ଶୀଘ୍ର କ୍ଷତ ଉପଶମ କରେ ଇଲେକ୍ଟ୍ରୋସ୍ପିନିଂ ଡିଭାଇସ୍‌

ଇସ୍ରାଏଲର ନାନୋମେଡିକ କମ୍ପାନୀ ବିଶ୍ୱର ପ୍ରଥମ ଇଲେକ୍ଟ୍ରୋସ୍ପିନିଂ ଯନ୍ତ୍ର ବିକାଶ କରିଛି । କ୍ଷତ ସ୍ଥାନରେ ଏହି ଡିଭାଇସରେ ଥିବା ଇଲେକ୍ଟ୍ରୋସ୍ପୁନ ମାଟେରିଆଲ ଉପଯୋଗ କରି କ୍ଷତ ଉପଶମ କରିବାରେ ସାହାଯ୍ୟ କରେ। ଏହିି ଯନ୍ତ୍ର ବିଦ୍ୟୁତ ବ୍ୟବହାର କରି ଅତିସୂକ୍ଷ୍ମ ପଲିମର ଥ୍ରେଡ୍‌ ଉପତ୍ନ କରିଥାଏ। ଏହା କ୍ଷତ ଉପରେ ଅତିସୂକ୍ଷ୍ମ ତ୍ୱଚା ସଦୃଶ ଫାଇବରର ଏକ ଅବରଣ ସୃଷ୍ଟି କରେ । ହ୍ୟୁମାନ ପ୍ରୋଟିନ ଓ କାର୍ବୋହାଇଡ୍ରେଟ ସାହାଯ୍ୟରେ ଏହା ନୂଆ ସେଲ୍‌ ଗଠନ କରିବାରେ ସାହାଯ୍ୟ କରେ ଓ କ୍ଷତକୁ ଶୀଘ୍ର ଉପଶମ କରିଥାଏ।