଶି ସରକାର ଗଠନ କରିଥିଲେ।

Share