ଶିଳ୍ପା-ଅକ୍ଷୟଙ୍କ ଗୀତ ବିନା ଶୋଉ ନ ଥିଲେ ଟାଇଗର

ମୁମ୍ବାଇ: ବଲିଉଡ୍‌ ଷ୍ଟାର ଟାଇଗର ଶ୍ରଫଙ୍କ ଆଗାମୀ ଫିଲ୍ମ ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର ୨ ଆସନ୍ତା ୧୦ ତାରିଖରେ ରିଲିଜ୍‌ ହେବାର ଯୋଜନା ରହିଛି। ହେଲେ ତା’ ପୂର୍ବରୁ ଫିଲ୍ମର ଯୋରଦାର ପ୍ରମୋଶନ ଚାଲିଛି। ନିକଟରେ ଟାଇଗରଙ୍କ ପିତା ଜ୍ୟାକି ଶ୍ରଫ୍‌ କପିଲ ଶର୍ମା ଶୋ’କୁ ଆସିଥିବା ବେଳେ ଟାଇଗରଙ୍କ ପିଲାଦିନର କିଛି କଥା ଦର୍ଶକଙ୍କ ସହ ଶେୟାର କରିଛନ୍ତି। ଜ୍ୟାକି କହିଛନ୍ତି ଟାଇଗର ଯେତେବେଳେ ପିଲା ଥିଲେ ସେତେବେଳେ ସେ ଶିଳ୍ପା ସେଟ୍ଟି ଓ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ମେଁ ଖିଲାଡି ତୁ ଅନାଡି’ର ଗୀତ ‘ଚୁରାକେ ଦିଲ୍‌ ତେରା’ ନ ଶୁଣିଲେ ଶୋଉ ନ ଥିଲେ। କାରଣ ଶିଳ୍ପା-ଅକ୍ଷୟ ବୋଧହୁଏ ଟାଇଗରଙ୍କ ଭାରି ପସନ୍ଦ ଥିଲେ। ପିଲାବେଳେ ତାହା ଏକ ଲୋରି ଥିବା ବେଳେ ଏବେ କିନ୍ତୁ ବଡ ହେବା ପରେ ସେ କେଉଁ ଗୀତ ଶୁଣଇଛନ୍ତି ବୋଲି କପିଲ ଜ୍ୟାକିଙ୍କୁ ପ୍ରଶ୍ନ କରିଥିଲେ। ଜ୍ୟାକି କିନ୍ତୁ ଏହାକୁ ଏଡାଇ ଯାଇ କହିଥିଲେ କି ଏବେ ଟାଇଗର ଜିମ୍‌ରୁ ଫେରିବା ପରେ ଥକି ପଡିଥିବାରୁ ଗୀତ ଶୁଣିବାକୁ ସମୟ ମିଳୁନି। ସେ ଯାହା ହେଉ ନିକଟରେ ଟାଇଗରଙ୍କ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର ୨’ ରିଲିଜ୍‌ ହେବାକୁ ଥିବା ବେଳେ ଏବେ ସେ ଏହାର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଆଉ ଏଥିରେ ତାରା ସୁତାରିଆ ଓ ଅନନ୍ୟା ପାଣ୍ଡେ ଡେବ୍ୟୁ କରୁଥିବା ବେଳେ ଫିଲ୍ମକୁ ନେଇ ୟଙ୍ଗଷ୍ଟରଙ୍କ ମଧ୍ୟରେ କ୍ରେଜ୍‌ ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଯୁଦ୍ଧ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ଶାହରୁଖ ଖାନ୍‌: ସିନେ ଇଣ୍ଡଷ୍ଟ୍ରିରେ ପଡ଼ିଗଲା ଚହଳ

ମଧ୍ୟପ୍ରାଚରେ ଚାଲିଥିବା ଯୁଦ୍ଧ ସାରା ବିଶ୍ୱରେ ପ୍ରଭାବ ପକାଇଛି। କେବଳ ଘରୋଇ ବଜାରରେ ନୁହେଁ ବରଂ ସିନେ ଇଣ୍ଡଷ୍ଟ୍ରିରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବଲିଉଡ…

କପୁର ପରିବାରରେ ଖୁସିର ଲହରୀ, ଅଜା ହେଲେ ଅନିଲ କପୁର

ମୁମ୍ବାଇ: ଅଭିନେତ୍ରୀ ସୋନମ କପୁର ତାଙ୍କ ସ୍ବାମୀ ଆନନ୍ଦ ଆହୁଜାଙ୍କ ସହ ତାଙ୍କର ଦ୍ୱିତୀୟ ସନ୍ତାନ, ଏକ ଶିଶୁପୁତ୍ରକୁ ସ୍ବାଗତ କରିଛନ୍ତି। ଇନଷ୍ଟାଗ୍ରାମରେ ଏହି ଖୁସି ଖବର…

ଦୁଃଖ ବଖାଣିଲେ ବରୁଣ ଧାୱନ: ଝିଅ ଲାରାଙ୍କୁ ହୋଇଛି…

ଅଭିନେତା ବରୁଣ ଧାୱନ ଇଣ୍ଡଷ୍ଟ୍ରିର ସବୁଠାରୁ ନିର୍ଭରଯୋଗ୍ୟ ଅଭିନେତା ଭାବରେ ଉଭା ହୋଇଛନ୍ତି। ଆଜିକାଲି ସେ ତାଙ୍କର ବ୍ଲକବଷ୍ଟର ଓ୍ବାର୍‌ ଡ୍ରାମା ଫିଲ୍ମ ‘ବର୍ଡର ୨’ର ସଫଳତାରେ…

୧୪ ଦିନରେ ୪ କିଲୋ ଓଜନ ହ୍ରାସ, ହସ୍ପିଟାଲ୍‌ରେ ହ୍ରିତିକ୍‌ ରୋଶନଙ୍କ ଗର୍ଲଫ୍ରେଣ୍ଡ

ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ଗର୍ଲଫ୍ରେଣ୍ଡ ସବା ଆଜାଦ ଆଜିକାଲି କଷ୍ଟକର ପରିସ୍ଥିତି ଦେଇ ଗତି କରୁଛନ୍ତି। ସବା ସାଇକ୍ଲୋସ୍ପୋରା କାଏଟାନେନ୍ସିସ ନାମକ ଏକ ରୋଗର ଶିକାର…

ରାମ ନବମୀରେ ପ୍ରଶଂସକଙ୍କୁ ଚମତ୍କାର ଉପହାର ଦେଲେ ରାମ ଚରଣ

ସୁପରଷ୍ଟାର ରାମ ଚରଣ ପ୍ରଶଂସକଙ୍କୁ ଏକ ଚମତ୍କାର ଉପହାର ଦେଇଛନ୍ତି। ରାମ ନବମୀରେ ଫିଲ୍ମ ‘ପେଡ୍ଡି ପେହେଲୱାନ’ର ପ୍ରଥମ ଝଲକ ରିଲିଜ ହୋଇଛି। ଏହା ସୋସିଆଲ ମିଡିଆରେ…

ଦ୍ୱିତୀୟ ବିବାହ କଲେ ରାପର୍‌ Badshah, ଫଟୋ ସେୟାର କରି ଚମକାଇଲେ ଶାଶୁ

ମୁମ୍ୱାଇ: ପଞ୍ଜାବୀ ଗାୟକ ଏବଂ ରାପର୍‌ ବାଦଶାହଙ୍କ କିଏ ବା ଜାଣିନି? ସମଗ୍ର ଦେଶ ତାଙ୍କ ଗୀତରେ ଝୁମି ଉଠୁଛି। ତଥାପି, ତାଙ୍କ ବିଷୟରେ ଏକ ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri