ଶୀତଦିନେ ଖାଆନ୍ତୁ ବାଦାମ, ମିଳିବ ଏସବୁ ଫାଇଦା

ଶୀତଦିନେ ଅତ୍ୟଧିକ ଥଣ୍ଡା ଯୋଗୁ ସାଧାରଣତଃ ଶରୀରର ରୋଗପ୍ରତିରୋଧକ ଶକ୍ତି କମ ହୋଇଯାଏ। ଫଳରେ ଥଣ୍ଡା, କାଶ ଭଳି ଅନେକ ପ୍ରକାର ରୋଗ ଶରୀରକୁ ମାଡି ବସେ। ଶୀତଦିନେ ଶରୀରକୁ ସୁସ୍ଥ ରଖିବା ପାଇଁ ଡାଏଟରେ ଚିନାବାଦାମ ସାମିଲ କରନ୍ତୁ। ଆୟୁର୍ବେଦନୁଯାୟୀ ଚିନାବାଦାମରେ ସଠିକ ମାତ୍ରାରେ ପ୍ରୋଟିନ, ଆଇରନ୍‌, କ୍ୟାଲସିୟମ ରହିଥାଏ, ଯାହା ଆମ ଶରୀର ପାଇଁ ଖୁବ ଲାଭକାରୀ ହୋଇଥାଏ। ବାଦାମରେ ପ୍ରଚୁର ମାତ୍ରାରେ ପ୍ରୋଟିନ ରହିଥାଏ। ଯାହା ଶରୀରକୁ ଶକ୍ତି ଯୋଗାଇଥାଏ। ଗର୍ଭବତୀ ମହିଳାମାନଙ୍କ ପାଇଁ ବାଦାମ ଖାଇବା ଲାଭକାରୀ ହୋଇଥାଏ। ଏଥିରେ ଫୋଲେଟ ନାମକ ତତ୍ତ୍ବ ପ୍ରଚୁର ମାତ୍ରାରେ ରହିଥାଏ, ଯାହା ଶରୀରରେ କୋଷିକାଗୁଡିକୁ ବିଭାଜନ କରିବାରେ ସାହାଯ୍ୟ କରିଥାଏ। ଏଥିସହ ଫୋଲେଟ ଗର୍ଭ ଭିତରେ ଶିଶୁକୁ ମସ୍ତିଷ୍କ ସମ୍ବନ୍ଧିୟ ସମସ୍ୟାରୁ ଦୂରରେ ରଖିଥାଏ। ବାଦାମ ଶରୀରରେ ପୋଷକ ତତ୍ତ୍ବ ପହଞ୍ଚାଇବା ସହ ହୃଦରୋଗ କମ କରିବାରେ ସାହାଯ୍ୟ କରିଥାଏ। ଡାଇବେଟିସ୍‌ ରୋଗୀମାନଙ୍କ ପାଇଁ ଚିନାବାଦାମ ଲାଭକାରୀ ହୋଇଥାଏ। କାରଣ ବାଦାମ ଶରୀରରେ ସୁଗାର ସ୍ତରକୁ ଠିକ ରଖିଥାଏ।