Categories: ଜାତୀୟ

ଶିଲା ଦୀକ୍ଷିତଙ୍କ ବିୟୋଗ କଂଗ୍ରେସର ଏକ ଅପୂରଣୀୟ କ୍ଷତି

ନୂଆଦିଲ୍ଲୀ,୨୦।୭: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷିତଙ୍କର ୮୧ ବର୍ଷ ବୟସରେ ଦିଲ୍ଲୀର ଫୋର୍ଟିସ୍‌ ଏସକର୍ଟସ୍‌ ହାର୍ଟ ଇନଷ୍ଟୁଚ୍ୟୁଟରେ ପରଲୋକ ହୋଇଛି। ଦୀର୍ଘ ୧୫ ବର୍ଷକାଳ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେଇଥିବା କଂଗ୍ରେସର ଏହି ନେତ୍ରୀଙ୍କ ବିୟୋଗ କଂଗ୍ରେସ ପାଇଁ ଅପୂରଣୀୟ କ୍ଷତି ବୋଲି କୁହାଯାଉଛି। ତେବେ ତାଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଭାଜପା ନେତା ମନୋଜ ତିଓ୍ବାରୀଙ୍କ ସମେତ ବହୁନେତା ଶୋକ ପ୍ରକାଶ କରିଛନ୍ତି। ରବିବାର ସକାଳେ ତାଙ୍କ ମର ଶରୀରକୁ ଦିଲ୍ଲୀସ୍ଥିତ କଂଗ୍ରେସ ମୁଖ୍ୟାଳୟକୁ ଅଣାଯିବା ସହ ନିଗମ ବୋଧ ଘାଟରେ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି କଂଗ୍ରେସ ନେତା ଅହମ୍ମଦ ପଟେଲ ସୂଚନା ଦେଇଛନ୍ତି।

Share