Categories: ମେଟ୍ରୋ

ଶିଶୁପୁତ୍ରର ମୃତଦେହ ଧରି ଏଏନ୍‌ଏମଙ୍କ ଘର ସମ୍ମୁଖରେ ବସିଲେ ପରିବାର ଲୋକେ

ନିରାକାରପୁର,୯ା୬(ଡି.ଏନ୍‌.ଏ.) : ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତ ପାଟଣା ଗ୍ରାମର ୨୪ ଦିନର ଶିଶୁପୁତ୍ରର ମୃତ୍ୟୁ ଘଟିଛି। ଏନେଇ ପରିବାର ଲୋକେ ଆଶାକର୍ମୀ ଏବଂ ଏଏନ୍‌ଏମ୍‌ଙ୍କୁ ଦାୟୀ କରି ରବିବାର ପୂର୍ବାହ୍ନରୁ ଅଦ୍ୟାବଧି ଏନ୍‌ଏନ୍‌ଏମ୍‌ ସାଗରିକା ପାତ୍ରଙ୍କ ଘର ସମ୍ମୁଖରେ ଶିଶୁପୁତ୍ରର ମୃତଦେହ ରଖି ଧାରଣାରେ ବସିଛନ୍ତି। ଖବର ଲେଖା ହେବା ପର୍ଯ୍ୟନ୍ତ ଧାରଣା ଚାଲୁରହିିଛି।