ଗଞ୍ଜାମ,୨୪୮(ଡି.ଏନ.ଏ.)-୧୨ ୱାର୍ଡକୁ ନେଇ ଗଠିତ ଗଞ୍ଜାମ ଏନ୍ଏସିରେ ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନ ଭଳି ମୌଳିକ ସମସ୍ୟା ଭୋଗୁଛନ୍ତି ସ୍ଥାନୀୟ ଜନସାଧାରଣ। ଏଠାରେ ରାସ୍ତାଘାଟର ଅବସ୍ଥା ଶୋଚନୀୟ । କଲ୍ୟାଣ ମଣ୍ଡପ ନାହିଁ, ବହୁ ପ୍ରକଳ୍ପ କାର୍ଯ୍ୟ ଦୀର୍ଘଦିନ ହେଲା ଅଧାପନ୍ତରିଆ ଭାବେ ପଡ଼ି ରହିଛି । ସହରରେ ଯାତ୍ରୀ ବିଶ୍ରାମାଗାର ଓ ଶୌଚାଳୟ ନିର୍ମାଣ କାଗଜ କଲମରେ ସୀମିତ ରହିଛି । ଏହା ନିର୍ମାଣ ନିମନ୍ତେ ୨୦୧୫ ଅଗଷ୍ଟ ୩୧ ସ୍ବାୟତ୍ତ ଶାସନ ଦିବସରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ଆଉ ଏକ ସପ୍ତାହ ପରେ ଭିତ୍ତିପ୍ରସ୍ତରକୁ ୪ ବର୍ଷ ବିତିବ। କିନ୍ତୁ ଏଯାବତ୍ ଭିତ୍ତିପ୍ରସ୍ତର ସ୍ଥାନରେ ଗୋଡିଟିଏ ମଧ୍ୟ ପଡ଼ିନି । ଏହାର ନିର୍ମାଣ ପାଇଁ ପଛୁଆ ଅଞ୍ଚଳ ବିକାଶ ପାଣ୍ଠିରୁ ବ୍ୟୟବରାଦ ହୋଇ ଟେଣ୍ଡର ସରିଛି ।
ସେହିପରି କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ହୋଇଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ଆରମ୍ଭ ହୋଇନି। ସହରରେ ଭେଣ୍ଡିଂଜୋନ ପାଇଁ ଗଞ୍ଜାମ ବଡ଼ବଜାର ବ୍ୟବସାୟ ସଂଘ ପ୍ରଶାସନ ଠାରେ ବାରମ୍ବାର ଦାବି କରିବା ପରେ ବ୍ୟବସାୟ ସଂଘ ଓ ଏନ୍ଏସି ପ୍ରଶାସନ ପକ୍ଷରୁ ସ୍ଥାନ ଚିହ୍ନଟ ହୋଇଥିଲେ ମଧ୍ୟ କେବେ ଭେଣ୍ଡିଂଜୋନ ନିର୍ମାଣ ହେବ ସନ୍ଦେହରେ ସହରବାସୀ। ଅନ୍ୟପଟେ ପ୍ରଶାସନର ରୋଡ ସମ୍ପ୍ରସାରଣର ଆଳ ଦେଖାଇ ଦୋକାନଗୁଡ଼ିକ ଉଚ୍ଛେଦ ପାଇଁ ସଂକେତ ଦେଇସାରିଥିବାରୁ ବ୍ୟବସାୟୀମାନଙ୍କ ଚିନ୍ତା ବଢ଼ିଯାଇଛି। ବ୍ୟବସାୟୀମାନଙ୍କୁ ପ୍ରଶାସନ ଥଇଥାନ ବ୍ୟବସ୍ଥା ନ କଲେ ସେମାନେ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସଂଘ ପକ୍ଷରୁ ଶୁଣିବାକୁ ମିଳିଛି । ସହରର ଆଉ ଗୋଟିଏ ମୁଖ୍ୟ ସମସ୍ୟା ବର୍ଷା ହେଲେ ଜଳ ଠିକ୍ ଭାବେ ନିଷ୍କାସିତ ହୋଇପାରୁନି । ୨୦୦୯ରୁ ଆରମ୍ଭ ହୋଇଥିବା ମୁଖ୍ୟଡ୍ରେନର ପୁନରୁଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ହେବାର ନାଁ ଧରୁନି । ଜିଲା ପ୍ରଶାସନ ଏହି ସହର ପ୍ରତି ଦୃଷ୍ଟି ଦେଉନଥିବା ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।
‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ
ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…
ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ
ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…
ଝଡତୋଫାନ, ବଜ୍ରପାତରେ ନେଲା ଜୀବନ
ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…
ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ
ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…
‘ଛାତ୍ରୀଛାତ୍ର ଶୃଙ୍ଖଳାର ସହ ଦେଶ ପ୍ରେମରେ ନିଜକୁ ଦୀକ୍ଷିତ କରାଇ ଭଲ ମଣିଷ ହେବାକୁ ଆହ୍ବାନ’
ଗଞ୍ଜାମ,୫ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଐତିହାସିକ ଦନ୍ତପୁର ତଥା ଅଧୁନା ରାମଗଡ଼ ପଞ୍ଚାୟତର ରଘୁନାଥପୁରଠାରେ ଥିବା ସ୍ବାମୀ ବିବେକାନନ୍ଦ ବିଦ୍ୟା ମନ୍ଦିରର ତ୍ରୟୋଦଶ ବାର୍ଷିକ ଉତ୍ସବ…
ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ
ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…
ଏପ୍ରିଲ ୨୬ରେ ଠାକୁରାଣୀ ଯାତ୍ରା; ଚଳଚଞ୍ଚଳ ଭଞ୍ଜନଗର, ଖୁବଶୀଘ୍ର ଖୋଲିବ ହାତିବନ୍ଧ ପାର୍କ
ଭଞ୍ଜନଗର,୫।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରର ଐତିହାସିକ ଠାକୁରାଣୀ ଯାତ୍ରା ଆସନ୍ତା ୨୬ ତାରିଖରୁ ଆରମ୍ଭ ହୋଇ ମେ ମାସ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ।…
ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…
ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…
Archives

