Categories: ବାଣିଜ୍ୟ

ଶୀର୍ଷ ୬ କମ୍ପାନୀଙ୍କ ବଜାର ପୁଞ୍ଜୀକରଣ ୯୮,୫୦୨ କୋଟି ବୃଦ୍ଧି

ନୂଆଦିଲ୍ଲୀ,୨୧-୪: ଦେଶର ସବୁଠାରୁ ମୂଲ୍ୟବାନ କମ୍ପାନୀଙ୍କ ମଧ୍ୟରେ ୬ଟିର ବଜାର ପୁଞ୍ଜୀକରଣ ଗତ ସପ୍ତାହରେ ୯୮,୫୦୨.୪୭ କୋଟି ଟଙ୍କା ବଢ଼ିଛି। ତନ୍ମଧ୍ୟରୁ ଆଇଟି ସେକ୍ଟରରେ ଅଗ୍ରଣୀ କମ୍ପାନୀ ଟିସିଏସ୍‌ ସବୁଠାରୁ ଲାଭାନ୍ବିତ ହୋଇଛି। ଗୁରୁବାର ବନ୍ଦ ପରେ ଲାଭରେ ରହିଥିବା ଅନ୍ୟ କମ୍ପାନୀଗୁଡ଼ିକ ହେଲେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ(ଆର୍‌ଆଇଏଲ୍‌), ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ଏଚ୍‌ୟୁଏଲ୍‌, କୋଟାକ ମହିନ୍ଦ୍ରା ବ୍ୟାଙ୍କ ଏବଂ ଆଇସିଆଇସିଆଇ ବ୍ୟାଙ୍କ ରହିଛି। ଅନ୍ୟପକ୍ଷରେ ଆଇଟିସି, ଏଚ୍‌ଡିଏଫ୍‌ସି, ଇନ୍‌ଫୋସିସ୍‌ ଏବଂ ଏସ୍‌ବିଆଇର ବଜାର ପୁଞ୍ଜୀକରଣ ହ୍ରାସ ପାଇଛି। ମହାବୀର ଜୟନ୍ତୀ ଏବଂ ଗୁଡ଼ ଫ୍ରାଇଡେ କାରଣରୁ ଷ୍ଟକ୍‌ ମାର୍କେଟ ବୁଧବାର ଏବଂ ଶୁକ୍ରବାର ବନ୍ଦ ରହିଥିଲା। ଆଲୋଚ୍ୟ ସପ୍ତାହରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ବଜାର ପୁଞ୍ଜୀକରଣ ୨୫,୯୫୭.୧୮ କୋଟି ବୃଦ୍ଧି ପାଇ ୮,୭୬,୫୮୫.୮୧ କୋଟି ଟଙ୍କା, ଏଚ୍‌ଡିଏଫ୍‌ସି ବ୍ୟାଙ୍କ ୬୮୦୮.୨୬ କୋଟି ବଢ଼ି ୬,୨୩,୬୭୮.୦୬ କୋଟି ଟଙ୍କାରେ ପହଞ୍ଚତ୍ ଯାଇଛି। ଆଇସିଆଇସିଆଇ ବ୍ୟାଙ୍କର ମୂଲ୍ୟ ୬୭୩୯.୫୧ କୋଟି ଟଙ୍କା ବଢ଼ି ୨,୬୧,୦୧୮.୩୭ କୋଟି ଟଙ୍କା ଏବଂ କୋଟାକ ମହିନ୍ଦ୍ରା ବ୍ୟାଙ୍କର ମୂଲ୍ୟ ୫୯୬୬.୪୪ କୋଟି ଟଙ୍କା ବୃଦ୍ଧି ପାଇ ୨,୬୨,୭୮୯.୪୦ କୋଟି ଟଙ୍କା ହୋଇଛି।

Share