ଶୀଘ୍ର ସ୍ବାଭାବିକ ହେବ ସାଧାରଣ ପରିବହନ ବ୍ୟବସ୍ଥା

ନୂଆଦିଲ୍ଲୀ,୭।୫: ଦେଶର ସାଧାରଣ ପରିବହନ ବ୍ୟବସ୍ଥା ଶୀଘ୍ର ସ୍ବାଭାବିକ ହେବାକୁ ଯାଉଛି। ଅର୍ଥାତ୍‌ ବସ୍‌, ଟ୍ରେନ୍‌ ପୁଣି ଥରେ ପୂର୍ବବତ ପରିଚାଳିତ ହେବ ବୋଲି ସୂଚନା ରହିଛି। ସରକାର ବର୍ତ୍ତମାନ ଏ ଦିଗରେ ନୂଆ ଗାଇଡ୍‌ଲାଇନ ପ୍ରସ୍ତୁତ କରୁଛନ୍ତି। ଗମନାଗମନ ବେଳେ କିଭଳି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହେବ ସେ ଦିଗରେ ମଧ୍ୟ ବିଭିନ୍ନ ପ୍ରସଙ୍ଗକୁ ସରକାର ବିଚାର କରୁଛନ୍ତି। କରୋନା ଭାଇରସ୍‌ ଏହାର କାୟାବିସ୍ତାର କରି ଚାଲୁଥିବା ବେଳେ ଏହାକୁ ରୋକିବା ଦିଗରେ ସାମାଜିକ ଦୂରତ୍ୱ ନିୟମ ଯେଭଳି ଲାଗୁ ହେବ ତାକୁ ମଧ୍ୟ ଧ୍ୟାନରେ ରଖାଯିବ ବୋଲି କେନ୍ଦ୍ର ମନ୍ତ୍ରୀ ନୀତିନ୍‌ ଗଡ୍‌କରୀ ମଙ୍ଗଳବାର ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ, ହ୍ୟାଣ୍ଡଓ୍ବାସ୍‌, ସାନିଟାଇଜର, ଫେସ୍‌ଓ୍ବାସ୍‌ ମାସ୍କ ଭଳି ସୁରକ୍ଷା ପଦକ୍ଷେପ ସହ ସାମାଜିକ ଦୂରତ୍ୱ ନିୟମକୁ ମଧ୍ୟ ଗୁରୁତ୍ୱ ଦିଆଯିବ। ପରିବହନ ଶିଳ୍ପର ସମସ୍ୟା ସମ୍ପର୍କରେ ସରକାର ଅବଗତ ରହିଛନ୍ତି। ଏଥିଲାଗି ବିିଭିନ୍ନ ସହାୟତା ମଧ୍ୟ ସରକାର ପ୍ରଦାନ କରିବେ। କୋଭିଡ୍‌-୧୯ ପ୍ରଭାବ ଯୋଗୁ ଅର୍ଥ ବ୍ୟବସ୍ଥା ଉପରେ ଆସିଥିବା ପ୍ରଭାବକୁ କମ୍‌ କରିବା ଦିଗରେ ସରକାର ବିଭିନ୍ନ ଯୋଜନା ହାତକୁ ନେଉଛନ୍ତି। ଏ ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ନିର୍ମଳା ସୀତାରାମନଙ୍କ ସହ ସବୁବେଳେ ସମ୍ପର୍କରେ ରହିଥିବା ଗଡ୍‌କରୀ ପ୍ରକାଶ କରିଛନ୍ତି। ବିଶ୍ୱ ବଜାରରେ ଏକ ପ୍ରମୁଖ ଅଂଶୀଦାର ହେବା ନେଇ ସେ ଅଂଶୀଦାର ଏବଂ କମ୍ପାନୀଗୁଡିକୁ ଆହ୍ବାନ ଜଣାଇଛନ୍ତି।
ଭାରତ ବଜାର ଉପରେ କରୋନା ପ୍ରଭାବକୁ କମ୍‌ କରିବା ଲାଗି ସବୁ ଅଂଶୀଦାର ମିଳିତ ହୋଇ କାମ କରିବାକୁ ଆହ୍ବାନ ଜଣାଇଛନ୍ତି। ଚାଇନା ପ୍ରତି ବିଶ୍ୱ ସ୍ତରର ନିବେଶକଙ୍କ ମନରେ ଏକ ଆଶଙ୍କା ପ୍ରକାଶ ପାଇଛି। ଏହାର ଲାଭ ଭାରତ ନେବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଦେଶର ଶିଳ୍ପଜଗତ ମାନ୍ଦାବସ୍ଥା ଏବଂ କରୋନା ବିରୋଧରେ ଲଢ଼େଇ ଜାରି କରିବାକୁ ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri