ଶୀତଦିନେ ଗରମପାଣିରେ ଗାଧୋଇଲେ କ’ଣ ହୋଇଥାଏ

ଶୀତଦିନ ଆସିଗଲାଣି। ଏବେ ଲୋକମାନେ ଗରମପାଣିରେ ଗାଧୋଇବା ଆରମ୍ଭ କରିଦେଲେଣି। ଥରେ ଯଦି ଗରମପାଣିରେ ଗାଧୋଇବା ଆରମ୍ଭ କରିଦେବେ ତା’ହେଲେ ଥଣ୍ଡାପାଣିରେ ଗାଧୋଇବାକୁ ଇଚ୍ଛା ହେବ ନାହିଁ। ମୁଖ୍ୟତଃ ଗରମ ପାଣିରେ ଗାଧୋଇଲେ ଫୂର୍ତ୍ତି ବା ଆରାମ ଅନୁଭବ ହୋଇଥାଏ। କିନ୍ତୁ ପ୍ରାୟ ସମୟରେ ଗରମ ପାଣିରେ ଗାଧୋଇଲେ ଏହା ଶରୀରକୁ କ୍ଷତି ପହଞ୍ଚାଇଥାଏ। ଏଥିସହ ତ୍ୱଚା ନମନୀୟତା ମଧ୍ୟ ହରାଇଥାଏ।


ତ୍ୱଚାରେ ଆର୍ଦ୍ରତା: ନିୟମିତ ଭାବେ ଗରମପାଣିରେ ଗାଧୋଇବା ଦ୍ୱାରା ଶରୀର ନମନୀୟତା ହରାଇ ତ୍ୱଚା ଆର୍ଦ୍ର ହୋଇଯାଏ। ବିଶେଷକରି ସମ୍ବେଦନଶୀଳ ତ୍ୱଚା ଥିବା ବ୍ୟକ୍ତି ଗରମପାଣିରେ ଗାଧୋଇବା ଉଚିତ ନୁହେଁ।


ସଂକ୍ରମଣ ଭୟ: ଅତ୍ୟଧିକ ଗରମପାଣିରେ ଗାଧୋଇଲେ ଶରୀରରୁ ପ୍ରାକୃତିକ ତୈଳ ଶେଷ ହୋଇଯିବାରୁ ଆଲର୍ଜି ଓ ସଂକ୍ରମଣ ଭଳି ରୋଗ ହେବାର ଭୟ ଅଧିକ ରହିଥାଏ।


ପ୍ରଜନନ ଉପରେ ପ୍ରଭାବ: ଏକ ଗବେଷଣା ଅନୁସାରେ ଦୀର୍ଘ ଦିନ ପର୍ଯ୍ୟନ୍ତ ଗରମପାଣିରେ ଗାଧୋଇବା ଦ୍ୱାରା ଏହା ପୁରୁଷଙ୍କ ପ୍ରଜନନ କ୍ଷମତା ଉପରେ ପ୍ରଭାବ ପକାଇଥାଏ। ଯେଉଁମାନଙ୍କର ପ୍ରଜନନ ସମ୍ପନ୍ଧୀୟ କିଛି ସମସ୍ୟା ରହିଛି, ସେମାନଙ୍କୁ ସମ୍ପୂର୍ଣ୍ଣ ଭାବେ ଗରମପାଣିରେ ଗାଧୋଇବା ମନା।
ଆଳସ୍ୟ ଅନୁଭବ: ଏଥିରେ ଗାଧୋଇବା ଦ୍ୱାରା ପ୍ରଥମେ ଶରୀରକୁ ବହୁ ଆରାମ ଅନୁଭବ ହୋଇଥାଏ। କିନ୍ତୁ ପରେ ଆଳସ୍ୟ ଅନୁଭବ ହେବା ସହ ନିଦ ଲାଗିଥାଏ। କିନ୍ତୁ ଥଣ୍ଡାପାଣିରେ ଗାଧୋଇଲେ ପୂରା ଦିନ ଫୂର୍ତ୍ତି ଅନୁଭବ ହୋଇଥାଏ।


ତ୍ୱଚାରେ ରିଙ୍କିଲ୍ସ: ଯଦି ବୟସ ପୂର୍ବରୁ ମୁହଁରେ ରିଙ୍କିଲ୍ସ ନ ପଡ଼ିବା ପାଇଁ ଚାହୁଁଛନ୍ତି ତେବେ ଗରମପାଣିରେ ଆଦୌ ଗାଧାନ୍ତୁ ନାହିଁ। କାରଣ ଗରମ ପାଣି ଶରୀରର ପ୍ରାକୃତିକ ତୈଳକୁ ଶେଷ କରିଦେଇଥାଏ। ଏହାଦ୍ୱାରା ମୁହଁରେ ଖୁବ୍‌ଶୀଘ୍ର ରିଙ୍କିଲ୍ସ ପଡ଼ିଯାଇଥାଏ।


କେଶ ଝଡ଼ିବା: ଏହା କେଶ ପାଇଁ ବହୁ ହାନିକାରକ ହୋଇଥାଏ। ଗରମ ପାଣିରେ ମୁଣ୍ଡ ଧୋଇଲେ ସ୍କଲ୍ପ ଆର୍ଦ୍ର ହୋଇଯାଏ। ଫଳରେ କେଶ ଝଡ଼ିବା ଆରମ୍ଭ ହୋଇଥାଏ।
ଆଖି ଉପରେ ପ୍ରଭାବ: ଗରମପାଣି ଯୋଗୁ ଆଖି ନମନୀୟତା ହରାଇଥାଏ। ଏହାଦ୍ୱାରା ଆଖି କୁଣ୍ଡାଇହେବା ଭଳି ସମସ୍ୟା ଦେଖାଦେଇଥାଏ। ତେଣୁ ଅଧିକ ଗରମ କି ଥଣ୍ଡା ପାଣି ବଦଳରେ ସାଦା ପାଣିରେ ଗାଧାନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri