ଶିଶୁ ନିର୍ଯାତନା ବିରୋଧରେ କାମ କରିବି

୨୦୧୩ରୁ ସମ୍ବଲପୁର ଜିଲା ଶିଶୁ ସୁରକ୍ଷା ଅଧିକାରୀ (ଡିସିପିଓ) ଭାବେ କାର୍ଯ୍ୟରତ ଶୁଚିସ୍ମିତା ପଟ୍ଟନାୟକ ଅନାଥ ଶିଶୁଙ୍କ ଯତ୍ନ ଓ ସୁରକ୍ଷା ଲାଗି ଉଦ୍ୟମ ଜାରି ରଖିଛନ୍ତି। ସୁନ୍ଦରଗଡ, ଭବାନୀପାଟଣାରେ ନିଜର ସ୍କୁଲ ଜୀବନ କାଟିଥିବା ଶୁଚିସ୍ମିତାଙ୍କ କଲେଜ ଜୀବନ ନୟାଗଡରୁ ଆରମ୍ଭ ହୋଇ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଶେଷ ହୋଇଥିଲା। ପିଲାଟି ଦିନରୁ ପୋଲିସ ହେବାକୁ ଲକ୍ଷ୍ୟ ରଖିଥିଲେ ସେ। ସମୟର ପରିବର୍ତ୍ତନ ସହ ତାଙ୍କ ଲକ୍ଷ୍ୟରେ ମଧ୍ୟ ପରିବର୍ତ୍ତନ ଆସିଛି। ସେ ଏବେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଭାବେ କାର୍ଯ୍ୟକରି ଖୁସି ଅନୁଭବ କରୁଛନ୍ତି। ଏଥର ନିଜକଥା ସ୍ତମ୍ଭରେ ଶୁଚିସ୍ମିତାଙ୍କ କଥା…।

ପ୍ରଥମ ଦରମା କିପରି ଖର୍ଚ୍ଚ କଲେ ?
*ପ୍ରଥମ ଦରମା ପାଇବା ପରେ ଖୁସିରେ ମୋ ପାଦ ତଳେ ଲାଗି ନ ଥିଲା। ଅଫିସ ଛୁଟି ପରେ ଘରକୁ ଯାଇ ସିଧା ବାପାଙ୍କ ହାତରେ ଦରମାତକ ଧରାଇ ଦେଇ ପ୍ରଣାମ କଲି। ସନ୍ଧ୍ୟାରେ ବାପାଙ୍କ ସହ ଆମେ ଚାରି ଭାଇ ଭଉଣୀ ମିଶି ବଜାରକୁ ଗଲୁ। ସେହି ଟଙ୍କାରେ ସମସ୍ତଙ୍କ ପାଇଁ ନୂଆ ଡ୍ରେସ କିଣା ଯାଇଥିଲା।
ଅବସର ସମୟ କିପରି କାଟନ୍ତି ?
*ଅବସର ସମୟ ତ ଖୁବ୍‌ କମ୍‌ ମିଳିଥାଏ। ରବିବାରରେ କାମ କରିବାକୁ ପଡେ। ଯେଉଁ ରବିବାରରେ କୌଣସି କାର୍ଯ୍ୟକ୍ରମ ନ ଥାଏ ପରିବାର ସଦସ୍ୟଙ୍କ ସହ ସମୟ କାଟେ। ଅଧିକ ସମୟ ମିଳିଲେ ସମ୍ବଲପୁରର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରେ।
କେଉଁ ରଙ୍ଗ ପ୍ରତି ଦୁର୍ବଳତା ରହିଛି ?
*ପିଙ୍କ୍‌ ରଙ୍ଗ ପ୍ରତି ମୋର ଦୁର୍ବଳତା ରହିଛି। ସେହି ରଙ୍ଗର ପୋଷାକ ପିନ୍ଧିବାକୁ ଭଲ ପାଇଥାଏ। ଏବେ ବି ସମ୍ବଲପୁରୀ ଡ୍ରେସରେ ପିଙ୍କ୍‌ ଖୋଜୁଛି।
ଚଳଚ୍ଚିତ୍ର ଦେଖିବାକୁ ଭଲ ପାଆନ୍ତି ?
*ଓଡ଼ିଆ ଓ ହିନ୍ଦୀ ସିନେମା ସମୟ ପାଇଲେ ଦେଖେ। ପ୍ରତିଦିନ ସକାଳୁ ଭିକାରୀ ବଳଙ୍କ ଭଜନ ଶୁଣେ। ସନ୍ଧ୍ୟାରେ ଲତା ମଙ୍ଗେସକରଙ୍କ ଗୀତ ଶୁଣିବାକୁ ଭଲପାଏ।
ଈଶ୍ୱର ବିଶ୍ୱାସୀ କି ?
*ଭଗବାନଙ୍କ ଉପରେ ଅଗାଧ ବିଶ୍ୱାସ ରହିଛି। ପ୍ରଭୁ ଶ୍ରୀ ଜଗନ୍ନାଥ ଓ ସମଲେଇଙ୍କୁ ପୂଜାର୍ଚ୍ଚନା କରିଥାଏ।
ସ୍ବାମୀଙ୍କ କେଉଁ ଗୁଣ ଭଲ ଲାଗେ ?
*ପ୍ରତି କାମକୁ ସେ ଗୁରୁତ୍ୱ ଦେଇଥାନ୍ତି। କାମ ପ୍ରତି ଅବହେଳା କରନ୍ତି ନାହିଁ। ସ୍ବାମୀ ସ୍ବପ୍ନଜିତ୍‌ ପଟ୍ଟନାୟକଙ୍କ ଏହି ଗୁଣ ମୋତେ ପ୍ରେରଣା ଦେଇଥାଏ ।
ଆଗକୁ କ’ଣ ଲକ୍ଷ୍ୟ ରଖିଛନ୍ତିି ?
*ପୂର୍ବ ବର୍ଷ ଅପେକ୍ଷା ଧୀରେ ଧୀରେ ଶିଶୁ ନିର୍ଯାତନା କମୁଛି। ଏହା ଯେପରି ସମାଜରୁ ସମ୍ପୂର୍ଣ୍ଣ ଭାବେ ଦୂରେଇ ଯିବ ସେଥିପାଇଁ କାମ କରିବାକୁ ସ୍ଥିର କରିଛି।
କିଛି ଅଭୁଲା ସ୍ମୃତି ?
*ମା’ବାପାଙ୍କୁ ହରାଇବା ପରେ ମନରେ ଅନେକ ଦୁଃଖ ଓ କୋହ ଥିଲା। ୨୦୧୩ରେ ଡିସିପିଓ ଭାବେ ଯୋଗଦେଲି। ପ୍ରଥମେ ସମ୍ବଲପୁର ଛଚାନପାଲିସ୍ଥିତ ରୁକ୍ମିଣୀ ଲାଠ ବାଳ ନିକେତନ ବୁଲିବାକୁ ଯାଇଥିଲି। ସେଠାରେ ସେହି ପିଲାମାନଙ୍କ ମୁହଁରେ ମୋର ମାଆଙ୍କ ଚେହେରା ଅନୁଭବ କରିଥିଲି। ମା’ ବାପାଙ୍କ ସ୍ନେହ ନ ପାଇ କେମିତି ସେମାନେ ଚଳୁଛନ୍ତି ସେ କଥା ମୋର ମନକୁ ବାରମ୍ବାର ଆନ୍ଦୋଳିତ କରିଥିଲା। ସେଦିନଟି ମୋ ପାଇଁ ଅଭୁଲା ସ୍ମୃତି ହୋଇ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ଚେତାବନୀ ମଧ୍ୟରେ ନେତାନ୍ୟାହୁଙ୍କ ବଡ଼ ଘୋଷଣା, ଆକ୍ସନରେ ଇସ୍ରାଏଲ

ତେହରାନ,୯।୪: ଇରାନ ସହିତ ଚାଲିଥିବା ଉତ୍ତେଜନା ଏବଂ ଯୁଦ୍ଧବିରତି ପାଇଁ ପ୍ରୟାସ ମଧ୍ୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି ଯେ ହିଜବୋଲା ବିରୁଦ୍ଧରେ ସାମରିକ…

ଅଗ୍ନିବୀର ନିଯୁକ୍ତି: ଲିଖିତ ପରୀକ୍ଷା ପାଇଁ ଭାରତୀୟ ସେନା ଜାରି କଲା ସାମ୍ପଲ ପେପର, ମାଗଣାରେ ଏମିତି କରନ୍ତୁ ଡାଉନଲୋଡ୍‌

ନୂଆଦିଲ୍ଲୀ,୯।୪: ଭାରତୀୟ ସେନାରେ ଅଗ୍ନିବୀର ହେବା ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ଖବର। ସେନା ପକ୍ଷରୁ ଲିଖିତ ପରୀକ୍ଷା ପାଇଁ ‘ଫ୍ରି ସାମ୍ପଲ ପେପର…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ହର୍ମୁଜକୁ ନେଇ ବଡ଼ ସର୍ତ୍ତ ରଖିଲାଣି ଇରାନ, ଗୋଟିଏ ଦିନରେ ମାତ୍ର ଏତିକି ଜାହାଜକୁ ମିଳିବ ଅନୁମତି

ତେହରାନ୍‌,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ମଧ୍ୟରେ, ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୁଷିଆର ସରକାରୀ ଖବର…

ଇରାନ-ଆମେରିକା ଯୁଦ୍ଧବିରତି ଭାରତ ପାଇଁ ପାଲଟିଲା ସଞ୍ଜିବନୀ, ସିଧାସଳଖ ମିଳିବ ଲାଭ

ନୂଆଦିଲ୍ଲୀ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ୧୪ ଦିନିଆ ଅସ୍ତ୍ରବିରତିରୁ ଭାରତକୁ ଗୁରୁତ୍ୱପୂର୍ଣ୍ଣ ଲାଭ ମିଳିବ। ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ ପାଇବା ସହିତ, ଭାରତର ଶକ୍ତି…

‘ଅସ୍ତ୍ରବିରତି ଭୁଲ’: ପାକିସ୍ତାନରେ ଆମେରିକା ସହିତ ଆଲୋଚନା ପୂର୍ବରୁ ଇରାନ ‘ୟୁରାନିୟମ ଏନରିଚମେଣ୍ଟ’ ଉପରେ ଟାଣିଲା ରେଡଲାଇନ!

ତେହରାନ,୯।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧରେ ଯୁଦ୍ଧବିରତି ପରେ, ଇରାନର ପରମାଣୁ ସଂସ୍ଥା ମୁଖ୍ୟ ମହମ୍ମଦ ଇସଲାମି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି।…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ଯୁଦ୍ଧ ବିରତି ପରେ ବି ଚାଲିଛି ଯୁଦ୍ଧ: ଲେବାନନ ଉପରେ ଆକ୍ରମଣ କଲା ଇସ୍ରାଏଲ, ଇରାନ ନେଲା ପ୍ରତିଶୋଧ

ଜେରୁଜେଲମ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ହେବାର କିଛି ଘଣ୍ଟା ପରେ, ମଧ୍ୟପ୍ରାଚ୍ୟରେ ପରିସ୍ଥିତି ପୁଣି ଖରାପ ହୋଇଗଲା। ଇସ୍ରାଏଲ ଲେବାନନ ଉପରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri