ଶିଳ୍ପଜଗତରେ ଖୁସିର ଲହରି

ନୂଆଦିଲ୍ଲୀ,୧୪।୫: ସରକାରଙ୍କ ପକ୍ଷରୁ କରାଯାଇଥିବା ବିଭିନ୍ନ ଘୋଷଣାକୁ ନେଇ ଦେଶର ଶିଳ୍ପଜଗତରେ ଖୁସିର ଲହରି ଖେଳିଯାଇଛି। ଏମ୍‌ଏସ୍‌ଏମ୍‌ଇ, ବିଦ୍ୟୁତ୍‌ ବିତରଣ କମ୍ପାନୀ ଏବଂ ରିୟଲ ଇଷ୍ଟେଟ କ୍ଷେତ୍ର ଲାଗି ଗ୍ରହଣ କରାଯାଇଥିବା ପଦକ୍ଷେପକୁ ଶିଳ୍ପ ଜଗତ ପକ୍ଷରୁ ପ୍ରଶଂସା କରାଯାଇଛି। ପ୍ୟାକେଜ ୨.୦ କରୋନାର ପ୍ରଭାବକୁ କମ୍‌ କରିବାରେ ସହାୟକ ହେବ ବୋଲି ଏହା କହିଛି। ସରକାରଙ୍କ ଦ୍ୱାରା ବଜାରକୁ ଅଧିକ ପରିମାଣର ନଗଦ ଆସିବାରେ ସହାୟକ ହେବ। ଏହା ଏମ୍‌ଏସ୍‌ଏମ୍‌ଇଗୁଡିକ ନୂଆ ଜୀବନରେଖା ହେବ ବୋଲି କୁହାଯାଉଛି। ଏମ୍‌ଏସ୍‌ଏମ୍‌ଇ ଲାଗି ସରକାର ବନ୍ଧକମୁକ୍ତ ଋଣ ପ୍ରଦାନ ସମ୍ପର୍କରେ ଘୋଷଣା କରିଛନ୍ତି। ଅଣ ବେତନ ପେମେଣ୍ଟ ଉପରେ ଟିକସ ହାର ହ୍ରାସ, ଅଣ ବ୍ୟାଙ୍କିଙ୍ଗ୍‌ ବିତ୍ତ ପ୍ରତିଷ୍ଠାନଗୁଡିକ ଲାଗି ସହାୟତା ବଜାର ଲାଗି ଲାଭକାରୀ ହେବ ବୋଲି ଶିଳ୍ପଜଗତ ମତ ରଖିଛି। ଆୟକର ରିଟର୍ନ ସୀମାରେ ବୃଦ୍ଧି, ଏମ୍‌ଏସ୍‌ଏମ୍‌ଇ ସଂଜ୍ଞାରେ ପରିବର୍ତ୍ତନ ଭଳି ପଦକ୍ଷେପ ଯୁଗାନ୍ତକାରୀ ବୋଲି ସିଆଇଆଇ ମହାନିର୍ଦ୍ଦେଶକ ଚନ୍ଦ୍ରଜିତ ବାନାର୍ଜୀ କହିଛନ୍ତି। ସରକାରଙ୍କ ପଦକ୍ଷେପ ଦ୍ୱାରା ଏମ୍‌ଏସ୍‌ଏମ୍‌ଇ, ମାଇକ୍ରୋ ଫାଇନାନ୍ସ, ହାଉସିଂ ଫାଇନାନ୍ସ କମ୍ପାନୀ, ରିୟଲ ଇଷ୍ଟେଟ ଏବଂ କନଷ୍ଟ୍ରକଶନ କ୍ଷେତ୍ର ଲାଭବାନ ହେବ ବୋଲି ଆସୋଚାମ ମହାସଚିବ ଦୀପକ ସୁଦ କହିଛନ୍ତି। ସରକାରଙ୍କ ପ୍ୟାକେଜ ଶିଳ୍ପ ଏବଂ ଅର୍ଥ ବ୍ୟବସ୍ଥାକୁ ପୁନର୍ଗଠନ ଦିଗରେ ସହାୟକ ହେବ ବୋଲି ଫିକି ସଭାପତି ସଙ୍ଗୀତା ରେଡ୍ଡୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri