ଶିଶୁବଳି ସନ୍ଦେହରେ ଉତ୍ତେଜନା ଘଟଣା: କାର୍ଯ୍ୟାନୁଷ୍ଠାନ ଦାବିରେ ଏସ୍‌ପି ଅଫିସ ଘେରିଲେ

ବଲାଙ୍ଗୀର ଅଫିସ, ୨୮ା୫: ବଲାଙ୍ଗୀର ସହର ଚିମିନିଭାଟିପଡା-ଲକ୍ଷ୍ମୀନଗରପଡା ପାଖ ଲକ୍ଷ୍ମୀଯୋର ଭିତରୁ ଗତ ଶୁକ୍ରବାର ରାତିରେ ଜଣେ ନିଖୋଜ ୫ ବର୍ଷର ଶିଶୁର ମୃତଦେହ ମିଳିଥିଲା । ଏହି ଘଟଣାକୁ ପରବର୍ତ୍ତୀ ସମୟରେ ବଳି ସନ୍ଦେହ କରାଯାଇଥିଲା । ସେହି ପଡାରେ ଥିବା ଜଣେ କାଳୀ ସାଧକଙ୍କ ଉପରେ ମୃତଶିଶୁର ପରିବାର ଲୋକେ ସନ୍ଦେହ ପ୍ରକଟ କରିଥିଲେ । ଏହି ଘଟଣାକୁ ନେଇ ପଡାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଫଳରେ ଟାଉନ୍‌ ପୋଲିସ ପଡାରେ ଶୁକ୍ରବାର ରାତିରୁ ପୋଲିସ ଫୋର୍ସ ମୁତୟନ କରିଥିଲେ । ଏହି ବଳି ସନ୍ଦେହ ଘଟଣା ଓ ଏହା ପରବର୍ତ୍ତୀ ଉତ୍ତେଜନାକୁ ନେଇ ମୃତ ଶିଶୁର ପରିବାର ଓ ଉକ୍ତପଡାର ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ମହିଳା ଓ ପୁରୁଷ ମଙ୍ଗଳବାର ପୂର୍ବାହ୍ନରେ ସାମାଜିକ କର୍ମୀ ଲଳିତ କୁମାର ନାୟକଙ୍କ ନେତୃତ୍ୱରେ ପଡାର ବହୁ ମହିଳା ଓ ପୁରୁଷ ଏସପି ଅଫିସକୁ ଆସି ଘେରାଉ କରିଥିଲେ। ଏସପି କେ ଶିବା ସୁବ୍ରମଣିଙ୍କୁ ଭେଟି ଘଟଣା ନେଇ ଆଲୋଚନା କରିବା ସହ ଉଚିତ୍‌ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଏସପି ସୁବ୍ରମଣି ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । ଏହାପରେ ଏସଡିପିଓ ଶ୍ରୀମନ୍ତ ବାରିକଙ୍କୁ ପଡାବାସୀଙ୍କ ସନ୍ଦେହ ଦୂର କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ ଏସଡିପିଓ ବାରିକ ଓ ଅନ୍ୟ କିଛି ଅଧିକାରୀ ଓ ପଡାର ଦୁଇଜଣ ଲୋକ କାଳୀସାଧକ କୁହାଯାଉଥିତ୍ବା ନିର୍ଦ୍ଦିଷ୍ଟ ଘରକୁ ଯାଇ ଦେଖିଥିଲେ । ଏ ନେଇ ଏସ୍‌ଡିପିଓ ବାରିକଙ୍କୁ ପଚରାଯିବାରୁ ମୃତ ଶିଶୁର ବ୍ୟବଚ୍ଛେଦ ରିପୋର୍ଟ ଆସିସାରିଛି । ଉକ୍ତ ରିପୋର୍ଟରେ ପାଣିରେ ବୁଡିଯାଇ ଶିଶୁର ମୃତ୍ୟୁ ହୋଇଥିତ୍ବା ଉଲ୍ଲେଖ ରହିଛି । ମାତ୍ର କେତେକ ଲୋକ ଅଯଥାରେ ଏହି ଘଟଣାକୁ ବଳି ସନ୍ଦେହ କରୁଛନ୍ତି। ଯାହାଙ୍କ ଉପରେ ଲୋକେ ସନ୍ଦେହ କରୁଥିଲେ ତାଙ୍କ ଘରକୁ ଯାଇ ଛାନଭିନ ପରେ ସେଠାରେ କିଛି ବି ସନ୍ଦେହଜନକ ସ୍ଥିତି ନାହିଁ ବୋଲି କହିଥିଲେ । ତେବେ ଶିଶୁମୃତ୍ୟୁର ଅଧିକ ତଦନ୍ତ କରିବା ପାଇଁ ତାର ଭିସେରାକୁ ବମ୍ବେ ପଠାଯାଇ ଡାଇଟମ୍‌ ପରୀକ୍ଷା କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ରାଜ୍ୟରେ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍‌ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଦିନରେ ନିଆଁ ବର୍ଷା, ଅପରାହ୍ନରେ ମାଡ଼ି ଆସୁଛି କାଳବୈଶାଖୀ, ଆଜି ୩ ଜିଲାରେ ହେବ…

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେବ ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଏପରିକି ଦିନରେ ନିଆଁ ବର୍ଷା ହେଉଥିବାବେଳେ ଅପରାହ୍ନରେ ମାଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri