ଶିଳ୍ପ ଜଗତକୁ ମୋଦିଙ୍କ ଆଶ୍ୱାସନା;ମାନ୍ଦାବସ୍ଥାରୁ ବାହରିବା ଲାଗି ଭାରତ ସକ୍ଷମ

ନୂଆଦିଲ୍ଲୀ,୨୧-୧୨: ବର୍ତ୍ତମାନର ମାନ୍ଦାବସ୍ଥାରୁ ବାହାରିବା ଲାଗି ଭାରତ ନିକଟରରେ କ୍ଷମତା ରହିଛି। ଘରୋଇ ବଜାର ଦ୍ରୁତ ଅଭିବୃଦ୍ଧି ଧାରାକୁ ଫେରିବା ଲାଗି ସକ୍ଷମ ହେବ। କର୍ପୋରେଟ ସଂସ୍ଥାଗୁଡିକ ଦେଶର ବିକାଶ ଧାରାକୁ ଆଗେଇ ନେବାକୁ ନିବେଶ ଲାଗି ଦୃଢ ନିଷ୍ପତ୍ତି ନିଅନ୍ତୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର କହିଛନ୍ତି। ଶିଳ୍ପ ସଂଘ ଆସୋଚାମର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ମୋଦି କର୍ପୋରେଟଗୁଡିକ ଲାଗି ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଭିତ୍ତିଭୂମିରେ ୧୦୦ ଲକ୍ଷ କୋଟି ଏବଂ ଗ୍ରାମାଞ୍ଚଳରେ ୨୫ ଲକ୍ଷ କୋଟି ଟଙ୍କାର ନିବେଶ ଦ୍ୱାରା ଭାରତ ଏହାର ଅର୍ଥନୀତିକୁ ୨ଗୁଣ କରିବାକୁ ସକ୍ଷମ ହେବ। ଏହା ଦ୍ୱାରା ଭାରତ ୫ ଟ୍ରିଲିୟନ ଡଲାର ଅର୍ଥନୀତି ହୋଇ ପାରିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି।
ସେ ପୁଣି କହିଛନ୍ତି ଯେ, ବର୍ତ୍ତମାନର ମାନ୍ଦାବସ୍ଥାକୁ ନେଇ ଅନେକ ଆଲୋଚନା ହେଉଛି। ଏହାକୁ ନେଇ ଆସୁଥିବା ବିଭିନ୍ନ ମନ୍ତବ୍ୟକୁ ମଧ୍ୟ ଚ୍ୟାଲେଞ୍ଜ କରୁନାହିଁ। ବିଭିନ୍ନ ଆଲୋଚନା ପର୍ଯ୍ୟାଲୋଚନାର ସକାରାତ୍ମକ ଦିଗକୁ ବିଚାରୁ ନେଇ ଆଗାମୀ କାର୍ଯ୍ୟପନ୍ଥା ଗ୍ରହଣ କରାଯାଉଛି ବୋଲି ସେ ମତ ରଖିଛନ୍ତି। ସେ ସୂଚନା ଦେଇଛନ୍ତି ଯେ, କଂଗ୍ରେସର ଉପାସରକାରଙ୍କ ସମୟରେ ଜିଡ଼ିପି ଅଭିବୃଦ୍ଧି ୩.୫% ଖସିଥିଲା। ଏହି ସମୟରେ ମୁଦ୍ରାସ୍ଫୀତି ୯.୪% ରହିଥିଲା। କୋର ମୁଦ୍ରାସ୍ଫୀତି ୭.୩% ଥିବା ବେଳେ ପାଇକାରୀ ମୁଦ୍ରାସ୍ଫୀତି ୫.୨%, ବିତ୍ତୀୟ ନିଅଣ୍ଟ ୫.୬% ରହିଥିଲା।
ବର୍ତ୍ତମାନ ଜିଡିପି ଲଗାତର ଭାବେ ୬ ତ୍ରୈମାସ ଧରି ଖସିବା ସହ ୬ ବର୍ଷର ସର୍ବନିମ୍ନ ସ୍ତର ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ୪.୫%କୁ ଖସିଛି। ଚାହିଦା ହ୍ରାସ ଏବଂ ମାନୁଫାକଚରିଂ ହ୍ରାସ ହେବା ଯୋଗୁ ଏଭଳି ହୋଇଛି। ହେଲେ ଅର୍ଥ ବ୍ୟବସ୍ଥାରେ ଉତ୍ଥାନ ଏବଂ ପତନ ଦେଖାଯାଇଥାଏ। ମାତ୍ର ଏସବୁ ପରିସ୍ଥିତିରୁ ବାହାରିବାକୁ ଭାରତ ସକ୍ଷମ ହେବ ବୋଲି ସେ ଦୃଢତା ସହ କହିଛନ୍ତି। ଭାରତ ବିଶ୍ୱ ବ୍ୟାଙ୍କର ଇଜ ଅଫ ଡୁଇଁ ବିଜନେସ ର଼୍ୟାଙ୍କିରେ ୧୯୦ ଦେଶ ମଧ୍ୟରୁ ୧୪୨ ଦେଶ ମଧ୍ୟରେ ରହିଥିଲା। ୩ ବର୍ଷ ମଧ୍ୟରେ ୬୩ ତମ ସ୍ଥାନକୁ ଉଠିବାକୁ ଏହା ସକ୍ଷମ ହୋଇଛି। ଏହି ତାଲିକାରରେ ନିରନ୍ତର ଭନ୍ନତି କରୁଥିବା ୧୦ ଦେଶ ମଧ୍ୟରେ ଭାରତ ରହିଛି।
ସେ କହିଛନ୍ତି କର୍ପୋରେଟଗୁଡିକ ହେଉଛନ୍ତି ୧୩୦ କୋଟି ଭାରତୀୟଙ୍କ ଏଜେଣ୍ଟ। କମ୍ପାନୀ ଆଇନରେ ବିଭିନ୍ନ ପରିବର୍ତ୍ତନ କରି ଏହାକୁ ଆହୁରି ଉନ୍ନତ କରିବା ଦିଗରେ କାର୍ଯ୍ୟକ୍ରମ ଜାରି ରହିଛି। ଇନସଲଭେନ୍ସି ଆଣ୍ଡ ବ୍ୟାଙ୍କରପ୍ସି କୋଡରେ ବିଭିନ୍ନ ସଂଶୋଧନ କରାଯିବା ସହ ଏହାକୁ ସୁଗମ କରାଯାଇଥିବା ମୋଦି ମତ ରଖିଛନ୍ତି। ସରକାରଙ୍କ ଏଭଳି ବିଭିନ୍ନ ନିଷ୍ପତ୍ତି କର୍ପୋରେଟ ଏବଂ ସେମାନଙ୍କ ପୁଞ୍ଜିକୁ ସୁରକ୍ଷା ପ୍ରଦାନ କରିବାରେ ସହାୟତା କରିବ। ସିଷ୍ଟମରେ ରହିଥିବା ଅସୁବିଧାର ଦୂରୀକରଣ ଲାଗି ବ୍ୟାଙ୍କିଙ୍ଗ ଶିଳ୍ପ ଏବଂ କର୍ପୋରେଟକୁ ସେ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଆଧାରରେ କର୍ପୋରେଟ ନିବେଶ ନେଇ ଦୃଢ ନିଷ୍ପତ୍ତି ନିଅନ୍ତୁ। ଏହା ବାଦ କମ୍ପାନୀ ପଞ୍ଜୀକରଣ ଲାଗି କର୍ପୋରେଟଗୁଡିକ ଲାଗି ଏବେ ସମୟ କମ୍‌ କରାଯାଇଛି। ଭିତ୍ତିଭୂମି ଉନ୍ନତ ହେବା ଯୋଗୁ ବନ୍ଦର ଏବଂ ବିମାନ ବନ୍ଦରରେ ଟର୍ନ ଆରାଉଣ୍ଡ ସମୟ କହିଛି। ଜିଏସ୍‌ଟିରେ ରହିଥିବା ଚ୍ୟାଲେଞ୍ଜକୁ ନେଇ ଭୟଭୀତ ନ ଥିବା ମୋଦି କହିଛନ୍ତି। ଏହାବାଦ ଭାରତ ଗତ ୫ ବର୍ଷରେ ସର୍ବୋଚ୍ଚ ଏଫ୍‌ଡିଆଇ ଲାଭ କରିଥିବା ବେଳେ ବିଶ୍ୱସ୍ତରୀୟ ପ୍ରତିଦ୍ୱନ୍ଦ୍ୱିତା ବଢିଛି। ଏହି ସମୟରେ ଭାରତ ଷ୍ଟାର୍ଟ ଅପ୍‌ ଇକୋସିଷ୍ଟମରେ ତୃତୀୟ ବୃହତ୍ତ ଦେଶ ହୋଇ ପାରିଛି ବୋଲି ମୋଦି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri